
ଦେବଗଡ଼:ସ୍ଥାନୀୟ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ ଆଜି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସେବା ସଂକଳ୍ପ ଅଭିଯାନ ପାଇଁ ପଥପ୍ରାନ୍ତ ନାଟକ “ନମୋ ସେବା ଗାଥା “ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି,ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା,ସାଂସଦଙ୍କ ପ୍ରତିନିଧି୍ଙ୍କ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବିଧାୟକଙ୍କ ପ୍ରତିନିଧି ଚନ୍ଦ୍ର ଶେଖର ଭୁକ୍ତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।ଏହାପରେ ସେବା ସଂକଳ୍ପ ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷ ସେବା ଓ ତ୍ୟାଗ ଉପଲକ୍ଷେ ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ୱରରୁ ଆସିଥିବା ସାଂସ୍କୃତିକ ଦଳ ଥିଏଟର କେକେ କ୍ରିଏସନ ଗ୍ରୁପ୍ ପଥପ୍ରାନ୍ତ ନାଟକ‘ନମୋ ସେବା ଗାଥା’ନାଟକ ପ୍ରଦର୍ଶିତ ହୋଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ,ସହକାରୀ ଜିଲ୍ଲାପାଳ ଈଶ୍ୱର ଗୁରୁ,ଡେପୁଟି କଲେକ୍ଟର ଲକ୍ଷ୍ମଣ ଅମାତ୍,ପ୍ରିୟା ତିର୍କୀ,ଓଏଲଏମ ଡିପିଏମ ଶିଶିର ଷଡ଼ଙ୍ଗୀ,ବରିଷ୍ଠ ନାଗରିକ ସୁଧୀର କପରଦାର, ସୁଶୀଲ କପରଦାର, ନିରଞ୍ଜନ ଦ୍ବିବେଦୀ,ହେମନ୍ତ ମହାପାତ୍ରଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଡିଆଇପିଆରଓ ମନୋରଞ୍ଜନ ସୂତାର ପରିଚାଳନା କରିଥିବାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ ଭୋଇ ଧନ୍ୟବାଦ ଦେଇଥିଲେ।








