ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଶ୍ଚିମବଙ୍ଗ ସରକାର ରାଜ୍ୟରେ କ୍ୟାବିନେଟ ପାହ୍ୟା ଦେଇଥିବା ଜଣାପଡିଛି । ବୁଧବାର ଦିନ ପ୍ରବୀଣ ଅଭିନେତା ଏବଂ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଶ୍ଚିମବଙ୍ଗ ସରକାର କ୍ୟାବିନେଟ ମନ୍ତ୍ରୀର ମାନ୍ୟତା ସହିତ ସାଂସ୍କୃତିକ ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି । କାର୍ମିକ ଏବଂ ପ୍ରଶାସନିକ ସଂସ୍କାର ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ତାଙ୍କୁ ତୁରନ୍ତ ପ୍ରଭାବରୁ ସୂଚନା ଏବଂ ସଂସ୍କୃତି ବିଭାଗର ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି । ବିଜ୍ଞପ୍ତିରେ କୁହାଯାଇଛି, “ରାଜ୍ୟପାଳ ଶ୍ରୀ ମିଥୁନ ଚକ୍ରବର୍ତ୍ତୀଙ୍କୁ ସୂଚନା ଏବଂ ସାଂସ୍କୃତିକ ବ୍ୟାପାର ବିଭାଗରେ କ୍ୟାବିନେଟ ମନ୍ତ୍ରୀର ମାନ୍ୟତା ସହିତ ପଶ୍ଚିମବଙ୍ଗ ସରକାରଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି ଯାହାକି ତୁରନ୍ତ କାର୍ଯ୍ୟକାରୀ ହୋଇଛି ।
ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ
ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…








