ଶିମିଳିପାଳ ପାଦଦେଶରେ ବେଆଇନ ପଥର ଖନନ ଅଭିଯୋଗ: ଏନଏଚଆରସିଙ୍କ ରିପୋର୍ଟ ତଲବ

କଟକ:ଶିମିଳିପାଳ ଜାତୀୟ ଉଦ୍ୟାନର ପାଦଦେଶରେ ବେଆଇନ ପଥର ଖନନ ଚାଲିଥିବା ଓ ଏଥି ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କ ଧନଜୀବନ ବିପଦରେ ପଡ଼ିଥିବା ଅଭିଯୋଗକୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଅଭିଯୋଗର ତଦନ୍ତ କରିବା ସହିତ ଏ ସଂପର୍କିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ଦୁଇ ସପ୍ତାହ ଭିତରେ ଦାଖଲ କରିବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଏଚ୍‌ଆର୍‌ସି କହିଛନ୍ତି ଯେ, ଅଭିଯୋଗ ଯଦି ସତ୍ୟ ହୁଏ, ତେବେ ଏହା ପୀଡ଼ିତ ଲୋକଙ୍କ ମାନବାଧିକାରର ଗୁରୁତର ଉଲ୍ଲଂଘନ। ଏନ୍‌ଏଚ୍‌ଆର୍‌ସି ମାନବାଧିକାର କର୍ମୀ ଅଖଣ୍ଡଙ୍କ ଅଭିଯୋଗର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସିମିଳିପାଳ ଜାତୀୟ ଉଦ୍ୟାନର ପାଦଦେଶରେ, ବିଶେଷ କରି ସାମାଖୁଣ୍ଟା ତହସିଲ ଅଧିନ କେନ୍ଦୁଆ ପଞ୍ଚାୟତର ଶରତଚନ୍ଦ୍ରପୁର ଓ ବାଙ୍କସାହି ଗ୍ରାମ ନିକଟରେ ବେଆଇନ ଭାବେ ପଥର ଖନନ ଚାଲିଥିବା ଅଭିଯୋଗ ହୋଇଛି। ଏନଏଚଆରସିଙ୍କ ନିକଟରେ ଦାଖଲ ଅଭିଯୋଗରେ ଉଲ୍ଲେଖ କରାଯାଇଛି ଯେ ରାତି ସମୟରେ ଡ୍ରିଲିଂ ମେସିନ୍ ବ୍ୟବହାର କରିବା ସହ ଜେଲାଟିନ୍ ଭଳି ବିସ୍ଫୋରକ ଦ୍ରବ୍ୟ ବ୍ୟବହାର କରି ପଥର ଫଟାଯାଉଛି। ଏଭଳି ବିସ୍ଫୋରଣ ପାଇଁ ସ୍ଥାନୀୟ ଗ୍ରାମରେ ଜୋରଦାର ଶବ୍ଦ ଓ କମ୍ପନ ସୃଷ୍ଟି ହେଉଛି। ଫଳରେ ମାଟି ଘରଗୁଡ଼ିକରେ ଫାଟ ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ଭୟଭିତ ଅବସ୍ଥାରେ ରହିଛନ୍ତି। ବିସ୍ଫୋରଣ ଓ ଘର ଭାଙ୍ଗିବାର ଆଶଙ୍କା ପାଇଁ ଲୋକଙ୍କ ଧନଜୀବନର ସୁରକ୍ଷା ପ୍ରଭାବିତ ହେଉଥିବା, ମହିଳା, ଶିଶୁ ଓ ବୟସ୍କମାନେ ଅଧିକ ଅସୁବିଧାରେ ପଡ଼ୁଥିବା ଅଭିଯୋଗ ହୋଇଛି। ଏପରି ବେଆଇନ ପଥର ଖନନ କୌଣସି ଅନୁମତି ଓ ପରିବେଶ ମଞ୍ଜରୀ ନ ଥାଇ ଚାଲୁଛି। ପ୍ରତିଦିନ ୫୦ରୁ ଅଧିକ ଟ୍ରକ୍ ପଥର ପରିବହନ କରୁଥିବାରୁ ଗ୍ରାମ୍ୟ ରାସ୍ତା ଓ ସାଧାରଣ ଜୀବନ ମଧ୍ୟ ପ୍ରଭାବିତ ହେଉଛି।
ସିମିଳିପାଳ ଅଞ୍ଚଳର ପରିବେଶ ଉପରେ ମଧ୍ୟ ଗୁରୁତର ପ୍ରଭାବ ପଡ଼ୁଛି। ପାହାଡ଼ରୁ ପଥର ଖନନ ଦ୍ବାରା ଜଙ୍ଗଲ ନଷ୍ଟ ହେଉଛି, ଶବ୍ଦ ଓ ବାୟୁ ପ୍ରଦୂଷଣ ପାଇଁ ପରିବେଶ ଓ ଜୈବ ବିବିଧତା ପ୍ରଭାବିତ ହେଉଛି। ତୁରନ୍ତ ବେଆଇନ ପଥର ଖନନ ବନ୍ଦ କରିବା ସହିତ ଏଥିରେ ବ୍ୟବହୃତ ଯନ୍ତ୍ରପାତି ଓ ଯାନବାହନ ଜବତ, ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ପ୍ରଭାବିତ ପରିବାରକୁ ଅନ୍ତରୀଣ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଏନଏଚଆରସିଙ୍କ ନିକଟରେ ନିବେଦନ କରାଯାଇଛି।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ