ରିଲିଜ୍‌ର ଦିନକ ପୂର୍ବରୁ ଦର୍ଶକ ଦେଖିପାରିବେ ‘ରାମାୟଣ’ ସିନେମା

ଭାରତରେ ‘ରାମାୟଣ ପାର୍ଟ ୧’ର ଅଫିସିଆଲ୍‌ ରିଲିଜ୍‌ ନଭେମ୍ବର ୫ରେ ହେବ ଜଣାପଡ଼ିଥିବା ବେଳେ, ଦର୍ଶକ କିନ୍ତୁ ପେଡ୍‌ ପ୍ରିଭ୍ୟୁ ଜରିରଆରେ ନଭେମ୍ବର ୪ ତାରିଖ ବୁଧବାର ଠାରୁ ଏହି ସିନେମା ଦେଖିବାକୁ ପାଇବେ । ଅର୍ଥାତ୍‌ ଦର୍ଶକମାନେ ଟିକେଟ୍‌ ବୁକ୍‌ କରି ଫିଲ୍ମଟିକୁ ଗୋଟିଏ ଦିନ ପୂର୍ବରୁ ଦେଖି ପାରିବେ ।ଫିଲ୍ମର ଅନ୍ତର୍ଜାତୀୟ ରିଲିଜ୍‌ ସୂଚୀକୁ ଦୃଷ୍ଟିରେ ରଖି ଏହି ପେଡ୍‌ ପ୍ରିଭ୍ୟୁ ଯୋଜନା କରାଯାଇଛି । ଅନେକ ବାଦ-ବିବାଦ ଏବଂ ଚର୍ଚ୍ଚାରେ ଥିବା ନମିତ ମଲହୋତ୍ରାଙ୍କ ପ୍ରଯୋଜନା ଓ ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ରାମାୟଣ ପାର୍ଟ ୧’ରେ ରଣବୀର କପୁର ଭଗବାନ ରାମ, ସାଇ ପଲ୍ଲବୀ ମାତା ସୀତା ଏବଂ ୟଶ ରାବଣ ଭୂମିକାରେ ନଜର ଆସିବେ । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି ।

  • Related Posts

    ନାନା ପାଟେକରଙ୍କ ଦେହାନ୍ତ

    ୭୫ ବର୍ଷ ବୟସରେ ହୃଦ୍‌ଘାତରେ ବରିଷ୍ଠ ଅଭିନେତା ନାନା ପାଟେକର ମୃତ୍ୟୁବରଣ କରିଛନ୍ତି । ହିନ୍ଦୀ ଏବଂ ମରାଠୀ ସିନେମାର ଅନ୍ୟତମ ଶ୍ରେଷ୍ଠ ଅଭିନେତା ନାନା ପାଟେକର ନିଜ ଗୋଆ ସ୍ଥିତ ଘରେ ଥିବାବେଳେ ହୃଦ୍‌ଘାତର ଶିକାର ହୋଇଥିଲେ ତାଙ୍କୁ ୪୫…

    Continue reading
    ଚାକିରୀ ପାଇଁ : ଖାଲି ପାଦରେ ଶାଢ଼ୀ ପିନ୍ଧି ୧୬୦୦ ମିଟର ଦୌଡିଲେ ବିଧବା

    ସୋସିଆଲ ମିଡିଆରେ ଆଜି ଗୋଟିଏ ଭିଡିଓ ଖୁବ୍‌ ଭାଇରାଲ ହୋଇଛି । ପିନ୍ଧାଶାଢ଼ୀକୁ ଅଣ୍ଟାରେ ଖୋସି ଖାଲି ପାଦରେ ୮ ମିନିଟ୍‌ରେ ସେ ଦୌଡିଛନ୍ତି ୧୬୦୦ ମିଟର । କେବଳ ନିଜର ପେଟପାଟଣା ପାଇଁ । ଝାଡଖଣ୍ଡର ଜଣେ ବିଧବା ମହିଳା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ