ଛାତ୍ର ସଂସଦ ନିର୍ବାଚନ: ନିର୍ବାଚନୀ ଖର୍ଚ୍ଚ ୫ ହଜାରରୁ ଅଧିକ କରିପାରିବେନି

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ବିଗୁଲ୍‌ ବାଜିଛି । ୯ରେ ପ୍ରାର୍ଥୀପତ୍ର ନାମାଙ୍କନ ହେବ । ୧୫ ତାରିଖରେ ନିର୍ବାଚନ ହେବ । କିନ୍ତୁ ଉଚ୍ଚଶିକ୍ଷା ବିଭାଗ ପୂର୍ବ ନିର୍ବାଚନ ପ୍ରକ୍ରିୟାର ନିର୍ଦ୍ଦେଶାବଳୀକୁ ଅନୁସରଣ କରିଛି । ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ନଥିଲେ ଛାତ୍ରଛାତ୍ରୀମାନେ ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ । ସେହିପରି ପ୍ରାର୍ଥୀଙ୍କ ବୟସସୀମା ୧୭ରୁ ୨୨ ବର୍ଷ ରହିବ । ଏତିକି ନୁହେଁ ପ୍ରତି ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବେ । ଏନେଇ ବିସ୍ତୃତ ନିର୍ଦ୍ଦେଶାବଳୀ, ପ୍ରାର୍ଥୀଙ୍କ ପାଇଁ ଯୋଗ୍ୟତା ମାନଦଣ୍ଡ, ନିର୍ବାଚନୀ ଖର୍ଚ୍ଚ, ଆଚରଣ ବିଧି, ଅଭିଯୋଗ ନିବାରଣ ସେଲ୍‌, ମନୋନୟନ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ବିଭାଗ ଜାରି କରିଛି । ସଂପୂର୍ଣ୍ଣ ଭାବେ ଲିଙ୍ଗ୍‌ଡୋ କମିଶନରଙ୍କ ସୁପାରିଶ ନିର୍ବାଚନ ପ୍ରକ୍ରିୟାରେ ପାଳନ କରାଯିବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।

ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶାବଳୀ କହୁଛି, ପିପିପି ମୋଡ୍‌ରେ ଥିବା ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମର ଛାତ୍ରଛାତ୍ରୀ ପ୍ରାର୍ଥୀ କିମ୍ବା ଭୋଟର ଭାବେ ଅଂଶଗ୍ରହଣ କରିପାରିବେ ନାହିଁ । ଯୋଗ୍ୟତା ମାନଦଣ୍ଡରେ ରହିଛି, ପ୍ରାର୍ଥୀ ପାଇଁ ନାମାଙ୍କନ ଭରୁଥିବା ଛାତ୍ରଛାତ୍ରୀଙ୍କ ବୟସ ମସୀମା ଯୁକ୍ତ ତିନି (ସ୍ନାତକ) ସ୍ତରରେ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ରହିବ । ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀଙ୍କ ପାଇଁ ବୟସ ସର୍ବାଧିକ ୨୫ ବର୍ଷ ରହିବ । ସେହିପରି ନିର୍ବାଚନ ଲଢ଼ୁଥିବା ବର୍ଷରେ ପ୍ରାର୍ଥୀଙ୍କ କୌଣସି ବିଷୟରେ ବ୍ୟାକ୍‌ (ଏକାଡେମିକ୍‌ ଏରିଅର) ନଥିବା ଆବଶ୍ୟକ । ସେହିପରି ନିର୍ବାଚନରେ ଭାଗ ନେବା ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ଥିବା ବାଧ୍ୟତାମୂଳକ । ଜଣେ ପ୍ରାର୍ଥୀ କୌଣସି ପଦବି ଅର୍ଥାତ୍‌ ସଭାପତି, ଉପସଭାପତି, ସାଧାରଣ ସଂପାଦକ, ଆସିଷ୍ଟାଣ୍ଟ ସଂପାଦକ, ସାଂସ୍କୃତିକ ସଂପାଦକ, କ୍ରୀଡ଼ା ସଂପାଦକ ଭଳି ପଦବି ପାଇଁ ଥରେ ନିର୍ବାଚନ ଲଢ଼ିପାରିବେ । କିନ୍ତୁ କାର୍ଯ୍ୟକାରୀ ସଦସ୍ୟ ଭଳି ପଦବି ପାଇଁ ସର୍ବାଧିକ ଦୁଇଥର ନିର୍ବାଚନ ଲଢ଼ିପାରିବେ । ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ରେକର୍ଡ, ଦଣ୍ଡ ବିଧାନ କିମ୍ବା ଶିକ୍ଷାନୁଷ୍ଠାନ ଦ୍ୱାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଆବଶ୍ୟକ । ସଂପୃକ୍ତ ଅନୁଷ୍ଠାନରେ ସାମ୍‌ସ ମାଧ୍ୟମରେ ନାମ ଲେଖାଇଥିବା ନିୟମିତ ବା ସେଲ୍ଫ ଫାଇନାନ୍ସିଂ ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇପାରିବେ । ମାତ୍ର ଦୂରନିରନ୍ତର ଶିକ୍ଷା କିମ୍ବା ପିପିପି ମୋଡ୍‌ର ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହେବେ ନାହିଁ ।
​​​​​​​
ଉଚ୍ଚଶିକ୍ଷା ବିଭାଗ ଏହା ମଧ୍ୟ କହିଛି, ଜଣେ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଯାଏ ଖର୍ଚ୍ଚ କରିପାରିବେ । ଫଳାଫଳ ଘୋଷଣାର ଦୁଇ ସପ୍ତାହ ମଧ୍ୟରେ ସମସ୍ତ ଖର୍ଚ୍ଚ ହିସାବ କର୍ତ୍ତୃପକ୍ଷଙ୍କୁ ଦାଖଲ କରିବେ । ଏହା ଏଚ୍‌ଆଇଏମ୍‌ଏସ୍‌ ପୋର୍ଟାଲ୍‌ରେ ସର୍ବସାଧାରଣ କରାଯିବ । ସେହିପରି ଆଚରଣ ବିଧିକୁ ସମସ୍ତେ ମାନିବେ । ଯେଉଁଥିରେ ଜାତି, ଧର୍ମ, ଭାଷା କିମ୍ବା ସଂପ୍ରଦାୟ ଆଧାରରେ ଉତ୍ତେଜନା ସୃଷ୍ଟି କରୁନଥିବା ଆଚରଣ କିମ୍ବା ଭୋଟ ଭିକ୍ଷା ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଧର୍ମାନୁଷ୍ଠାନକୁ ପ୍ରଚାର ପାଇଁ ବ୍ୟବହାର କରାଯିବ ନାହିଁ । ସୋସିଆଲ ମିଡିଆରେ ଅଶ୍ଲୀଳ ଭାଷା, ମିଥ୍ୟା ସୂଚନା, ବ୍ୟକ୍ତିଗତ ଆକ୍ଷେପ କିମ୍ବା ଏଆଇ ଦ୍ୱାରା ପ୍ରସ୍ତୁତ ନକଲି ବିଷୟବସ୍ତୁ ପ୍ରସାରଣ ଉପରେ କଡ଼ା କଟକଣା ଲଗାଯାଇଛି । ଛପା ପୋଷ୍ଟର, ପାମ୍ପଲେଟ୍‌ ବ୍ୟବହାରକୁ ବାରଣ କରାଯାଇଛି । କେବଳ କଲେଜ କର୍ତ୍ତୃପକ୍ଷ ନିର୍ଦ୍ଧାରଣ କରିଥିବା ସ୍ଥାନରେ ହାତ ତିଆରି ପୋଷ୍ଟର ଲଗାଯାଇପାରିବ। ଲାଉଡସ୍ପିକର, ଗାଡ଼ି କିମ୍ବା ପଶୁଙ୍କୁ ବ୍ୟବହାର କରି ଶୋଭାଯାତ୍ରା କରାଯିବ ନାହିଁ । କ୍ୟାମ୍ପସ ବାହାରେ କୌଣସି ପ୍ରଚାର କିମ୍ବା ଶୋଭାଯାତ୍ରା କରାଯିବ ନାହିଁ। ପୁଲିଂ କେନ୍ଦ୍ରର ୧୦୦ ମିଟର ପରିସର ମଧ୍ୟରେ ପ୍ରଚାର କିମ୍ବା ଭୋଟ ଶେଷ ହେବାର ପୂର୍ବ ୨୪ ଘଣ୍ଟା ମଧ୍ୟରେ କୌଣସି ସଭା କରାଯାଇପାରିବ ନାହିଁ ।

ଭୋଟ ଶେଷ ହେବାର ୪୮ ଘଣ୍ଟା ମଧ୍ୟରେ ପୁଲିଂ ଅଞ୍ଚଳ ସଫା କରିବା ପ୍ରାର୍ଥୀଙ୍କ ମିଳିତ ଦାୟିତ୍ୱ ବୋଲି ବିଭାଗ ସ୍ପଷ୍ଟ କରିଛି । ନଚେତ୍‌ ପ୍ରତି ପ୍ରାର୍ଥୀଙ୍କ ଉପରେ ୧୫୦୦ ଟଙ୍କାର ଜରିମାନା ଲାଗୁ ହେବ । ଆବଶ୍ୟକ ସ୍ଥଳରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୧୯୬ ଓ ନବମ ଅଧ୍ୟାୟ ଧାରା ୧୬୯ରୁ ୧୭୭ର ବ୍ୟବସ୍ଥା ଲାଗୁ ହେବ । କୌଣସି ପ୍ରକାରର ଆଇନଶୃଙ୍ଖଳା ବିପର୍ଯ୍ୟୟ ବା ଅପରାଧିକ ଘଟଣା ଘଟିଲେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସର୍ବାଧିକ ୬ଘଣ୍ଟା ମଧ୍ୟରେ ପୁଲିସକୁ ଜଣାଇବେ । ଜିଲ୍ଲା ନୋଡାଲ୍‌ ଅଧିକାରୀମାନେ ନିର୍ବାଚନ ପ୍ରକ୍ରିୟାକୁ ତଦାରଖ କରିବେ ।

ଏହା ମଧ୍ୟ କୁହାଯାଇଛି, ପ୍ରତି ଶିକ୍ଷାନୁଷ୍ଠାନରେ ଛାତ୍ର କଲ୍ୟାଣ ଡିନ୍‌ ଦାୟିତ୍ୱରେ ଥିବା ପ୍ରଫେସରଙ୍କ ଅଧ୍ୟକ୍ଷତାରେ ଏକ ଅଭିଯୋଗ ନିବାରଣ ସେଲ୍‌ ଗଠନ କରାଯିବ । ଏଥିରେ ଜଣେ ବରିଷ୍ଠ ଅଧ୍ୟାପକ, ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଶେଷ ବର୍ଷର ଦୁଇଜଣ ଛାତ୍ରଛାତ୍ରୀ ସଦସ୍ୟ ରହିବେ । ଫଳାଫଳ ଘୋଷଣାର ୩ ସପ୍ତାହ ମଧ୍ୟରେ ଛାତ୍ରଛାତ୍ରୀ ନିର୍ବାଚନ ସଂପର୍କିତ ଅଭିଯୋଗ ଦାଖଲ କରିପାରିବେ । ଅଭିଯୋଗ ମିଳିବାର ୨୪ ଘଣ୍ଟା ମଧ୍ୟରେ ଏହି ସେଲ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଅନୁଷ୍ଠାନର ମୁଖ୍ୟ ଏହାର ଆପିଲେଟ୍‌ କର୍ତ୍ତୃପକ୍ଷ ରହିବେ ।

  • Related Posts

    ‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’

    ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…

    Continue reading
    ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ଉପରେ ରହିବ ନଜର-ପୋଲିସ ଡିଜି

    ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେଠୁ କଡ଼ା ହୋଇଛି ପୋଲିସ ପ୍ରଶାସନ। କଲେଜ ନିର୍ବାଚନ ସମୟରେ କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ଅଶାନ୍ତି କିମ୍ବା ଗଣ୍ଡଗୋଳ ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ଅଣଛାତ୍ରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ