ରାଜ୍ୟରେ ବଢ଼ିଲାଣି ଖରା ପ୍ରକୋପ

ଭୁବନେଶ୍ୱର: ସରିଗଲା ଦକ୍ଷିଣ-ପଶ୍ଚିମ ମୌସୁମୀ ଖେଳ । ଆସିଗଲା ମୌସୁମୀର ଲେଉଟାଣି ବେଳ । ବିଭିନ୍ନ ରାଜ୍ୟରୁ ବିଦାୟ ନେଇ ସାରିଲାଣି । ଆସନ୍ତା ୨-୩ ଦିନରେ ଓଡ଼ିଶାରୁ ବି ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି । ଏଥର ଓଡ଼ିଶାରେ ନିଧୁର୍ମ ବର୍ଷା ଦେଇ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଏଣିକି ବର୍ଷା ହଜିଯିବ । ଅକ୍ଟୋବରରୁ ଡିସେମ୍ବର ଯାଏ ରାଜ୍ୟରେ ବର୍ଷା ପ୍ରାୟତଃ ନାହିଁ । ଏହି ଅବଧିରେ ଯେତିକି ବର୍ଷା ହେବା କଥା, ତା’ଠାରୁ ଢେର କମ୍‌ ରହିବ । ଏବେଠାରୁ ରାଜ୍ୟରେ ଖରା ପ୍ରକୋପ ବଢ଼ିଲାଣି । ତାପମାତ୍ରା ୩୪-୩୫ ଡିଗ୍ରୀ ସେଲସିୟସ୍‌ ରହୁଛି ।
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି) ଜାରି କରିଥିବା ସମ୍ଭାବ୍ୟ ଚିତ୍ର ଅନୁସାରେ ରାଜ୍ୟର ସବୁ ଅଞ୍ଚଳ ଶୁଖିଲା ରହିବା ସମ୍ଭାବନା ଅଛି । ଖାଲି ସେତିକି ନୁହେଁ, ଅକ୍ଟୋବର ମାସରେ ବି ବର୍ଷା ସମ୍ଭାବନା ଦେଖାଯାଉନି । ଚିନ୍ତାର ବିଷୟ ହେଲା, ତାପମାତ୍ରା । ଅକ୍ଟୋବର ମାସରେ ଦକ୍ଷିଣ ଓ ପୂର୍ବ ଭାରତରେ ଅସ୍ୱାଭାବିକ ଗରମ ଅନୁଭୂତ ହୋଇପାରେ । ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ଯଥେଷ୍ଟ ଅଧିକ ରହିବା ସମ୍ଭାବନା ଅଛି । ବିଶେଷ କରି ଉପକୂଳ, ଦକ୍ଷିଣ ଏବଂ ଉତ୍ତରରେ ଅଧିକ ତାପମାତ୍ରା ରହିପାରେ । ଅନ୍ୟପଟେ ରାତି ବାତାବରଣ ବି ଥଣ୍ଡା ପଡ଼ିବନି । ରାତିରେ ବି ସ୍ୱାଭାବିକ ତୁଳନାରେ ତାପମାତ୍ରା ଅଧିକ ରହିବ ।
ବିଶେଷଜ୍ଞଙ୍କ ମତରେ ଚଳିତବର୍ଷ ସୁପର ଏଲ୍‌-ନିନୋ ପ୍ରଭାବ ସେପ୍ଟେମ୍ବରରୁ ବଢ଼ିବାରେ ଲାଗିଛି । ଡିସେମ୍ବର ଯାଏ ଏଲ୍‌-ନିନୋ ସ୍ଥିତି ଶୀର୍ଷ ସ୍ତରରେ ରହିବ । ଏହାର ଗୁରୁତର ପ୍ରଭାବ ପଡ଼ିବ । ଏଥର ଶୀତ ପ୍ରାୟତଃ ହଜିଯିବ । ଦିନରେ ଆକାଶ ମେଘମୁକ୍ତ ରହିବ । ଜଳୀୟବାଷ୍ପ ରହିବନି । ତେଣୁ ଖରା ଟାଣ ହେବ । ଏମିତିକି ଅକ୍ଟୋବରରେ ଦିନ ତାପମାତ୍ରା ୩୭ ଡିଗ୍ରୀ ଛୁଇଁପାରେ । ଏମିତି ହେଲେ ଅସ୍ୱାଭାବିକ ଗରମରେ ଓଡ଼ିଶାବାସୀ ସନ୍ତୁଳି ହେବେ । ଏତେ ବର୍ଷା ପରେ ବି ରାଜ୍ୟରେ ବାତାବରଣ ଉଷ୍ମ ରହୁଛି । ଆଗକୁ ବର୍ଷା ସମ୍ଭାବନା ବି କ୍ଷୀଣ । ରାତିରେ ବି ଥଣ୍ଡା ଲାଗିବନି । ଏମିତିକି କାକର କମିଯିବ । ସାଧାରଣତଃ ଅକ୍ଟୋବରରୁ ରାତି ତାପମାତ୍ରା ସାମାନ୍ୟ କମିବା ସହ ହାଲୁକା ଥଣ୍ଡା ପଡ଼ିଥାଏ ବାତାବରଣ । ଏଥର ସେ ସ୍ଥିତି ରହିବନି । ଶୀତ ଆଗମନ ବି ବିଳମ୍ବିତ ହେବ । ବର୍ତ୍ତମାନ ରାଜ୍ୟରେ କୁହୁଡ଼ି ପ୍ରକୋପ ଧୀରେ ଧୀରେ ବଢ଼ିବ । ଚଳିତବର୍ଷ ଜୁନ୍‌ରୁ ସେପ୍ଟେମ୍ବର ୪ ମାସିଆ ଅବଧି ଭିତରେ ଏଥର ଦେଶରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି । ଦେଶରେ ସ୍ୱାଭାବିକଠାରୁ ହାରାହାରି ୧୩% କମ୍‌ ବର୍ଷା ହୋଇଛି । ଓଡ଼ିଶା ଚିତ୍ର ପୂରା ଓଲଟା । ରାଜ୍ୟରେ ଏଥର ରେକର୍ଡ ବର୍ଷା । ୪ ମାସରେ ହାରାହାରି ୧୪୮୪.୩ ମିଲିମିଟର ବର୍ଷା ହୋଇଛି ।

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି)ର ବରିଷ୍ଠ ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ ଓଡ଼ିଶାରେ ଏ ବର୍ଷ ସ୍ୱାଭାବିକଠାରୁ ଢେର ଅଧିକ ବର୍ଷା କମ୍‌ ସମୟ ଭିତରେ ହୋଇଛି । ମୌସୁମୀ ଅବଧି ଭିତରେ ରାଜ୍ୟରେ ୧୦ଟି ଲଘୁଚାପ ପ୍ରଭାବ ପକାଇଥିଲା । ଜୁଲାଇରେ ୩ଟି, ଅଗଷ୍ଟରେ ୫ଟି, ସେପ୍ଟେମ୍ବରରେ ୨ଟି ଲଘୁଚାପ ଆସିଥିଲା। ଏଥିରୁ ଅବପାତ ୩ଟି, ଗଭୀର ଅବପାତ ୨ଟି, ୱେଲ ମାର୍କଟ (ସ୍ପଷ୍ଟ ଚିହ୍ନଟ) ଲଘୁଚାପ ୨ଟି ଏବଂ ଲଘୁଚାପ ୩ଟି । ଏସବୁ ସିଷ୍ଟମର ପ୍ରଭାବ ୪୨ ଦିନ ରହିଥିଲା । ଏହି ୪୨ ଦିନରେ ଓଡ଼ିଶାରେ ୧୦୫୭.୮ ମିମି ବର୍ଷା ହୋଇଥିଲା । ବାକି ୭୮ ଦିନରେ ୪୨୬.୫ ମିମି ବର୍ଷା ହୋଇଥିଲା । ସେଥିରୁ ଜୁନ୍‌ ମାସର ୩୦ ଦିନରେ ୧୧୦.୩ ମିମି ବର୍ଷା ପାଇଥିଲା ।

ଏଥିରୁ ଅନୁମାନ କରାଯାଇପାରେ, ଏଥର ଅଳ୍ପ ଅବଧି ଭିତରେ ଢେର ଅଧିକ ପାଇଥିଲା ଓଡ଼ିଶା । କାରଣ ଜୁନରେ ବର୍ଷା ସ୍ଥିତି ନିଅଣ୍ଟିଆ ଥିଲା । ୧୯୦୧ରୁ ୨୦୨୬ ପର୍ଯ୍ୟନ୍ତ ରେକର୍ଡ ତଥ୍ୟ ଅନୁସାରେ ୧୨୬ ବର୍ଷ ଭିତରେ ମୌସୁମୀ ଅବଧିରେ ଓଡ଼ିଶାରେ ହୋଇଥିବା ସର୍ବାଧିକ ବର୍ଷା ମଧ୍ୟରେ ୨୦୨୬ ଚତୁର୍ଥ ସର୍ବାଧିକ ଶ୍ରେଣୀଭୁକ୍ତ ହୋଇଛି । ଏହାପୂର୍ବରୁ ମୌସୁମୀ ଅବଧିରେ ୧୯୬୧ରେ ୧୫୪୨.୧ ମିମି, ୨୦୦୬ରେ ୧୫୦୮.୮ ମିମି, ୧୯୫୬ରେ ୧୪୯୯.୫ ମିମି ଏବଂ ଚଳିତବର୍ଷ ୧୪୮୪.୩ ମିମି ବର୍ଷା ରେକର୍ଡ ହୋଇଛି। ଓଡ଼ିଶାରେ ମୌସୁମୀ ଅବଧିରେ ସ୍ୱାଭାବିକ ବର୍ଷା ପରିମାଣ ୧୧୫୦.୨ ମିମି । ଜୁଲାଇ ମାସରେ ୧୨୬ ବର୍ଷ ଭିତରେ ସର୍ବାଧିକ ବର୍ଷା ହୋଇଛି । ଏଥର ଜୁଲାଇରେ ୬୨୭.୩ ମିମି ବର୍ଷା ହୋଇଥିଲା । ପ୍ରଥମ ଥର ପାଇଁ ୧୯୦୧ରୁ ୨୦୨୬ ଭିତରେ ଜୁଲାଇ ବର୍ଷା ପରିମଣ ୬୦୦ ମିମି ଟପିଥିଲା ।

ରାଜ୍ୟରେ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଆଜି ତାପମାତ୍ରା ୩୪-୩୫ ଡିଗ୍ରୀ ଥିଲା । ଉପକୂଳରେ ବି ୩୫ ଡିଗ୍ରୀ ପାର୍‌ କରିଥିଲା ତାପମାତ୍ରା । ରାଜ୍ୟରେ ଏବେ ବିଶେଷ ବର୍ଷା ନାହିଁ । କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ