ତିରୁପତି ଲଡୁ ବିବାଦ; ୪ ଗିରଫ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ତିରୁପତି ଲଡୁ ଅପମିଶ୍ରଣ ବିବାଦ ଘଟଣାରେ ‘ସିବିଆଇର ବଡ଼ ଆକ୍ସନ । ତିରୁପତି ମନ୍ଦିରକୁ ଘିଅ ଯୋଗାଉଥିବା ବିଭିନ୍ନ କମ୍ପାନୀର ୪ଜଣଙ୍କୁ ଗିରଫ କଲା ସିବିଆଇ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଏଆର.ଡେରୀ (ତାମିଲନାଡୁ), ପରାଗ ଡାଏରୀ (ଉତ୍ତର ପ୍ରଦେଶ), ପ୍ରିମିୟର ଏଗ୍ରି ଫୁଡ୍ସ ଏବଂ ‘ଆଲଫା ମିଲ୍କ ଫୁଡ୍ସ’ ସମେତ ଘିଅ ଯୋଗାଣକାରୀ ସଂସ୍ଥାର ବ୍ୟକ୍ତିବିଶେଷ ଅଛନ୍ତି ।ଟିଡିପି ରାଜ୍ୟ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ମନ୍ଦିରକୁ ଘିଅ ଯୋଗାଣ ନିୟମର ଉଲ୍ଲଂଘନ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି । ପ୍ରତ୍ୟେକ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଛି । ବୈଷ୍ଣବୀ ଡାଏରୀର ପ୍ରତିନିଧିମାନେ ଘିଅ ଯୋଗାଣ ପାଇଁ ଏଆର ଡାଏରୀ ନାମରେ ଟେଣ୍ଡର ହାସଲ କରିଥିଲେ । ବୈଷ୍ଣବୀ ଡାଏରୀ ଟେଣ୍ଡର ପ୍ରକ୍ରିୟାକୁ ହେରାଫେରି କରିବା ପାଇଁ ଏଆର ଡାଏରୀ ନାମ ବ୍ୟବହାର କରି ମିଛ ଡକ୍ୟୁମେଣ୍ଟ୍‌ ଏବଂ ସିଲ୍ ତିଆରି କରିଥିଲା । ବୈଷ୍ଣବୀ ଡେରୀ ରୁରକିର ଭୋଲେ ବାବା ଡାଏରୀରୁ ଘିଅ ଆଣୁଥିବା ନକଲି ରେକର୍ଡ ତିଆରି କରି ଦାବି କରିଥିଲା ।

  • Related Posts

    ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

    ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ…

    Continue reading
    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ