ହାତୀର ଗଳିତ ଶବ ଉଦ୍ଧାର

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ବନ୍ୟ ପ୍ରାଣୀ ସପ୍ତାହ ପାଳନ ଚାଲିଥିବା ବେଳେ ଜାମୁଖୋଲ ବିଟର ମେନିଆପାଜୁ ଜଙ୍ଗଲରୁ ଏଜ ହାତୀର ଗଳିତ ମୃତ ଦେହ ଠାବ କରାଯାଇଛି । ୭ ଦିନ ତଳେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସୂଚନା ପାଇ ଘଟଣା ସ୍ଥଳରେ ବନ ବିଭାଗ ପକ୍ଷରୁ ଏକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ ବୋୖଦ୍ଧ ବନଖଣ୍ଡ ଅଧିନସ୍ଥ ବଘିଆପଡା ସେକ୍ସନ ଜାମୁଖୋଲ ବିଟ ର ମେନିଆପାଜୁ ଜଙ୍ଗଲ କୁ କିଛି ଗ୍ରାମବାସୀ ଗାଈ ଚରାଇବା ପାଇଁ ଯାଇଥିବା ବେଳେ ଏହି ହାତୀର ମୃତ ଦେହ ଦେଖିବାକୁ ପାଇଥିଲେ । ପରେ ସେମାନେ ବନ ବିଭାଗ କୁ ଖବର ଦେଇଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ବୋୖଦ୍ଧ ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ, ରେଞ୍ଜ ଅଧିକାରି ପ୍ରିୟବ୍ରତ ପଟ୍ଟନାୟକ, ବଘିଆପଡ଼ା ବନପାଳ ମାଳତୀ ମାଝି ଙ୍କ ସମେତ ଅନ୍ୟ ବନ କର୍ମଚାରୀ ପହଞ୍ଚି ଥିଲେ । ହାତୀର ଶବ ବ୍ୟବଚ୍ଛେଦ ଆସନ୍ତା କାଲି କରାଯାଇ ମୃତ୍ୟୁର କାରଣ ଜାଣିବା ପାଇଁ ନମୁନା ସଂଗ୍ରହ କରାଯିବ । ଅନ୍ୟପଟେ ପ୍ରାଥମିକ ତଦନ୍ତରୁ ହାତୀ ଟି ଡିହାଇଡ୍ରେସନ ଶିକାର ହୋଇ ମୃତ୍ୟୁ ବରଣ କରିଛି ବୋଲି ବୌଦ୍ଧ ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ ମନ୍ତବ୍ୟ ଦେଇଛନ୍ତି । ଜିଲ୍ଲାରେ ବନ୍ୟ ପ୍ରାଣୀ ସପ୍ତାହ ପାଳନ ଚାଲିଥିବା ବେଳେ ହାତୀର ଟ୍ରାକିଙ୍ଗ ପାଇଁ ନିୟୋଜିତ ସ୍ୱାର୍ଡ ହାତୀ ମୃତ୍ୟୁର ଖବର ଜାଣି ପାରିଲେନି କିଭଳି, ସେନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ବଘିଆପଡ଼ା ଜଙ୍ଗଲରେ ପୁଣି ହାତୀ ଶିକାରୀ ସକ୍ରିୟ ହେଉଛନ୍ତି ବୋଲି ଆଲୋଚନା ଚାଲିଥିବା ବେଳେ ବନ ବିଭାଗ ପକ୍ଷରୁ ମାମଲା ଦବାଇବାକୁ ଜୋର ସୋର ଉଦ୍ୟମ ଆରମ୍ଭ ହୋଇଛି ବୋଲି ଆଲୋଚନା ଚାଲିଛି।

  • Related Posts

    ‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’

    ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…

    Continue reading
    ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ଉପରେ ରହିବ ନଜର-ପୋଲିସ ଡିଜି

    ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେଠୁ କଡ଼ା ହୋଇଛି ପୋଲିସ ପ୍ରଶାସନ। କଲେଜ ନିର୍ବାଚନ ସମୟରେ କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ଅଶାନ୍ତି କିମ୍ବା ଗଣ୍ଡଗୋଳ ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ଅଣଛାତ୍ରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ