ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ କୋଡ଼ିଙ୍ଗା ସଦର ମହକୁମାରେ । କୁକୁର କବଳରୁ ରକ୍ଷା କରିବାକୁ ଯାଇ ଶିଶୁର ପିଉସୀ ମଧ୍ୟ ଆହତ ହୋଇଛନ୍ତି । ଗୁରୁତର ଶିଶୁକୁ କଟକ ବଡ଼ ମେଡିକାଲକୁ ନିଆଯାଉଥିବା ପରିବାର ଲୋକ କହିଛନ୍ତି ।
ସୂଚନା ଅନୁଯାୟୀ, କୋଡ଼ିଙ୍ଗାର ଚାଉଁରିଆସାହିର ବାସିନ୍ଦା ରାଜୁ ଦଳେଇ । ରବିବାର ଅପରାହ୍ଣରେ ତାଙ୍କ ବର୍ଷକର ଶିଶୁ ଘରେ ଶୋଇଥିଲା । ଏହି ସମୟରେ ଏକ ବୁଲା କୁକୁର ଘରେ ପଶିଥିଲା । ଛୁଆକୁ ଆକ୍ରମଣ କରିଥିଲା । କାମୁଡ଼ି କାମୁଡ଼ି ଶିଶୁର ମୁହଁ, ଆଖି, ଗାଲ, ହାତକୁ ରକ୍ତାକ୍ତ କରିଦେଇଥିଲା । ଶରୀରରେ ଗଭୀର କ୍ଷତ ହୋଇଥିଲା । ଚିତ୍କାର ଶୁଣି ପହଞ୍ଚିଥିଲେ ରାଜୁଙ୍କ ଭଉଣୀ ରେଖା । କୁକୁରକୁ ଘଉଡ଼ାଇବା ଲାଗି ଉଦ୍ୟମ କରିଥିଲେ । ତାଙ୍କୁ ବି କୁକୁର ଆକ୍ରମଣ କରିଥିଲା । ପାଟିତୁଣ୍ଡ ଶୁଣି ସାହିପଡ଼ିଶା ପହଞ୍ଚିବାରୁ ଶିଶୁକୁ ଛାଡ଼ି କୁକୁର ପଳାଇଥିଲା । ଖବରପାଇ ପହଞ୍ଚିଥିଲେ ରାଜୁ । ଶିଶୁକୁ କୋଡ଼ିଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ହସ୍ପିଟାଲ୍ ଏବଂ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ଭଲ ନଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ପରିବାର ଲୋକେ ଶିଶୁକୁ ଧରି କଟକ ମେଡିକାଲ ଯାଇଥିବା ସୂଚନା ମିଳିଛି ।

  • Related Posts

    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading
    ୧୦ରେ ସମ୍ବଲପୁରରେ ‘ସ୍ୱଚ୍ଛତା ଅଭିଯାନ’, ସାମିଲ ହେବାକୁ ଧର୍ମେନ୍ଦ୍ରଙ୍କ ଆହ୍ଵାନ

    ସମ୍ବଲପୁର: ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ସ୍ୱଚ୍ଛତା ଓ ପବିତ୍ରତାକୁ ସବୁବେଳେ ପ୍ରଥମ ସ୍ଥାନ ଦିଆଯାଇଛି । ସ୍ୱଚ୍ଛତା କେବଳ ଘରର ଚାରିକାନ୍ଥ ଭିତରେ ସୀମିତ ନୁହେଁ, ଏହା ଆମ ଜୀବନଶୈଳୀ, ଆମର ସଂସ୍କାର ଏବଂ ଆମର ଚରିତ୍ର ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ