
ଦେବଗଡ଼:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଓ ଏସପି କିଶୋର ଚନ୍ଦ୍ର ମୁଣ୍ଡଙ୍କ ଶିବିରରେ ଯୋଗ ଦେଇ ୪୬ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଅଭିଯୋଗ ମଧ୍ୟରେ ୩୮ ଟି ବ୍ୟକ୍ତିଗତ ଏବଂ ୮ ଟି ସାମୁହିକ ଅଭିଯୋଗ ରହିଥିଲା। ଜନସାଧାରଣ ରାସ୍ତା ନିର୍ମାଣ,ଜମି ବାଡ଼ି ବିବାଦ,ନୂତନ ବିଦ୍ୟାଳୟର ଗୃହ ନିର୍ମାଣ,ବିଦ୍ୟୁତ ସମସ୍ୟା,ବାର୍ଦ୍ଧକ୍ୟ ଭତ୍ତା ତଥା ବିଭିନ୍ନ ସମସ୍ୟା ସଂପର୍କରେ ଜିଲ୍ଲାପାଳ ଓ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଶିବିରରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଞ୍ଜ,ଉପଜିଲ୍ଲାପାଳ ପରିକ୍ଷିତ ସାହୁ,ଏସସିଏଫ୍ ସ୍ୱାଧୀନତା ସାହାଣୀ,ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ,ଡେପୁଟି କଲେକ୍ଟର ଅଞ୍ଜୁନୀ କୂଜୁର,ତହସିଲଦାର କର୍ଣ୍ଣ ମଲ୍ଲିକ୍ ଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।








