
ଭୁବନେଶ୍ୱର : ପୁଣି ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ଅଧିକାରୀ। ସୋମବାର ଯାଜପୁର ଧର୍ମଶାଳା ଏବିଇଓ ଜୟଦେବ ଜେନାଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ବର, ଗଞ୍ଜାମ ଓ ଯାଜପୁରର ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି।
ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ବ୍ରହ୍ମପୁରଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୩ ଜଣ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ଗଞ୍ଜାମ, ଯାଜପୁରରେ ଏକକାଳୀନ ତଲାସି କରାଯାଉଛି।
ପାତ୍ରପଡ଼ା ଭୁବନେଶ୍ୱରରେ ତିନି ମହଲା କୋଠା, ପି. ନୂଆଗାଁ, ଗଞ୍ଜାମରେ ଦୁଇ ମହଲା କୋଠା, ପି. ନୂଆଗାଁ, ଗଞ୍ଜାମରେ ଆଉ ଏକ କୋଠା, ଗଞ୍ଜାମର ବୁରୁଝାରିରେ ତାଙ୍କ ସମ୍ପର୍କୀୟଙ୍କ ଘର, ଖଣ୍ଡଗିରି, ଭୁବନେଶ୍ୱରରେ ଜନନୀ ବିହାରରେ ତାଙ୍କ ସମ୍ପର୍କୀୟଙ୍କ ଘର, ଯାଜପୁରର ଜାରକାରେ ଭଡା ଘର ଓ ଯାଜପୁରର ଜାରକାରେ ଅଫିସ ଚାମ୍ବରରେ ଚଢାଉ ଜାରି ରହିଛି।








