ରାଜନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ

ଭୁବନେଶ୍ୱର: ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି ହେଲେ ମହିଳାଙ୍କୁ ହ୍ବାଟ୍ସଆପ୍‌ରେ ଭିଡିଓ କଲ୍‌ କରି ଉଲଗ୍ନ ହେବାକୁ ବାଧ୍ୟ କରୁଥିଲେ। ନ ହେଲେ ମାମଲା ରୁଜୁ କରି ଗିରଫ କରିବାକୁ ଭୟ ଦେଖାଉଥିଲେ। ପୋଲିସ କର୍ମଚାରୀଙ୍କ ଏଭଳି କାର୍‌ନାମାକୁ ଲୁଚାଇବା ସହ ଅଭିଯୋଗକୁ ଚାପି ଦେଇଥିଲା ବଡ଼ଗଡ଼ ଥାନା ପୋଲିସ। ଶେଷରେ ପୀଡିତା ନେତ୍ରୀ ଡିସିପି ଶର୍ବଣା ବିବେକଙ୍କୁ ଭେଟି ଘଟଣା ଜଣାଇବା ପରେ ଅଭିଯୁକ୍ତ ପୋଲିସକୁ ଗିରଫ କରାଯାଇଛି। ସେ ହେଲେ ବଡ଼ଗଡ଼ ଥାନା ପିସିଆର୍‌ରେ କାମ କରୁଥିବା ହାବିଲ୍‌ଦାର ତାପସ ପ୍ରଧାନ। ଏନେଇ ବଡ଼ଗଡ଼ ଥାନାରେ ତାପସଙ୍କ ବିରୋଧରେ ବିଏନ୍‌ଏସ୍‌ ଧାରା ୭୫(୨), ୪୮, ୭୯, ୩୫୧(୨) ଓ ଏସ୍‌ଟି/ଏସି ଆକ୍ଟରେ ଏକ ମାମଲା (ନଂ.୭୫୮/୨୬) ରୁଜୁ କରାଯାଇଛି। କୋର୍ଟ ଚାଲାଣ ପରେ ଅଭିଯୁକ୍ତ ତାପସଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଅଭିଯୋଗ ଅନୁସାରେ, ବଡ଼ଗଡ଼ ଥାନାଞ୍ଚଳରେ ପରିବାର ସହ ରହୁଥିବା ପୀଡିତା ନେତ୍ରୀ ସମସ୍ୟାରେ ପଡ଼ି ୧୧୨କୁ ଫୋନ୍‌ କରିଥିଲେ। କଣ୍ଟ୍ରୋଲ ରୁମ୍‌ ବଡ଼ଗଡ଼ ଥାନା ଅଞ୍ଚଳରେ ଥିବା ପିସିଆର ଭ୍ୟାନ୍‌କୁ ଉକ୍ତ ମହିଳାଙ୍କୁ ସହଯୋଗ କରିବାକୁ ପଠାଇଥିଲେ। ସେଦିନ ଉକ୍ତ ପିସିଆର ଭ୍ୟାନ୍‌ରେ ହାବିଲ୍‌ଦାର ତାପସଙ୍କ ଡ୍ୟୁଟି ପଡ଼ିଥିଲା। ସେ ଘଟଣା ସ୍ଥଳକୁ ଯାଇ ତାଙ୍କୁ ସହଯୋଗ କରିବା ସହ ଫୋନ୍‌ ନମ୍ବର ଆଣିଥିଲେ। ସେବେଠୁ ସେ ଉକ୍ତ ନେତ୍ରୀଙ୍କୁ ବାରମ୍ବାର ଫୋନ୍‌ କରି ପ୍ରେମ ନିବେଦନ କରୁଥିଲେ। ଧମକ ଦେଇ କଥା ହେବା ସହ ମାନସିକ ନିର୍ଯାତନା ଦେଉଥିଲେ। ସେ ତାଙ୍କୁ ହ୍ବାଟ୍ସଆପ୍‌ରେ ଭିଡିଓ କଲ୍‌ କରି ଉଲଗ୍ନ ହେବାକୁ ବାଧ୍ୟ କରୁଥିଲେ। ଏହି ସମୟରେ ତାପସ ନେତ୍ରୀଙ୍କ ଉଲଗ୍ନ ଅବସ୍ଥାର ଭିଡିଓ ରେକର୍ଡିଂ କରି ନିଜ ମୋବାଇଲ୍‌ରେ ରଖିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବ୍ଲାକ୍‌ମେଲିଂ କରି ହଇରାଣ କରୁଥିଲେ। ତାଙ୍କୁ ବିଭିନ୍ନ ହୋଟେଲ, ଲଜ୍‌ ଏବଂ ନିରୋଳା ସ୍ଥାନକୁ ଡାକୁଥିଲେ। ସେ ଯିବାକୁ ମନା କଲେ ଭିଡିଓ ଭାଇରାଲ କରିଦେବା ଧମକ ଦେଉଥିଲେ। ନିର୍ଯାତନା ଅଧିକ ହେବାରୁ ନେତ୍ରୀ ଜଙ୍କେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ହେଲେ ବଡ଼ଗଡ଼ ପୋଲିସ ପୀଡିତା ନେତ୍ରୀଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କ ଅଭିଯୋଗକୁ ଗ୍ରହଣ କରି ନ ଥିଲା। ନ୍ୟାୟ ପାଇଁ ନେତ୍ରୀ ଜଣଙ୍କ ଥାନାକୁ ଗଲେ ବିଭିନ୍ନ ବାହାନା ଦେଖାଇ ତଡ଼ି ଦିଆଯାଉଥିଲା। ଶେଷରେ ପୀଡିତା ଡିସିପି ଶର୍ବଣା ବିବେକ ଏମ୍‌ଙ୍କୁ ଭେଟିବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ଥାନାରେ ଏକ ମାମଲା ରୁଜୁ ସହ ଅଭିଯୁକ୍ତ ହାବିଲଦାରଙ୍କୁ ରବିବାର ଗିରଫ କରାଯାଇଛି। ଗିରଫର ୨୪ ଘଣ୍ଟା ଭିତରେ ତାଙ୍କୁ ନିଲମ୍ବନ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଅଭିଯୋଗ ରଖି ନ ଥିବା ଓ ଥାନାରୁ ପୀଡିତାଙ୍କୁ ତଡି ଦେଇଥିବା ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପୀଡିତାଙ୍କ ସହ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

  • Related Posts

    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading
    ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ବାତିଲ

    କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ ବାତିଲ୍ ହୋଇଛି । ତେବେ କେଉଁ କାରଣରୁ ଏହି ଗସ୍ତ ବାତିଲ୍ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋମବାର ଦିନ କଟକ ଗସ୍ତରେ ଆସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ