ଆଜି ଭାରତ -ଇଂଲଣ୍ଡଶେଷ ଦିନିକିଆ

ଅହମ୍ମଦାବାଦ୍‌ : ଭାରତ ଓ ଇଂଲଣ୍ଡ ମଧ୍ୟରେ ବିଶ୍ୱର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ ନାଗପୁର ଓ କଟକରେ ଖେଳାଯାଇଥିବା ପ୍ରଥମ ଦୁଇଟି ମୁକାବିଲାକୁ ଭାରତ ୪ ୱିକେଟରେ ଜିତି ଆଗୁଆ ସିରିଜ୍‌ କବଜା କରିଛି। ଆସନ୍ତା ୧୯ରୁ ପାକିସ୍ତାନ ଓ ୟୁଏଇର ଦୁବାଇରେ ଅନୁଷ୍ଠିତ ହେବ ଚାମ୍ପିଅନ୍ସ ଟ୍ରଫି ଦିନିକିଆ କ୍ରିକେଟ। ଏହା ପୂର୍ବରୁ ଉଭୟ ଦଳ ଏହି ମ୍ୟାଚ୍‌ ଜିତି ନିଜକୁ ପ୍ରସ୍ତୁତ କରିନେବାକୁ ଯୋଜନା କରିଛନ୍ତି। କିନ୍ତୁ କୌଣସି ମୁକାବିଲାରେ ଲଢେ଼ଇ କରି ପାରି ନ ଥିବା ଇଂଲଣ୍ଡ ବିପକ୍ଷରେ ଏହି ମ୍ୟାଚ୍‌ ଜିତି ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିବା ଭାରତର ଲକ୍ଷ୍ୟ ରହିଛି।
ଚଳିତ ସିରିଜ୍‌ରେ ଇଂଲଣ୍ଡ ଦଳ ଭାରତର ସ୍ପିନରଙ୍କୁ ଉଚିତ ମୁକାବିଲା କରିପାରି ନାହିଁ କିମ୍ବା ବ୍ୟାଟରଙ୍କୁ ଅଟକାଇପାରୁ ନାହିଁ। ଭାରତକୁ କିପରି ମୁକାବିଲା କରିବ ତାହା ବ୍ରେଣ୍ଡନ ମ୍ୟାକ୍‌କୁଲମ ଓ ଜୋଶ ବଟ୍ଟଲର ଯୋଜନା କରିବାରେ ବିଫଳ ହୋଇଛନ୍ତି। ଏଥିରୁ ଫାଇଦା ଉଠାଇ ଭାରତ ଏହି ମ୍ୟାଚ୍‌କୁ ମଧ୍ୟ ସହଜରେ ଜିତିବ ବୋଲି ଆଶା ରଖିଛି। ବ୍ୟାଟିଂରେ ଭାରତର ଦୁଇ ପ୍ରମୁଖ ଖେଳାଳି ଅଧିନାୟକ ରୋହିତ ଶର୍ମା ଓ କିଙ୍ଗ ବିରାଟ କୋହଲି ଫର୍ମରେ ନ ଥିଲେ। କଟକରରେ ୯୦ ବଲ୍‌ରୁ ୧୧୯ ରନ୍‌ କରି ରୋହିତ ଫର୍ମକୁ ଫେରିବା ସହ ନିଜ ଓ ଟିମ୍‌ ମ୍ୟାଜେନମେଣ୍ଟ ଉପରୁ ଚାପ ହଟାଇଦେଇଛନ୍ତି। ଏବେ ପାଳି ରହିଛି ବିରାଟଙ୍କ ଉପରେ।
ତେବେ ବିନା ଚାପରେ ଭାରତ ଚାମ୍ପିଅନ୍ସ ଟ୍ରଫିରେ ମୁକାବିଲା କରିବାକୁ ଯିବ। ରେକର୍ଡ ଦୃଷ୍ଟିରୁ ଦେଖିଲେ ଏହି ମ୍ୟାଚ୍‌ରେ ଆଉ ୧୧ ରନ୍‌ କଲେ ରୋହିତ ୧୧,୦୦୦ ଏବଂ ୮୯ ରନ୍‌ କଲେ ବିରାଟ ୧୪,୦୦୦ ରନ୍‌ ଦିନିକିଆରେ ପୂରଣ କରିବେ। ଏଣୁ ଉଭୟଙ୍କ ଲାଗି ଏହି ମ୍ୟାଚ୍‌ଟି ସ୍ମରଣୀୟ ହେବ ବୋଲି ଆଶା କରାଯାଉଛି। ସିିରିଜ୍‌ ଫଳାଫଳର ଗୁରୁତ୍ୱ ନ ଥିଲେ ମଧ୍ୟ ବିଜୟ ଧାରା ବଜାୟ ରଖିବା ଯେ କୌଣସି ଦଳ ଲାଗି ଗୁରୁତ୍ୱପୂର୍ଣ୍ଣ। ଏଣୁ ଭାରତ ଆଉ କୌଣସି ପରୀକ୍ଷା ନିରୀକ୍ଷା ନ କରି ତାହାର ଶ୍ରେଷ୍ଠ ଦଳକୁ ଏହି ମ୍ୟାଚ୍‌ ଖେଳାଇବ। ରୋହିତ-ଶୁବମନଙ୍କ ଯୋଡି କ୍ଲିକ୍‌ କରୁଥିବାରୁ ଯଶସ୍ୱୀ ଜୟସ୍ୱାଲ ପୂର୍ବପରି ବାହାରେ ରହିବେ। ବୋଲିଂରେ ହର୍ଷିତ ରାଣାଙ୍କ ସ୍ଥାନରେ ଅର୍ଶଦୀପ୍‌ ସିଂହଙ୍କୁ ଖେଳାଯାଇପାରେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ