
ଦେବଗଡ଼:ପୌରାଚଂଳର ଗୁରୁ ସାହି ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବ ସଭାପତି ସତ୍ୟ ନାରାୟଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷର ପୂଜା ୭ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ନଭୋଗ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ଏହାପରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ମଦନ ମୋହନ ବେହେରା ସଭାପତି, ପ୍ରଭାତ ଗିରି ଉପସଭାପତି, ଅଜୟ ନନ୍ଦ ସଂପାଦକ, ଯଜ୍ଞଦତ୍ତ ନନ୍ଦ ସହ ସଂପାଦକ, ତୁଷାରକାନ୍ତ ନନ୍ଦ କୋଷାଧ୍ୟକ୍ଷ,ଶିତିକଣ୍ଠ ମହାପାତ୍ର ସହ କୋଷାଧ୍ୟକ୍ଷ,ରାଜୁ ମାଟିଆରୀ ଓ ସନ୍ତୋଷ ଫଦକାର ସାଂସ୍କୃତିକ ସଂପାଦକ ଭାବେ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ବୈଠକରେ କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ।








