୪ରୁ ବଢିବ ଓମ୍‌ଫେଡ୍‌ କ୍ଷୀର ଦର

ଭୁବନେଶ୍ୱର : ଅକ୍ଟୋବର ୪ ତାରିଖରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମ୍‌ଫେଡ୍‌। ଟୋନଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହେବ। ଫଳରେ ଏହାର ମୂଲ୍ୟ ୫୪ ଟଙ୍କାରୁ ବୃଦ୍ଧି ପାଇ ହେବ ୫୮ ଟଙ୍କା। ଅର୍ଥାତ୍ ଟୋନ୍‌ଡ ଦୁଗ୍ଧ ପ୍ୟାକେଟ୍‌ (୫୦୦ ମି.ଲି) ୨ ଟଙ୍କା ବୃଦ୍ଧି ପାଇବ। ଏବେ ୫୦୦ ମିଲିଲିଟର ଟୋନ୍‌ଡ ଦୁଗ୍ଧ ପ୍ୟାକେଟ୍‌ର ଦର ୨୭ ଟଙ୍କା ଥିବା ବେଳେ ଏହା ୨୯ ଟଙ୍କାକୁ ବୃଦ୍ଧି ପାଇବ।

ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ହେବ। ଫଳରେ ଏହାର ମୂଲ୍ୟ ୫୮ ଟଙ୍କାରୁ ବୃଦ୍ଧି ପାଇ ୬୦ ଟଙ୍କା ହେବ। ଅର୍ଥାତ୍ ୫୦୦ ମିଲିଲିଟର ପ୍ରିମିୟମ ଦୁଗ୍ଧ ପ୍ୟାକେଟ୍ ପାଇଁ ୩୦ ଟଙ୍କା ଦେବାକୁ ହେବ। ଏବେ ୫୦୦ ମିଲିଲିଟର ପ୍ରିମିୟମ ଦୁଗ୍ଧ ପ୍ୟାକେଟ୍ ପାଇଁ ୨୯ ଟଙ୍କା ଦେଉଛନ୍ତି ଗ୍ରାହକ।

ଗୋଲ୍ଡ ଦୁଗ୍ଧ ଲିଟର ପିଛା ଦର ୬୨ ଟଙ୍କାକୁ ବୃଦ୍ଧି ପାଇଛି। ଆସନ୍ତା ୪ ତାରିଖରୁ ଆଧା ଲିଟର ଗୋଲ୍ଡ ପ୍ୟାକେଟ୍ ପାଇଁ ଗ୍ରାହକଙ୍କୁ ୩୧ ଟଙ୍କା ଦେବାକୁ ହେବ। ଗୋଲ୍ଡ ପ୍ଲସ୍‌ ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ପାଇବ। ଏବେ ଏହା ଲିଟର ପିଛା ୬୪ ଟଙ୍କାରେ ମିଳୁଥିବା ବେଳେ ଆଉ ଦୁଇ ଦିନ ପରେ ୬୬ ଟଙ୍କା ହୋଇଯିବ। ‌ଅର୍ଥାତ୍ ଗୋଲ୍ଡ ପ୍ଲସ୍ ଦୁଗ୍ଧ ପ୍ୟାକେଟ୍‌ (୫୦୦ ମି.ଲି) ୧ ଟଙ୍କା ବୃଦ୍ଧି ପାଇବ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ