ବିଜେଡି ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ବଜାୟ ରଖିଛି: ବିଜେଡି

ଭୁବନେଶ୍ୱର: ଏକ ଦାୟିତ୍ୱବାନ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବିଜୁ ଜନତା ଦଳ ସର୍ବଦା ଓଡ଼ିଶାବାସୀଙ୍କ ସ୍ୱାର୍ଥ, ଅଧିକାର ଓ ହକ୍ ପାଇଁ ଦୃଢ଼ ଭାବେ ଠିଆ ହୋଇଆସିଛି । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଯେତେବେଳେ ପ୍ରଭାବିତ ହୋଇଛି, ସେତେବେଳେ ବିଜେଡି ରାଜ୍ୟର ସ୍ୱାର୍ଥ ପାଇଁ ନିରନ୍ତର ଭାବେ ସ୍ୱର ଉତ୍ତୋଳନ କରିବା ସହ ଲୋକମାନଙ୍କ ପାଇଁ ରାଜରାସ୍ତାରେ ଲଢେଇ କରିଛି । ଏକ ପ୍ରେସ୍ ବିବୃତ୍ତିରେ ବିଜେଡି ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ଏମ୍ଏମ୍ଡିଆର ସଂଶୋଧନ ଆଇନ୨୦୨୬କୁ ବିଜେଡି ଦୃଢ଼ ଭାବେ ବିରୋଧ କରିଛି । ଦଳର ମତରେ ଏହି ଆଇନ ଓଡ଼ିଶାର ମାଟି ଉପରେ ଥିବା ଅଧିକାର ଓ ଆର୍ଥିକ ସ୍ୱାର୍ଥକୁ ପ୍ରତିକୂଳ ଭାବେ ପ୍ରଭାବିତ କରୁଛି । ଏହି ଆଇନ ଦ୍ୱାରା ରାଜ୍ୟର ସ୍ୱାର୍ଥ କ୍ଷୁର୍ଣ୍ଣ ବୋଲି ବିଜେଡି ସାରା ରାଜ୍ୟରେ ପ୍ରତିବାଦ ଆୟୋଜନ କରିବା ସହ ଜନମତ ସୃଷ୍ଟି ପାଇଁ ନିରନ୍ତର ଆନେ୍ଦାଳନ କରିଆସିଛି ।
ଡ. ମହାନ୍ତି ଆହୁରି ମଧ୍ୟ କହିଥିଲେ ଯେ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ବିଜେଡି ଏକ ରାଜ୍ୟବ୍ୟାପୀ ଆନେ୍ଦାଳନ ଆରମ୍ଭ କରିଥିଲା । ୧,୮୦୦ରୁ ଅଧିକ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନ ବିରୋଧରେ ଏହି ଆନେ୍ଦାଳନ କରାଯାଇଥିଲା । ଏହି ପ୍ରସଙ୍ଗକୁ ସାରା ଓଡ଼ିଶାରେ ଉଠାଯାଇଥିଲା, କାରଣ ସ୍କୁଲ ଶିକ୍ଷାର ଗୁଣବତ୍ତା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ କୌଣସି ପ୍ରକାର ସାଲିସ୍ କରାଯାଇପାରିବ ନାହିଁ ବୋଲି ବିଜେଡି ବାରମ୍ବାର କହିଆସୁଛି ।
ଏସ୍ଆଇଆର୍ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଦ୍ୱାରା ଆୟୋଜିତ ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ କାର୍ଯ୍ୟାଳୟ ଅଭିମୁଖେ ରାଲିରେ ବିଜେଡି ରାଜ୍ୟସଭା ସାଂସଦମାନେ ଅଂଶଗ୍ରହଣ କରିଥିଲେ । ଏହି ରାଲିରେ ବିରୋଧୀ ଦଳଗୁଡ଼ିକ ଭୋଟର ତାଲିକାର ଏସ୍ଆଇଆର ପ୍ରକ୍ରିୟାକୁ ନେଇ ନିଜର ଚିନ୍ତା ପ୍ରକାଶ କରିବା ସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ । ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ବିରୋଧୀ ଦଳଗୁଡ଼ିକର ବ୍ୟାପକ ଅଭିଯାନର ଅଂଶ ଭାବେ ଏହି ରାଲି ପ୍ରତିବାଦ ଆୟୋଜିତ ହୋଇଥିଲା । ଏସ୍ଆଇଆର ପ୍ରକ୍ରିୟାକୁ ନେଇ ଗୁରୁତର ଚିନ୍ତା ପ୍ରକାଶ ପାଇଛି । ବିରୋଧୀ ଦଳଗୁଡ଼ିକର ଅଭିଯୋଗ ଅନୁଯାୟୀ, ବହୁ ସଂଖ୍ୟକ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ପଡ଼ିଛି । ଏଥିରେ ଓଡ଼ିଶାର ୨୭.୫୦ ଲକ୍ଷ ଲୋକ ମଧ୍ୟ ବାଦ୍ ପଡିଛନ୍ତି । ନାଗରିକମାନଙ୍କ ମତଦାନ ଅଧିକାରର ସୁରକ୍ଷା ପ୍ରସଙ୍ଗରେ ନିଜର ଆଭିମୁଖ୍ୟର ଅଂଶ ଭାବେ ବିଜେଡି ନୂଆଦିଲ୍ଲୀର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା ।
ସେ ଆହୁରି କହିଥିଲେ ଯେ, ଆଜି ମଧ୍ୟ ବିଜେଡି ସୁନ୍ଦରଗଡ଼ରେ ଏମ୍ଏମ୍ଡିଆର ଆଇନ ବିରୋଧରେ ଅର୍ଥନୈତିକ ଅବରୋଧ ଆନେ୍ଦାଳନ କରିଛି । ସେଠାରେ ଦଳ ପକ୍ଷରୁ ଏମ୍ଏମ୍ଡିଆର ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ଓ ଆର୍ଥିକ ଅବରୋଧ ଆୟୋଜନ କରାଯାଇଛି । ଏହା ଦ୍ୱାରା ପୁଣିଥରେ ପ୍ରମାଣିତ ହୋଇଛି ଯେ, ବିଜେଡି ଓଡ଼ିଶାବାସୀଙ୍କ ସହ ଠିଆ ହୋଇ ରାଜ୍ୟର ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ପାଇଁ ନିରନ୍ତର ଲଢ଼େଇ ଜାରି ରଖିବ । ବିଜେଡି ଓଡ଼ିଶାବାସୀଙ୍କ ସହ ସମ୍ପୃକ୍ତ ବିଭିନ୍ନ ପ୍ରସଙ୍ଗରେ ନିରନ୍ତର ଭାବେ କାର୍ଯ୍ୟ କରୁଛି ।
ବିଜେଡି ଆସନ୍ତାକାଲି ଡକାଯାଇଥିବା ବନ୍ଦକୁ ନା ସମର୍ଥନ କରୁଛି, ନା ବିରୋଧ କରୁଛି । ଆମେ ଏକ ସ୍ୱାଧୀନ ଓ ନୀତିନିଷ୍ଠ ଆଭିମୁଖ୍ୟ ବଜାୟ ରଖିଛୁ । ଆମର ଫୋକସ୍ ଓଡ଼ିଶାବାସୀଙ୍କ ଅଧିକାର ଓ ସ୍ୱାର୍ଥ ଉପରେ । ବିଜେପି ଓ କଂଗ୍ରେସ ଉଭୟଙ୍କଠାରୁ ବିଜେଡି ସମଦୂରତା ବଜାୟ ରଖିଛି ଏବଂ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଆଧାର କରି ନିଜର ନିଷ୍ପତ୍ତି ନେଇ ଚାଲିବ । ଏକ ଦାୟିତ୍ୱବାନ ଆଞ୍ଚଳିକ ଦଳ ଭାବେ ବିଜେଡି ଓଡ଼ିଶା ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ନିରନ୍ତର ଉଠାଇବ, ରାଜ୍ୟର ସ୍ୱାର୍ଥ ପାଇଁ କ୍ଷତିକାରକ ନୀତିଗୁଡ଼ିକୁ ପ୍ରଶ୍ନ କରିବ ଏବଂ ଲୋକଙ୍କ ସହ ଦୃଢ଼ ଭାବେ ଠିଆ ହୋଇ ନିଜର ସ୍ୱାଧୀନ ରାଜନୈତିକ ପରିଚୟ ଓ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତା ବଜାୟ ରଖିବ ବୋଲି ଡ. ମହାନ୍ତି କହିଥିଲେ ।

  • Related Posts

    ପଶ୍ଚିମ ଓଡ଼ିଶାରେ ରାସ୍ତାରୋକ ଏବଂ ପିକେଟିଂ, ଲୋକେ ହନ୍ତସନ୍ତ

    ସମ୍ବଲପୁର/ଝାରସୁଗୁଡ଼ା/ନୂଆପଡ଼ା: INDIA ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦର ପ୍ରଭାବ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ପଡ଼ିଛି । ରାସ୍ତା ଅବରୋଧ ଓ ପିକେଟିଂ ଯୋଗୁଁ ବସ୍‌, ଟ୍ରକ୍‌, ଅଟୋ ସମେତ ଅନେକ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ବଜାର ଓ…

    Continue reading
    ଭୁବନେଶ୍ବରରେ ଓଡ଼ିଶା ବନ୍ଦ ପ୍ରଭାବ

    ଭୁବନେଶ୍ୱର: ଚାରି ଦଫା ଦାବି ନେଇ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ ସାଧାରଣ ଲୋକେ ପ୍ରଭାବିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ