ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା-ଗୁଜରାଟ ସହଯୋଗ ସୁଦୃଢ଼ ହେବ

ରାଜସ୍ୱ ମନ୍ତ୍ରୀ ଏବଂ OSDMAର ବରିଷ୍ଠ ଅଧିକାରୀବୃନ୍ଦଙ୍କ ଗୁଜରାଟ ରାଜ୍ୟ ଗସ୍ତ
ପ୍ରଶିକ୍ଷଣ, ଜ୍ଞାନ ବିନିମୟ, ଯୁଗ୍ମ ଅଭ୍ୟାସ ଓ କର୍ମଶାଳା ଆୟୋଜନ ଉପରେ ଉଭୟ ରାଜ୍ୟର ମିଳିତ ଗୁରୁତ୍ୱ

ଗାନ୍ଧୀନଗର/ଭୁଜ, ଅକ୍ଟୋବର ୬ :

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ଏବଂ ଜ୍ଞାନ ବିନିମୟ ସହ ପରସ୍ପର ସହଯୋଗକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶାର ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ରାଜ୍ୟର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ତଥା ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଗୁଜରାଟ ଗସ୍ତ କରିଛନ୍ତି।

ଗସ୍ତ ସମୟରେ ମାନ୍ୟବର ମନ୍ତ୍ରୀଙ୍କ ସହ ସ୍ପେଶାଲ୍ ରିଲିଫ କମିଶନର ତଥା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(OSDMA)ଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ ଏବଂ OSDMAର ବରିଷ୍ଠ ଅଧିକାରୀବୃନ୍ଦ ଗାନ୍ଧୀନଗରସ୍ଥିତ ଗୁଜରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ /Gujarat State Disaster Management Authority (GSDMA) ଓ Gujarat Institute Of Disaster Management (GIDM) ପରିଦର୍ଶନ କରିବା ସହ ଭୁଜସ୍ଥିତ ସ୍ମୃତିବନ ଭୂମିକମ୍ପ ସ୍ମାରକୀ ଏବଂ ସଂଗ୍ରହାଳୟ (Smritivan Earthquake Memorial and Museum) ପରିଦର୍ଶନ କରି ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ପ୍ରାସଙ୍ଗିକ ଦିଗ ସମ୍ପର୍କରେ ଅନୁଭୂତି ଓ ଜ୍ଞାନ ଆହରଣ କରିଥିଲେ।

ଏହି ଅବସରରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗୁଜରାଟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲଙ୍କୁ ସାକ୍ଷାତ କରି ଉଭୟ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ମତ ବିନିମୟ କରିଥିଲେ।
ଏହାସହ ଗୁଜରାଟର ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟସିଂହ ବିଜୟସିଂହ ମହିଦା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ଜୟନ୍ତୀ ଏସ୍. ରବି, ରିଲିଫ୍ କମିଶନର ଶ୍ରୀ ଗୌରାଙ୍ଗ ଏଚ୍. ମକୱାଣା, GSDMAର CEO ତଥା GIDMର DG ଡଃ ଧବଲ ପଟେଲଙ୍କ ସମେତ ବିଭାଗ ଓ ବିପର୍ଯ୍ୟୟ ପରିଚାଳନା ସଂସ୍ଥାଗୁଡ଼ିକର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ଯ ଆଲୋଚନା କରାଯାଇଥିଲା।
ଆଲୋଚନାରେ ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରଶିକ୍ଷଣ, କ୍ଷମତା ବିକାଶ, ପ୍ରଯୁକ୍ତିର ବ୍ୟବହାର, ମକ୍ ଡ୍ରିଲ୍, ଜନସଚେତନତା ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନର୍ବାସ ଓ ପୁନର୍ନିର୍ମାଣ ଆଦି କ୍ଷେତ୍ରରେ ଉଭୟ ରାଜ୍ୟର ଅଭିଜ୍ଞତା ଏବଂ ଜ୍ଞାନ ବିନିମୟ ହୋଇଥିଲା l

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଭୟ ରାଜ୍ୟର ସହଯୋଗକୁ ଏକ ନୂତନ ସ୍ତରକୁ ନେବା ପାଇଁ ପ୍ରଶିକ୍ଷଣ ଓ ଜ୍ଞାନ ବିନିମୟ ମାଧ୍ୟମରେ କ୍ଷମତା ବୃଦ୍ଧି, ଏବଂ ଯୁଗ୍ମ ଅଭ୍ୟାସ (Joint Exercises) ଓ କର୍ମଶାଳା (Workshops) ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଉଭୟ ରାଜ୍ୟର ବିପର୍ଯ୍ୟୟ ପ୍ରତିରୋଧ, ପ୍ରସ୍ତୁତି ଓ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।
ଭୁଜସ୍ଥିତ Smritivan Earthquake Memorial and Museum ପରିଦର୍ଶନ ସମୟରେ ୨୦୦୧ ମସିହାର ଭୟାବହ ଭୂମିକମ୍ପର ସ୍ମୃତିକୁ ସଂରକ୍ଷଣ ସହ ବିପର୍ଯ୍ୟୟ ସମ୍ପର୍କରେ ଜନସଚେତନତା, ଶିକ୍ଷା ଓ ପ୍ରସ୍ତୁତି ବୃଦ୍ଧି ଦିଗରେ ସ୍ମୃତିବନର ଭୂମିକା ସମ୍ପର୍କରେ ଓଡ଼ିଶାର ପ୍ରତିନିଧିମଣ୍ଡଳୀ ଅବଗତ ହୋଇଥିଲେ।

ଓଡ଼ିଶା ଓ ଗୁଜରାଟ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ନିଜସ୍ୱ ଅଭିଜ୍ଞତା ଓ ପ୍ରତିଷ୍ଠାନଗତ ଦକ୍ଷତା ବିକଶିତ କରିଛନ୍ତି। ପରସ୍ପରର ଅଭିଜ୍ଞତା ଓ କାର୍ଯ୍ୟପଦ୍ଧତିରୁ ଶିକ୍ଷା ଗ୍ରହଣ କରି ଉଭୟ ରାଜ୍ୟ ଏକ ସୁଦୃଢ଼, ସୁବ୍ୟବସ୍ଥିତ, ପ୍ରସ୍ତୁତ ଓ ବିପର୍ଯ୍ୟୟ-ସହନଶୀଳ ସମାଜ ଗଠନ ଦିଗରେ ମିଳିତ ଭାବେ ଅଗ୍ରସର ହେବାକୁ ସହମତ ହୋଇଛନ୍ତି।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ