ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ ଏସ୍‌ପି ଅଫିସରେ ପହଞ୍ଚିଛନ୍ତି।

ପ୍ରଣବ କହିଛନ୍ତି, ପୁଲିସ ଉପସ୍ଥିତିରେ ଆମ ଉପରେ ଆକ୍ରମଣ ହୋଇଛି। ବିଜେପି କର୍ମୀ ଆମ ଉପରେ ଆକ୍ରମଣ କରିଛନ୍ତି। ଆମେ ପଦଯାତ୍ରା କରି ଲୋକଙ୍କୁ ପାଖକୁ ଯାଇଥିଲା ବେଳେ ଆକ୍ରମଣ କରାଯାଇଛି। ଜିଲ୍ଲା ପୁଲିସ ସାହସରେ ସେମାନେ ଆକ୍ରମଣ କରିଛନ୍ତି।
ବିଜେଡିର ଅଭିଯୋଗ ଅନୁଯାୟୀ, ୩୦ରୁ ୪୦ ଜଣ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ସହିତ ଆଉ ଦୁଇଟି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେମାନେ ପ୍ରଣବ ଓ ତାଙ୍କ ସମର୍ଥକମାନଙ୍କୁ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ପ୍ରଣବ ବଳବନ୍ତରାୟଙ୍କ ଅଭିଯୋଗ ଉପରେ ପୁଲିସ କିମ୍ବା ବିଜେପିର କୌଣସି ପ୍ରତିକ୍ରିୟା ମିଳିପାରିନି।

  • Related Posts

    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading
    ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

    ନୂଆଦିଲ୍ଲୀ: CEC ଜ୍ଞାନେଶ କୁମାରଙ୍କୁ ନେଇ ୨୦୦୬ ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞନେଶ କୁମାରଙ୍କୁ ନେଇ ପ୍ରାୟ ୨୦ ବର୍ଷ ପୁରୁଣା ଏକ ମାମଲା ପୁଣି ଚର୍ଚ୍ଚାକୁ ଆସିଛି । ୨୦୦୬ର ଏହି ମାମଲାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ