ଟ୍ୟାଙ୍କର ଭିତରେ ବେଆଇନ ଭାବେ ଗୋରୁ ଚାଲାଣ

ବାଙ୍ଗିରିପୋଷି :ଅଭିନବ ଉପାୟରେ ଚାଲିଥିଲା ବେଆଇନ ଗୋ-ଚାଲାଣ। ରାସ୍ତାରେ ମାଡି ବସିଲା ପୁଲିସ। ତେଲ ପରିବହନ ବାହାନାରେ ଏକ ବଡ଼ ଟ୍ୟାଙ୍କର ଭିତରେ ବେଆଇନ ଭାବେ ଗୋରୁ ଚାଲାଣ କରୁଥିଲେ ଦୁର୍ବୃତ୍ତ । ଟ୍ୟାଙ୍କର ଗାଡି ଜବତ ସହ ପୁଲିସ ଦ୍ୱାରା ୨୦ ରୁ ଉର୍ଦ୍ଧ ଗୋରୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳରେ।
ବିଶୋଇ ପଟୁ କଳାବାଡ଼ିଆ ଅଭିମୁଖେ ଦ୍ରୁତ ଗତିରେ ଏକ ତେଲ ଟ୍ୟାଙ୍କର (ଡବ୍ଲୁବି ୭୬ବି ୧୨୬୬) ଯାଉଥିବା ବେଳେ କିଛି ଗୋରକ୍ଷକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗାଡି ଉପରେ ସନ୍ଦେହ ହୋଇଥିଲା। ଲୋକମାନେ ଗାଡ଼ିକୁ ପିଛା କରିବା ସହିତ ବାଙ୍ଗିରିପୋଷି ଥାନାକୁ ଖବର ଦେଇଥିଲେ । ଖବର ପାଇ ବାଙ୍ଗିରିପୋଷି ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ସହ ପୋଲିସ ଟିମ ତୁରନ୍ତ ପୁନାସିଆ ରେଲୱେ ଗୋଳା ପୋଲ ନିକଟରେ ଗୋଡ଼ାଇ ଗୋଡ଼ାଇ ଗାଡିଟିକୁ ଧରିବାରେ ସଫଳ ହୋଇଥିଲେ।
ଘଟଣାରେ ସମ୍ପୃକ୍ତ ଥିବା ଟ୍ୟାଙ୍କର ଡ୍ରାଇଭର ଏବଂ ହେଲପରଙ୍କୁ ପୁଲିସ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି। ଟ୍ୟାଙ୍କର ଭିତରେ  ଗାଈ ଓ ବଳଦ ମିଶି ୨୦ରୁ ଅଧିକ ସଂଖ୍ୟାରେ ଗୋରୁ ଅମାନୁଷିକ ଭାବେ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। ଆଜିର ଘଟଣା ପରେ ମୟୂରଭଞ୍ଜ ଜିଲ୍ଲା ଦେଇ ଆଜିବି ବେଆଇନ ଗୋଚାଲାଣ ରାକେଟ ଓ ଗୋ-ମାଫିଆମାନେ ସକ୍ରିୟ ଥିବା ଦେଖିବାକୁ ମିଳିଛି।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ