ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ କରିବାକୁ ବିଜେପି ହିନ ପ୍ରୟାସ ଜାରି ରଖିଛି : ବିଜେଡି

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ କରିବାକୁ ବିଜେପି ହିନ ପ୍ରୟାସ ଜାରି ରଖିଛି । ନିର୍ବାଚନ ପାଇଁ ଥିବା ନୀତି ନିୟମକୁ ଜଳାଞ୍ଜଳି ଦେଇ ସମ୍ପୂର୍ଣ୍ଣ ପ୍ରକିୟାକୁ ବିଜେପି ସରକାର ହାଇଜାକ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରାଯାଉଥିବାରୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଡ଼ ବ୍ୟୋମକେଶ ରାୟ, ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ବିଜେପି ସରକାର ଉପରେ ବର୍ଷିଥିଲେ ।
ଡ଼ ବ୍ୟୋମକେଶ ରାୟ କହିଥିଲେ ଯେ, ବିଜେଡି ପକ୍ଷରୁ ଯାହା ସନେ୍ଦହ କରାଯାଉଥିଲା ତାହା ସତ୍ୟ ହୋଇଛି । ଛାତ୍ର ସଂସଦ ନିର୍ବାଚନକୁ ବିଜେପି ସପକ୍ଷରେ କରିବା ପାଇଁ ନିର୍ବାଚନ ନୀତି ନିୟମର ଧଜିଆ ଉଡ଼ାଇ ଦେଇଛନ୍ତି ରାଜ୍ୟ ସରକାର । କିପରି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହେବ, ସେନେଇ କାର୍ଯ୍ୟ କରୁଛି ବିଜେପି । ଲିଙ୍ଗଡୋ କମିଶନ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି ବିଜେପି ସରକାର । ରାଜ୍ୟର ୫୦ରୁ ଊଦ୍ଧ୍ୱର୍ କଲେଜରେ ବିଜେଡି ପ୍ରାର୍ଥୀଙ୍କ ବିଜୟର ସମ୍ଭାବନା ଥିବାବେଳେ ସେଠାରେ ରାଜ୍ୟ ସରକାର ନିର୍ବାଚନ ବାତିଲ କରିବା ସହ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରିଦେଇଛନ୍ତି । ନୟାଗଡ଼ କଲେଜ ମଧ୍ୟକୁ ବାହାର ପିଲା ଅନଧିକୃତ ଭାବେ ପ୍ରବେଶ କରିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାତି ଅଧିଆ ଅନଧିକୃତ ଭାବେ ପ୍ରବେଶ କରି ଦାଣ୍ଡିଆ ନାଇଟ ପାଳନ୍ କରିଥିଲେ । ବିଜେଡି ପ୍ରାର୍ଥୀ ମାନଙ୍କୁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପାଇଁ ଚାପ ପକାଉଛନ୍ତି ବିଜେପିର ମନ୍ତ୍ରୀ ଓ ବିଧାୟକ । ବିଜେଡି ଶାସନ କାଳରେ ଏମିତି କେବେ ହୋଇନଥିଲା । ସରକାରୀ କଳର ଅପବ୍ୟବହାର କରି ନିର୍ବାଚନ ଜିତିବାକୁ ପ୍ରୟାସ କରୁଛି ବିଜେପି । ରାଜନୀତିର ପଶା ପାଲିରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରୁଛି ବିଜେପି । ବିଜେପି ସରକାରକୁ ଜେନ ଜି ଭୟ ଘାରିଛି । ବିଜେପିର ଏହି ଅରାଜକତାକୁ ରୋକିବା ପାଇଁ ବିଜେଡି ଲଢ଼େଇ ଜୋରଦାର କରିବ ।
ଶ୍ରୀ ସାରଦା ପ୍ରସନ୍ନ ଜେନା କହଥିଲେ ଯେ, ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାର ପକ୍ଷପାତିତା କରୁଛନ୍ତି । ଯେଣତେଣ ପ୍ରକାରେ ନିଜ ସପକ୍ଷରେ ନିର୍ବାଚନ ଫଳାଫଳ କରିବା ପାଇଁ ଉଦ୍ୟମ କରୁଛି ବିଜେପି । ଯେଉଁଠି ଏବିଭିପି ପ୍ରାର୍ଥୀଙ୍କ ବିଜୟର ସମ୍ଭାବନା ନାହିଁ, ସେଠାରେ ଉଦେ୍ଦଶ୍ୟ ମୂଳକ ଭାବେ ନିର୍ବାଚନ ବାତିଲ କରାଯାଉଛି । ରାଜ୍ୟର ୨୦୬ଟି କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବାତିଲ କରିଛନ୍ତି । ଛାତ୍ର ସଂସଦ ନିର୍ବାଚନରେ ବିଜେପିର ମନ୍ତ୍ରୀ ଓ ବିଧାୟକ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହେଉଥିବା ବେଳେ ନିର୍ବାଚନ ନିରପେକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ବାଚନ ଫଳାଫଳ ନିଜ ସପକ୍ଷରେ କରିବା ପାଇଁ ରାଜ୍ୟ ସରକାର ଚଞ୍ଚକତା କରି ତରବରିଆ ଭାବେ ନିର୍ବାଚନ ଘୋଷଣା କରିଛନ୍ତି । ସରକାରୀ କଳ ବଳ ଲଗାଇ ନିର୍ବାଚନ ଜିତିବାକୁ ଲାଗି ପଡିଛନ୍ତି । ଜେନ ଜି ମାନଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି । ଯାହାକି ଅତ୍ୟନ୍ତ ବିପଦ ଜନକ ।
ଇପ୍ସିତା ସାହୁ କହିଥିଲେ ଯେ, ବିସିଜେଡି ପିଲା ଶାନ୍ତି ଶୃଙ୍ଖଳା ମଧ୍ୟରେ ନିର୍ବାଚନ କରିବାରେ ଲାଗିଛନ୍ତି । ରାଜ୍ୟର ୧୦୦ରୁ ଊଦ୍ଧ୍ୱର୍ କ୍ୟାମ୍ପସରେ ବିସିଜେଡି ପ୍ରାର୍ଥୀ ମାନେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି । ମନ୍ତ୍ରୀଙ୍କ ଚାପ ସତ୍ତ୍ୱେ ଅନେକ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ପ୍ୟାନେଲ ସହ ବିଜୟ ହୋଇଛନ୍ତି । ଏମିତି କି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟରେ ବିସିଜେଡିର ୪ ଜଣ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି । ଯେଉଁଠି ଏବିଭିପି ହାରିବା ଭୟ ରହିଛି ସେଠାରେ ବିଜେପି ସରକାର ନିର୍ବାଚନକୁ ବାତିଲ କରାଉଛନ୍ତି । ନୟାଗଡ଼ କଲେଜରେ ବିସିଜେଡି ପ୍ୟାନେଲ ସହ ବିଜୟ ହେବାର ସମ୍ଭାବନା ଥିବାରୁ ସେଠାରେ ସରକାର ନିର୍ବାଚନ ବାତିଲ କରିଦେଲେ । ବିଜେପି ସରକାରକୁ ଛାତ୍ର ସଂସଦ ନିର୍ବାଚନ ହାରିବାର ଭୟ ଘାରିଛି । ନାମାଙ୍କନ ପତ୍ର ଯାଞ୍ଚ ପରେ ସନ୍ଧ୍ୟା ୫ଟା ପରେ ତାଲିକ ପ୍ରକାଶ ପାଇବାର ଥିଲା, କିନ୍ତୁ ଉକ୍ରଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାଣି ଶୁଣି ରାତି ୯ଟା ପରେ ତାଲିକା ପ୍ରକାଶ ପାଇଥିଲା । ଏବିଭିପି ପ୍ରାର୍ଥୀ ମାନଙ୍କ ଉପସ୍ଥାନ କମ୍ ଥିବାରୁ ସେମାନେ ପ୍ରାର୍ଥୀପତ୍ର ନାକଚ ହୋଇଥାନ୍ତା, କିନ୍ତୁ ତାହାକୁ ସଠିକ୍ କରିବା ପାଇଁ ମନ୍ତ୍ରୀ ଫୋନ କରିଥିଲେ । ଯାହାକୁ ନେଇ ତାଲିକା ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା । ବିଜେପିର ହୀନ ପ୍ରୟାସ କେବେ ସଫଳ ହେବ ନାହିଁ । ସାରା ରାଜ୍ୟରେ ବିସିଜେଡି ପ୍ରାର୍ଥୀ ବିଜୟ ଲାଭ କରିବେ ।

  • Related Posts

    ଚୂଡାନ୍ତ ପ୍ରାର୍ଥୀ ତାଲିକା : ୩୪୭ କଲେଜରେ ୬୩୬୨ ପ୍ରାର୍ଥୀ, ୧୩ ବିଶ୍ବବିଦ୍ୟାଳୟରେ ୨୮୭ ପ୍ରାର୍ଥୀ

    ଭୁବନେଶ୍ବର : ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଛି କଲେଜରେ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୋଟ ୬୩୬୨ ପ୍ରାର୍ଥୀ। ସେହିପରି ବିଶ୍ବବିଦ୍ୟାଳୟ ସ୍ତରରେ ୨୮୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି। ଉଚ୍ଚଶିକ୍ଷା…

    Continue reading
    ଛାତ୍ର ସଂସଦ ନିର୍ବାଚନ: ବାଣୀବିହାର ମଇଦାନରେ ୨୯ ପ୍ରାର୍ଥୀ

    ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ଉତ୍ସାହଠୁ ଅଧିକ ରାଜନେତା, ଛାତ୍ର ସଂଗଠକ ମଧ୍ୟରେ ଦେଖିବାକୁ ମିଳୁଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଉପରେ ସମସ୍ତଙ୍କ ନଜର । ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ