
ନୂଆଦିଲ୍ଲୀ: କିଛି ଅଭିନେତା ପରଦାକୁ ଆସନ୍ତି, ଅଭିନୟ କରି ଚାଲିଯାଆନ୍ତି। କିଛି ଅଭିନେତାଙ୍କ ଅଭିନୟ ସରିଗଲା ପରେ ବି ତାଙ୍କ ସ୍ୱର ଦର୍ଶକଙ୍କ ମନରେ ଗୁଞ୍ଜରିତ ହେଉଥାଏ । ନାନା ପାଟେକର ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କର ପ୍ରସିଦ୍ଧ ସଂଳାପ ମଧ୍ୟରେ ଥିଲା, “ମୁଁ ମୋ ମୃତ୍ୟୁର ଦୃଶ୍ୟ ଦେଖିବାକୁ ଆସିଛି…” । ଆଜି ଯେତେବେଳେ ନାନାଙ୍କ ଦେହାନ୍ତ ଖବର ଆସିଲା, ତାଙ୍କ ପ୍ରଶଂସକମାନେ ଶୋକରେ ବୁଡ଼ିଗଲେ । ପ୍ରଧାନମନ୍ତ୍ରୀଙ୍କ ଠାରୁ ସିନେ ପ୍ରେମୀଙ୍କ ଯାଏଁ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେଲେ ।
ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ଯେ, ନାନା ପାଟେକରଙ୍କ ଗଭୀରତା, ବ୍ୟକ୍ତିତ୍ୱ ଏବଂ ସ୍ୱତନ୍ତ୍ର ଉପସ୍ଥିତି ଖୁବ୍ କମ୍ ଅଭିନେତାଙ୍କ ପାଖରେ ଥିଲା । ସେ ପ୍ରତ୍ୟେକ ଭୂମିକାରେ ଉଲ୍ଲେଖନୀୟ ବିବିଧତା ଏବଂ ସୃଜନଶୀଳତା ପ୍ରଦର୍ଶନ କରିଥିଲେ । ଆଗାମୀ ପିଢ଼ି ପର୍ଯ୍ୟନ୍ତ ମନେ ରହିଲା ଭଳି ଚରିତ୍ରଗୁଡ଼ିକୁ ପରିବେଷଣ କରିଥିଲେ । ସେ ତାଙ୍କର ସ୍ପଷ୍ଟ ବିଚାରଧାରା ପାଇଁ ମଧ୍ୟ ପରିଚିତ ଥିଲେ । ହିନ୍ଦୀ ଓ ମରାଠି ସିନେମାରେ ତାଙ୍କର ମହତ୍ଵପୂର୍ଣ୍ଣ ଯୋଗଦାନ ଥିଲା । ଭଗବାନ ତାଙ୍କ ପରିବାର, ବନ୍ଧୁ ପରିଜନ ଏବଂ ଅଗଣିତ ପ୍ରଶଂସକଙ୍କୁ ଧର୍ଯ୍ୟ ଦିଅନ୍ତୁ । ଦିବଙ୍ଗତ ଆତ୍ମାକୁ ଶାନ୍ତି ମିଳୁ ।








