ଭାରତରେ ‘ରାମାୟଣ ପାର୍ଟ ୧’ର ଅଫିସିଆଲ୍ ରିଲିଜ୍ ନଭେମ୍ବର ୫ରେ ହେବ ଜଣାପଡ଼ିଥିବା ବେଳେ, ଦର୍ଶକ କିନ୍ତୁ ପେଡ୍ ପ୍ରିଭ୍ୟୁ ଜରିରଆରେ ନଭେମ୍ବର ୪ ତାରିଖ ବୁଧବାର ଠାରୁ ଏହି ସିନେମା ଦେଖିବାକୁ ପାଇବେ । ଅର୍ଥାତ୍ ଦର୍ଶକମାନେ ଟିକେଟ୍ ବୁକ୍ କରି ଫିଲ୍ମଟିକୁ ଗୋଟିଏ ଦିନ ପୂର୍ବରୁ ଦେଖି ପାରିବେ ।ଫିଲ୍ମର ଅନ୍ତର୍ଜାତୀୟ ରିଲିଜ୍ ସୂଚୀକୁ ଦୃଷ୍ଟିରେ ରଖି ଏହି ପେଡ୍ ପ୍ରିଭ୍ୟୁ ଯୋଜନା କରାଯାଇଛି । ଅନେକ ବାଦ-ବିବାଦ ଏବଂ ଚର୍ଚ୍ଚାରେ ଥିବା ନମିତ ମଲହୋତ୍ରାଙ୍କ ପ୍ରଯୋଜନା ଓ ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ରାମାୟଣ ପାର୍ଟ ୧’ରେ ରଣବୀର କପୁର ଭଗବାନ ରାମ, ସାଇ ପଲ୍ଲବୀ ମାତା ସୀତା ଏବଂ ୟଶ ରାବଣ ଭୂମିକାରେ ନଜର ଆସିବେ । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି ।
ଚାକିରୀ ପାଇଁ : ଖାଲି ପାଦରେ ଶାଢ଼ୀ ପିନ୍ଧି ୧୬୦୦ ମିଟର ଦୌଡିଲେ ବିଧବା
ସୋସିଆଲ ମିଡିଆରେ ଆଜି ଗୋଟିଏ ଭିଡିଓ ଖୁବ୍ ଭାଇରାଲ ହୋଇଛି । ପିନ୍ଧାଶାଢ଼ୀକୁ ଅଣ୍ଟାରେ ଖୋସି ଖାଲି ପାଦରେ ୮ ମିନିଟ୍ରେ ସେ ଦୌଡିଛନ୍ତି ୧୬୦୦ ମିଟର । କେବଳ ନିଜର ପେଟପାଟଣା ପାଇଁ । ଝାଡଖଣ୍ଡର ଜଣେ ବିଧବା ମହିଳା…






