ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍ ଦେଇଛନ୍ତି ଅନୁଭବ ଓ ଜାଗୃତି । ସୋସିଆଲ ମିଡିଆରେ ଏହି ଖୁସି ଖବର ଦେବା ପରେ ଦମ୍ପତିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ।ଅନୁଭବ ଓ ଜାଗୃତି ମିଳିତ ଭାବେ ଇନଷ୍ଟାଗ୍ରାମରେ 3ଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଖୁସି ଖବର ଦେଇଥିବା ବେଳେ ଦ୍ୱିତୀୟ ଫଟୋରେ ଉଭୟଙ୍କୁ ଦେଖିବାକୁ ମିଳିଛି ଏବଂ ତୃତୀୟ ଫଟୋରେ ଉଭୟଙ୍କ ବିବାହ ଫଟୋ ସାମ୍ନାରେ ଜାଗୃତି ପ୍ରେଗନେଟ୍ କିଟ୍ ଧରିଥିବାର ନଜର ଆସିଛନ୍ତି । ଏହା ସେୟାର କରି ଅନୁଭବ ଲେଖିଛନ୍ତି, ”ଏକ ସୁନ୍ଦର ନୂଆ ଅଧ୍ୟାୟର ଆରମ୍ଭ । ଆମେ ଯେତେବେଳେ ମାତାପିତା ହେବାର ଏହି ନୂଆ ଯାତ୍ରାରେ ପାଦ ଥାପୁଛୁ, ସେତେବେଳେ ଆମ ହୃଦୟ ଆପଣମାନଙ୍କ ଅସୀମ ସ୍ନେହ, ପ୍ରାର୍ଥନା ଓ ଆଶୀର୍ବାଦ ପାଇଁ କୃତଜ୍ଞତାରେ ଭରିଯାଇଛି । ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦ ଆମ ପାଇଁ ଅମୂଲ୍ୟ ।”

ଏହି ଖୁସି ଖବର ଆସିବା ମାତ୍ରେ ସେଲିବ୍ରିଟି ସମେତ ଫ୍ୟାନ୍ସ ଉଭୟଙ୍କୁ ଶୁଭକାମନା ଜଣାଉଛନ୍ତି । ଅଭିନେତା ସବ୍ୟସାଚୀ ମିଶ୍ର ଲେଖିଛନ୍ତି, ଅଭିନନ୍ଦନ ଆଗକୁ ଆସୁଥିବା ଏହି ସ୍ମରଣୀୟ ଅଧ୍ୟାୟ ପାଇଁ ଅନେକ ଶୁଭେଚ୍ଛା । ମୋତେ ଲାଗୁଛି ଯେ ଏହା ଏକ ଝିଅ ହେବ । ସେହିପରି ସୁପ୍ରିୟା ନାୟକ, ପ୍ରକୃତି ମିଶ୍ର, ସୂର୍ଯ୍ୟମୟୀ ମହାପାତ୍ର, ଶୀତଲ ପାତ୍ର ସମେତ ଅନେକ କଳାକାର ତାଙ୍କୁ ଶୁଭକାମନା ଜଣାଇଛନ୍ତି ।ଗତବର୍ଷ (2025) ମାର୍ଚ୍ଚ 8 ତାରିଖରେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା ପରିବାର, ସମ୍ପର୍କୀୟଙ୍କ ଉପସ୍ଥିିତିରେ ନିର୍ବନ୍ଧ କରିଥିଲେ । ଏହା ପରେ ସେହିବର୍ଷ ମାର୍ଚ୍ଚ 11ରେ ଉଭୟ ରାଜସ୍ଥାନରେ ଡେଷ୍ଟିନେସନ ୱେଡିଂ କରିଥିଲେ । ତେବେ ବିବାହର ବର୍ଷେ ପରେ ଉଭୟ ପିତାମାତା ହେବାକୁ ଯାଉଛନ୍ତି ।କହିରଖୁଛୁ କି, ଏହା ଅନୁଭବଙ୍କ ଦ୍ୱିତୀୟ ବିବାହ । ଜାଗୃତିଙ୍କ ପୂର୍ବରୁ ଅନୁଭବ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଫେବୃଆରୀ ୮, ୨୦୧୪ ବିବାହ କରିଥିଲେ । ହେଲେ ଏହି ଷ୍ଟାର ଦମ୍ପତିଙ୍କ ସମ୍ପର୍କ ବେଶି ଦିନ ତିଷ୍ଠିଲା ନାହିଁ । ଉଭୟ ପାରିବାରିକ ବିବାଦ ସହ ବିବାହ ବିଚ୍ଛେଦ ନେଇ ବିଭିନ୍ନ ମାମଲା ରୁଜୁ କରିଥିଲେ । ଏହା ପରେ ଡିସେମ୍ବର ୨୧, ୨୦୨୩ରେ ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ ଆଧାରରେ ତାଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଥିଲେ । ଏହା ମଧ୍ୟରେ ଅନୁଭବଙ୍କ ଜାଗୃତିଙ୍କ ସହ ସମ୍ପର୍କ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବର୍ତ୍ତମାନ ଛାଡପତ୍ର ପରେ ଜାଗୃତିଙ୍କ ହାତ ଧରିଛନ୍ତି ଅନୁଭବ ।

  • Related Posts

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading
    ଟେଡି ବିୟର୍ ର ଯତ୍ନ ନିଅନ୍ତୁ ନହେଲେ ରୋଗିଣା ହେବ ଶିଶୁ

    ଟେଡି ବିୟର୍ ସାରା ବିଶ୍ୱର ଶିଶୁଙ୍କ ପସନ୍ଦର ଖେଳନା। ଶିଶୁଟିଏ ଘରେ ରହୁ କି ବାହାରକୁ ଯାଇଥାଉ ସାଙ୍ଗରେ ଟେଡି ବିୟରକୁ ଧରି ଯାଇଥାଏ। ଏପରି କି ଖାଇବାଠାରୁ ଶୋଇବା ପର୍ୟ୍ୟନ୍ତ ପିଲା ପାଖରେ ଥାଏ ଟେଡି ବିୟର । ହେଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ