
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣଙ୍କ ପିଲା ଶୀଘ୍ର ଥକିଯାଉଛି, ବାରମ୍ବାର ପରିସ୍ରା କରିବାକୁ ଯାଉଛି, ଅତ୍ୟଧିକ ଶୋଷିଲା ଅନୁଭବ କରୁଛି, ତେବେ ସେ ମଧୁମେହର ପ୍ରାରମ୍ଭିକ ପର୍ୟ୍ୟାୟରେ ରହିଛି। ଯଦି ପିଲାଟି ମୋଟା ଅଛି ଏବଂ ଏହି ଲକ୍ଷଣ ଦେଖାଦେଉଛି, ତେବେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କାରଣ ଏହି ଲକ୍ଷଣଗୁଡିକ ଠିକ ସମୟରେ ଚିହ୍ନଟ କରାଗଲେ ଚିକିତ୍ସା ସହଜ ହୋଇପାରିବ। ପିଲାମାନଙ୍କ ରକ୍ତ ଶର୍କରା ସ୍ତର ଯାଞ୍ଚ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦିଅନ୍ତି।
କିପରି କରିବେ ପିଲାମାନଙ୍କ ମଧୁମେହ ନିୟନ୍ତ୍ରଣ
ମଧୁମେହକୁ ନିୟନ୍ତ୍ରଣରେ ରଖିବା ପାଇଁ ପିଲାମାନଙ୍କର ଜୀବନଶଳୀରେ ପରିବର୍ତ୍ତନ ଆଣନ୍ତୁ ।
ପ୍ରତିଦିନ ବ୍ୟାୟାମ କରିବାକୁ ପରାମର୍ଶ ଦିଅନ୍ତୁ ।
ପିଲାମାନଙ୍କ ସ୍କ୍ରିନ ସମୟ ହ୍ରାସ କରନ୍ତୁ । ଯେମିତିକି ମୋବାଇଲ୍ କିମ୍ବା ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ ।
ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଫାଷ୍ଟଫୁଡ ଖାଇବା ଠାରୁ ଦୂରରେ ରୁଖନ୍ତୁ ।
ଯଦି ପରିବାରର କେହି ମଧୁମେହରେ ଆକ୍ରାନ୍ତ, ତେବେ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।








