ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତି ଗିରଫ

ମୟୂରଭଞ୍ଜ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍‌ ଆଣ୍ଡ୍‌ ବି ବିଭାଗର ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତି ଗିରଫ ହୋଇଛନ୍ତି। ଅରବିନ୍ଦ ମହାନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ଆର୍‌ ଆଣ୍ଡ୍‌ ବି ଡିଭିଜନ୍ ଅଧୀନ ବେତନଟୀ ସବ୍‌ଡିଭିଜନ୍‌ର ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ । ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଆଜି ତାଙ୍କୁ ବାରିପଦା ଭିଜିଲାନ୍ସ ସ୍ପେଶାଲ୍ ଜଜ୍‌ଙ୍କ କୋର୍ଟରେ ହାଜର କରାଯିବ।

ଭିଜିଲାନ୍ସ ପକ୍ଷରୁ ଅରବିନ୍ଦ ମହାନ୍ତିଙ୍କ ବିଭିନ୍ନ ସମ୍ପତ୍ତି ଉପରେ ଚଢ଼ାଉ ଓ ତଲାସୀ ବେଳେ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି। ତାଙ୍କ ନାମରେ ୨ଟି ବହୁତଳ କୋଠା, ୫ ଏକର ପରିମିତ ଅଞ୍ଚଳରେ ଏକ ଫାର୍ମ ହାଉସ୍, ୨୩ଟି ମୂଲ୍ୟବାନ ପ୍ଲଟ୍, ପ୍ରାୟ ୩୦୦ ଗ୍ରାମ୍ ସୁନା, ୧୦ ଲକ୍ଷ ୫୭ ହଜାର ୫୦୦ ଟଙ୍କା ନଗଦ, ୬୯ ଲକ୍ଷ ୬୯ ହଜାର ଟଙ୍କାର ଜମା ରାଶି ଏବଂ ଗୋଟିଏ ଚାରିଚକିଆ ଗାଡ଼ି ଥିବା ଜଣାପଡ଼ିଛି ।

ସେପଟେ ଆଜି ଭୁବନେଶ୍ୱର ବାଲିଅନ୍ତାସ୍ଥିତ ତାଙ୍କ ଘରେ ଭିଜିଲାନ୍ସ ତଲାସୀ ବେଳେ ଆଉ ୨ ଲକ୍ଷ ୫୦ ହଜାର ଟଙ୍କା ନଗଦ ଠାବ କରିଛି। ଫଳରେ ମୋଟ ନଗଦ ଟଙ୍କାର ପରିମାଣ ୧୦ ଲକ୍ଷ ୫୭ ହଜାର ୫୦୦ ଟଙ୍କା ହୋଇଛି । ଏତେ ପରିମାଣର ସମ୍ପତ୍ତିର ସନ୍ତୋଷଜନକ ହିସାବ କିମ୍ବା ଉତ୍ସ ଅରବିନ୍ଦ ମହାନ୍ତି ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୫/୨୦୨୬ ରୁଜୁ ହୋଇଛି । ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅଧୀନରେ ଏହି ମାମଲା ରୁଜୁ କରାଯାଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ତାଙ୍କର ଘରେ ଓ ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ବାଲେଶ୍ୱର ଅଙ୍ଗାରଗଡିଆ ସ୍ଥିତ ବାସଭବନ ସମେତ ୧୦ ସ୍ଥାନରେ ଚଢାଉ ହୋଇଥିଲା । ଖୋର୍ଦ୍ଧା, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଳାର ବିଭିନ୍ନ ସ୍ଥାନରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିଲା । ବାଲେଶ୍ଵର ଭିଜିଲାନ୍ସ ୟୁନିଟ ପକ୍ଷରୁ ଏହି ଚଢାଉ କରାଯାଇଥିଲା ।
ଅନ୍ୟପକ୍ଷରେ ସପ୍ତାହେ ତଳେ ତାଙ୍କର ପଦୋନ୍ନତି ହୋଇଥିଲା। ତାପରେ ସହକାରୀ ଯନ୍ତ୍ରୀରୁ ସେ ନିର୍ବାହୀ ଯନ୍ତ୍ରୀ ହୋଇଥିଲେ। ସପ୍ତାହେ ପରେ ଆଜି ପୁଣି ତାଙ୍କର ଭାଗ୍ୟ ବଦଳିଗଲା। ବେତନଟୀ ରାସ୍ତା ଓ ଗୃହ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ବାଲେଶ୍ଵର ଅଙ୍ଗାର ଗଡ଼ିଆସ୍ଥିତ ବାସଭବନରେ ଚାଲିଛି ଭିଜିଲାନ୍ସ ରେଡ୍। ପାଖାପାଖି ଏପର୍ଯ୍ୟନ୍ତ ୨ ଲକ୍ଷ୍ କ୍ୟାସ ସହ ଅନେକ ସୁନା ଗହଣା ଜବତ କରିଛି ଭିଜିଲାନ୍ସ ।

  • Related Posts

    ‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’

    ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…

    Continue reading
    ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ଉପରେ ରହିବ ନଜର-ପୋଲିସ ଡିଜି

    ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେଠୁ କଡ଼ା ହୋଇଛି ପୋଲିସ ପ୍ରଶାସନ। କଲେଜ ନିର୍ବାଚନ ସମୟରେ କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ଅଶାନ୍ତି କିମ୍ବା ଗଣ୍ଡଗୋଳ ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ଅଣଛାତ୍ରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ