କଂଗ୍ରେସ ଭବନ ଆଗରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର: ମଣିପୁରର କଂଗ୍ରେସ ସାଂସଦ ତଥା ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ପ୍ରଫେସର ଆଙ୍ଗୋମଚା ବିମଲ ଅକୋଇଜାମ ୧୧ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ନେଇ ଅଭିଯୋଗ ହେବା ପରେ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ତାଙ୍କୁ ବହିଷ୍କାର କରିଛି। ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି କଂଗ୍ରେସର କେନ୍ଦ୍ରୀୟ ଏବଂ ଓଡ଼ିଶାର ନେତୃମଣ୍ଡଳୀ ଚୁପ ବସିଛନ୍ତି। ନାରୀ ସଶକ୍ତୀକରଣ କଥା କହୁଥିବା ରାହୁଲ ଗାନ୍ଧୀଙ୍କ ଏପରି ଦୋମୁହାଁ ନୀତି ବିରୋଧରେ  ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ ଆଗରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାହୁଲ ଗାନ୍ଧୀ ଓ ପ୍ରଫେସର ଆଙ୍ଗୋମଚା ବିମଲ ଅକୋଇଜାମଙ୍କ କୁଶ ପୁତଳିକା ଦାହ କରାଯାଇଥିଲା। ଏଥିସହ କଂଗ୍ରେସର ମହିଳା ବିରୋଧୀ ଆଭିମୁଖ୍ୟ ବିରୋଧରେ ନାରାବାଜି କରାଯାଇଥିଲା।
ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦିକା ପ୍ରବୀଣା ଭଞ୍ଜଦେଓ, ଉପସଭାନେତ୍ରୀ ଅନୁଜାନନ୍ଦ ବିଶ୍ୱାଳ, ସାବିତ୍ରୀ ରାଉତ, ସମ୍ପାଦିକା ସୁଭାସିନୀ ବଳ, ଗୀତାରାଣୀ ବେହେରା, ଜୟାଲକ୍ଷ୍ମୀ ମଲ୍ଲିକ, ସୁମିତ୍ରା ଆଚାର୍ଯ୍ୟ, ଇତିଶ୍ରୀ ଦାସଙ୍କ ସମେତ ବହୁ ବରିଷ୍ଠ ମହିଳା ନେତ୍ରୀ ଓ କାର୍ଯ୍ୟକର୍ତା  ସାମିଲ ହୋଇଥିଲେ।

  • Related Posts

    ଚୂଡାନ୍ତ ପ୍ରାର୍ଥୀ ତାଲିକା : ୩୪୭ କଲେଜରେ ୬୩୬୨ ପ୍ରାର୍ଥୀ, ୧୩ ବିଶ୍ବବିଦ୍ୟାଳୟରେ ୨୮୭ ପ୍ରାର୍ଥୀ

    ଭୁବନେଶ୍ବର : ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଛି କଲେଜରେ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୋଟ ୬୩୬୨ ପ୍ରାର୍ଥୀ। ସେହିପରି ବିଶ୍ବବିଦ୍ୟାଳୟ ସ୍ତରରେ ୨୮୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି। ଉଚ୍ଚଶିକ୍ଷା…

    Continue reading
    ଛାତ୍ର ସଂସଦ ନିର୍ବାଚନ: ବାଣୀବିହାର ମଇଦାନରେ ୨୯ ପ୍ରାର୍ଥୀ

    ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ଉତ୍ସାହଠୁ ଅଧିକ ରାଜନେତା, ଛାତ୍ର ସଂଗଠକ ମଧ୍ୟରେ ଦେଖିବାକୁ ମିଳୁଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଉପରେ ସମସ୍ତଙ୍କ ନଜର । ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ