ନୂଆପଲ୍ଲୀ ଦୁଷ୍କର୍ମ ମାମଲା: ଟିଆଇ ପରେଡ୍‌ରେ ଦୁଷ୍କର୍ମକାରୀକୁ ଚିହ୍ନଟ କଲେ ପୀଡ଼ିତା

ଭୁବନେଶ୍ୱର: ନୂଆପଲ୍ଲୀ ଅଞ୍ଚଳରେ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ ତ୍ୱରିତ ତଦନ୍ତ ସହ ଚାର୍ଜସିଟ୍ ଦାଖଲକୁ ଗୁରୁତ୍ୱ ଦେଉଛି । ସବୁ ଦିଗକୁ ତନ୍ନତନ୍ନ କରି ଅନୁଧ୍ୟାନ କରାଯାଉଛି । ସାକ୍ଷ୍ୟ ପ୍ରମାଣ ଯୋଗାଡି଼ବାରେ ପୁଲିସ ଦିନରାତି ଏକ କରିଦେଇଛି । ଅଭିଯୁକ୍ତ ଶ୍ରୀଧର ପଣ୍ଡାର ବୁଧବାର ଟିଆଇ ପରେଡ୍ କରାଯାଇଛି । ଆସନ୍ତା ୧୫ ଦିନ ଭିତରେ ହିଁ ମାମଲାର ଚାର୍ଜସିଟ୍ ଦାଖଲ କରାଯିବ ।
ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତ ବିରୋଧରେ ପ୍ରମାଣ ସଂଗ୍ରହରେ ଲାଗିଛନ୍ତି । ପୀଡି଼ତାଙ୍କ ଭଡ଼ା ଘର ଆଖପାଖରୁ ଏକାଧିକ ସିସିକ୍ୟାମେରା ଫୁଟେଜ୍ ଯାଞ୍ଚ ସରିଯାଇଛି । ଘଟଣାଦିନ ଶ୍ରୀଧର ଉକ୍ତ ଘରକୁ କେତେବେଳେ ଯାଇଥିଲା ? କେତେ ସମୟ ପାଇଁ ଘରେ ଉପସ୍ଥିତ ଥିଲା? ସିସି କ୍ୟାମେରା ଫୁଟେଜ୍ରୁ ଏହା ସ୍ପଷ୍ଟ ହୋଇଯିବ । ଚାର୍ଜସିଟ୍ ଦାଖଲ ବେଳେ ସିସି କ୍ୟାମେରା ଫୁଟେଜ୍ ସହ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣକୁ ଗୁରୁତ୍ୱ ଦେବ ପୁଲିସ । ଏହାଛଡ଼ା ପୀଡି଼ତା ଓ ଅଭିଯୁକ୍ତର ଡାକ୍ତରୀମାଇନା ରିପୋର୍ଟକୁ ମଧ୍ୟ ତର୍ଜମା ଚାଲିଛି । ପୁଲିସ ଏହାକୁ ଅନ୍ୟତମ ବଳିଷ୍ଠ ପ୍ରମାଣ ଭାବେ ଅଦାଲତରେ ଉପସ୍ଥାପନ କରିବ । ଶ୍ରୀଧରର ପୁରୁଣା ଅପରାଧିକ ରେକର୍ଡକୁ ମଧ୍ୟ ଚାର୍ଜସିଟ୍‌ରେ ଯୋଡ଼ାଯିବ । ଏଯାବତ୍ ତା’ ବିରୋଧରେ ଭୁବନେଶ୍ୱର ୟୁପିଡିରେ ଥିବା ୨ଟି ଚୋରି ମାମଲା ସାମ୍ନାକୁ ଆସିଛି । ଆଗକୁ ଆହୁରି ମାମଲା ବାହାରିପାରେ ବୋଲି ପୁଲିସ ଆଶା ରଖିଛି ।
ତଦନ୍ତ ପ୍ରକ୍ରିୟାରେ ଟିଆଇ ପରେଡ୍‌ଟି ଅଭିଯୁକ୍ତର ପରିଚୟ ସ୍ପଷ୍ଟ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବୁଧବାର ଅପରାହ୍ଣ ୩ ଟାରେ ଝାରପଡ଼ା ସ୍ୱତନ୍ତ୍ର ଜେଲ୍ ପରିସରରେ ଟିଆଇ ପରେଡ୍ ଆରମ୍ଭ ହୋଇଥିଲା । ଶ୍ରୀଧର ସହ ଅନ୍ୟ ୯ ଜଣ ବ୍ୟକ୍ତିଙ୍କୁ ଗୋଟିଏ ଧାଡିରେ ଛିଡ଼ା କରାଯାଇଥିଲା । ଜେଏମ୍ଏଫ୍ସିର ଜଣେ ବିଚାରପତିଙ୍କ ଉପସ୍ଥିତିରେ ପୀଡିତା ଜଣକ ୧୦ଜଣଙ୍କ ମଧ୍ୟରୁ ଜଣଙ୍କୁ ଦୁଷ୍କର୍ମକାରୀ ଭାବେ ଚିହ୍ନଟ କରିଥିଲେ । ଟିଆଇ ପରେଡ୍ ବେଳେ ଜେଲ୍ ୱାର୍ଡର ସହ ଅନ୍ୟ ଜଣେ ଜେଲ୍‌ର ଅଧିକାରୀ ଉପସ୍ଥିତ ଥିଲେ ।

ମାମଲାର ତଦନ୍ତକୁ ଦ୍ରୁତ ଗତିରେ ସାରିବାକୁ ପୁଲିସ ସବୁ ଜୋର୍ ଦେଉଛି । କେବଳ ଚାର୍ଜସିଟ୍ ଦାଖଲ ନୁହେଁ, ମାମଲାର ବିଚାର ପ୍ରକ୍ରିୟା ମଧ୍ୟ ଯେମିତି ଶୀଘ୍ର ଶେଷ ହୁଏ, ସେନେଇ ପୁଲିସ ତତ୍ପର ହୋଇଉଠିଛି । ମାମଲାକୁ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର କରିବାକୁ ପୁଲିସ ପକ୍ଷରୁ ଆବେଦନ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

  • Related Posts

    ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ମୃତ

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି । ଆଜି ସକାଳ ୫ ଘଣ୍ଟା ୩୦ ମିନିଟ୍ ସମୟରେ ଅଜଣା ଟ୍ରକ ଧକ୍କା ଦେଇ…

    Continue reading
    ଓଡ଼ିଶାରୁ ବିଦାୟ ନେଉଛି ମୌସୁମୀ

    ଭୁବନେଶ୍ୱର: ଓଡ଼ିଶାରୁ କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଓ ବରଗଡ଼ରୁ ମୌସୁମୀ ବିଦାୟ ନେଇଥିବା ଜଣାଯାଇଛି । ତେବେ ଆସନ୍ତା ୩ରୁ ୪ ଦିନ ଭିତରେ ପୂରା ଓଡ଼ିଶାରୁ ମୌସୁମୀ ବିଦାୟ ନେବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ