ବାରବାଟୀ ମ୍ୟାଚ: ଷ୍ଟାଡିୟମକୁ କ’ଣ କ’ଣ ନେଇ ପାରିବେ ?

କଟକ: ବାରବାଟୀରେ ଖେଳାଯିବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଏକ ଦିବସୀୟ ମ୍ୟାଚ । ଏଥିପାଇଁ ପ୍ରସ୍ତୁତ ଉଭୟ ଦଳର ଖେଳାଳି । ଏହି ମ୍ୟାଚ ପାଇଁ କ୍ରିକେଟ ପ୍ରେମୀ ଷ୍ଟାଡିୟମକୁ ଆସିବେ । ଏଥିପାଇଁ ପୋଲିସ ପକ୍ଷରୁ କଟକଣା କରାଯାଇଛି । ବିଶେଷକରି କେଉଁ ସ୍ଥାନ ଦେଇ ଆସିବେ ଏବଂ କେଉଁ ସ୍ଥାନରେ ପାର୍କିଂ କରିବେ, ସେନେଇ ସ୍ୱତନ୍ତ୍ର ଗାଇଡ଼ଲାଇନ ମଧ୍ୟ କରାଯାଇଛି । ଆସନ୍ତୁ ଜାଣିବା ଷ୍ଟାଡିୟମକୁ କ’ଣ କ’ଣ ଆଣିବେ ଆଉ କେଉଁଠି ପାର୍କିଂ କରିବେ !ଷ୍ଟାଡିୟମ୍‌ର କୌଣସି ଗ୍ୟାଲେରୀ ବା ପାଭିଲିୟନ୍‌କୁ ଯିବାବେଳେ ଦର୍ଶକ କେବଳ ମୋବାଇଲ୍ ଫୋନ୍ ଓ ମନିପର୍ସରେ ନୋଟ୍ ବା କାଗଜ ଟଙ୍କା ନେଇ ଯାଇପାରିବେ । ପର୍ସରେ କଏନ୍ ବା ଖୁଚରା ପଇସା ନେଇପାରିବେ ନାହିଁ । ଏଥିସହିତ କୌଣସି ପ୍ରକାର ବ୍ୟାଗ୍, କୌଣସି ପ୍ରକାର ଖାଦ୍ୟ ଓ ପାଣି ବୋତଲକୁ ଦର୍ଶକ ସାଙ୍ଗରେ ନେଇଯାଇ ପାରିବେ ନାହିଁ । ଷ୍ଟାଡିୟମ୍‌ର ସବୁ ଗ୍ୟାଲେରୀ ଓ ପାଭିଲିଅନ୍‌ରେ ପିଇବା ପାଣି, ସୁଖିଲା ଖାଦ୍ୟ ଓ ଅନ୍ୟ ପାନୀୟ ବିକ୍ରୟ ପାଇଁ ବ୍ୟବସ୍ଥା ହୋଇଛି । ତେଣୁ ସାଙ୍ଗରେ କିଛି ଖାଦ୍ୟ ଓ ପିଇବା ପାଣି ନେଇପାରିବେ ନାହିଁ । ସେହିପରି କୌଣସି ପ୍ରକାର ବାଇନାକୁଲାର, ବାଡ଼ିରେ ବନ୍ଧା ହୋଇଥିବା ପତାକା, ରେଡ଼ିଓ, ଡିଜିଗଲ୍ କ୍ୟାମେରା, ପାଣି ପାଉଚ, କୌଣସି ପ୍ରକାର ମାଦକଦ୍ରବ୍ୟ, ଗୁଖା, ବିଡ଼ି, ସିଗାରେଟ୍, ପାନମସଲା ଓ ଭଙ୍ଗା ହୋଇଥିବା ପାନ ସାଙ୍ଗରେ ଦର୍ଶକ ନେଇଯାଇପାରିବେ ନାହିଁ ।ଘରୁ ଦର୍ଶକ ଆସିବା ବେଳେ ସାଙ୍ଗରେ କେବଳ ଟିକେଟ୍ କିମ୍ବା ପାସ୍‌, ନିଜର ଏକ ପରିଚୟପତ୍ର ଓ କିଛି ନୋଟ୍ ନେଇଆସିବାକୁ ପୋଲିସ କହିଛି । ଯଦି ବାରଣ କରାଯାଇଥିବା ଜିନିଷକୁ କେହି ଦର୍ଶକ ସାଙ୍ଗର ଆଣିବେ ତାହାଲେ ସେଗୁଡ଼ିକୁ ଷ୍ଟାଡିୟମ୍‌ର ପ୍ରବେଶ ପଥରେ ଛଡ଼ାଇ ରଖାଯିବ ବୋଲି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂହ ଏକଦିବସୀୟ କ୍ରିକେଟ୍ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଏଭଳି ସୂଚନା ଦେଇଛନ୍ତି ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ