ନକଲି ହଳଦୀ ଓ ମରିଚ ଗୁଣ୍ଡ କାରଖାନା ଠାବ

ବ୍ରହ୍ମପୁର : ନକଲି ଟମାଟୋ ସସ୍‌, ବେଆଇନ ତେଲ ପରେ ଏବେ ନକଲି ଖାଦ୍ୟ ମସଲା ତିଆରି ଫ୍ୟାକ୍ଟ୍ରି ଠାବ ହୋଇଛି । ବ୍ରହ୍ମପୁରରେ ଥମୁନି ଭେଜାଲ୍‌ ସାମଗ୍ରୀ କାରବାର । ବଡ଼ବଜାର ଥାନା ପୁଲିସ ରବିବାର ସନ୍ଧ୍ୟା ୭ଟାରେ ନକଲି ମସଲା ଫ୍ୟାକ୍ଟ୍ରିରେ ଚଢ଼ଉ କରି ୩୦ ଟନ୍‌ରୁ ଅଧିକ ଭେଜାଲ୍‌ ସାମଗ୍ରୀ, ୪ ମିଲିଂ ମେସିନ୍‌ ଜବତ କରିଛି । ଲକ୍ଷ୍ମୀନୃସିଂହ ସାହି ସପ୍ତମ ଗଳିର ଏକ କୋଠା ମଧ୍ୟରେ ବଡ଼ବଡ଼ ମିଲିଂ ମେସିନ୍‌ ବସାଇ ନକଲି ସାମଗ୍ରୀ ଉତ୍ପାଦନ କରୁଥିଲା ଅଭିଯୁକ୍ତ ଓ ତାର ସହଯୋଗୀ । ୩ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ ।
ବ୍ରହ୍ମପୁର ଏସ୍‌ପି ଅଭିନବ ସୋନକରଙ୍କ ନିର୍ଦ୍ଦେଶରେ ଟାଉନ୍‌ ଏସ୍‌ଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଓ ବଡ଼ବଜାର ଥାନାଧିକାରୀ ଆଶିଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍‌ ଲକ୍ଷ୍ମୀନୃସିଂହ ସାହି ସପ୍ତମ ଗଳିର ଏକ କୋଠାରେ ଚଢ଼ଉ କରିଥିଲା । ଉକ୍ତ କୋଠାରୁ ୩୦ ଟନ୍‌ରୁ ଅଧିକ ପ୍ୟାକିଂ ହୋଇଥିବା ଓ ଖୋଲାରେ ଥିବା ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ ଓ ଅନ୍ୟାନ୍ୟ ଖାଦ୍ୟ ମସଲା ସାମଗ୍ରୀ ମିଳିଥିଲା । ଏଥିସହ କଞ୍ଚାମାଲ, ୪ଟି ମିଲିଂ ମେସିନ୍‌ ଓ ପ୍ରାୟ ୫ଟି ପ୍ୟାକିଂ ମେସିନ୍‌ ମିଳିଥିଲା । ବାହାରୁ କଞ୍ଚାମାଲ ଆଣି ସେହି କୋଠା ଭିତରେ ମିଲିଂ କରିବା ସହ ତାହାକୁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ୍‌ର ଜରିରେ ପ୍ୟାକିଂ କରି ବଜାରରେ ବିକ୍ରି କରାଯାଉଥିଲା । ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନ, ଏପରିକି ରାଜ୍ୟ ବାହାରକୁ ବିକ୍ରି ପାଇଁ ପଠାଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସହରର ଅନେକ ଗଳି କନ୍ଦିରେ ଭେଜାଲ୍‌ ବ୍ୟବସାୟୀ ସେମାନଙ୍କ ସାମ୍ରାଜ୍ୟ ବାରମ୍ବାର ବିସ୍ତାର କରି ଚାଲିଛନ୍ତି । କିଏ ନାମୀ କମ୍ପାନି ନାଁରେ ନକଲି ଟମାଟୋ, ଚିଲି, ସୋୟା ସସ୍‌ ନିର୍ମାଣ କରୁଛି ତ କେହି ଭେଜାଲ୍‌ ତେଲ, ଡିଟରଜେଣ୍ଟ୍‌ ପାଉଡର୍‌, ମସଲାଗୁଣ୍ଡ ଓ ଆଚାର ପ୍ରସ୍ତୁତ କରି ବିକୁଛି । ବିଶେଷକରି ସହରର ବଡ଼ବଜାର ଅଞ୍ଚଳରୁ ମାଳମାଳ ନକଲି ସାମଗ୍ରୀ ତିଆରି କାରଖାନା ଠାବ ହେଉଛି ।

  • Related Posts

    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading
    ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ବାତିଲ

    କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ ବାତିଲ୍ ହୋଇଛି । ତେବେ କେଉଁ କାରଣରୁ ଏହି ଗସ୍ତ ବାତିଲ୍ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋମବାର ଦିନ କଟକ ଗସ୍ତରେ ଆସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ