ମୋହନଙ୍କ ବଡ଼ ନିଷ୍ପତ୍ତି : ବର୍ଷା ଜଳ ନିଷ୍କାସନ ପାଇଁ ୫ ଶହ କୋଟି

ଦକ୍ଷତା ବିକାଶ ଯୋଜନାକୁ ମଞ୍ଜୁରୀ
ମତ୍ସ୍ୟ ସେବା କ୍ୟାଡ଼ର ପଦବୀ ବୃଦ୍ଧି
ନୂଆଗଡ଼ ମତ୍ସ୍ୟ ବନ୍ଦର ବିଡ୍‌କୁ ମଞ୍ଜୁରୀ
ଭୁବନେଶ୍ୱର, ୧୩ ।୧୦ : ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ମୋହନ ସରକାର ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିବେ । ୪.୨୦ ଲକ୍ଷ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୬-୨୭ରୁ ୨୦୨୮-୨୯ ଅବଧି ପାଇଁ ଏହି ବ୍ୟୟବରାଦ କରାଯାଇଛି । ୧.୧୭ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ସଂଯୁକ୍ତ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ ପ୍ରଦାନ କରିବା ସହ ୩ ଲକ୍ଷ ଯୁବକ ଯୁବତୀଙ୍କୁ ଏଆଇ, କ୍ଳାଉଡ଼ କମ୍ପ୍ୟୁଟିଂ, ଡାଟା ଆନାଲିଟକ୍ସ ଓ ସାଇବସର ସୁରକ୍ଷା ଆଦି ସଂକ୍ରାନ୍ତୀୟ ପ୍ରଶିକ୍ଷଣ ଦିଆଯିବ ।
ସହରାଞ୍ଚଳ ବର୍ଷା ଜଳ ନିଷ୍କାସନ ପରିଚାଳନା ଓ ଉନ୍ନୟନ କାର୍ଯ୍ୟକ୍ରମକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି । ଏଥିପାଇଁ ୫ ଶହ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ୫ ବର୍ଷ ଅବଧି ମଧ୍ୟରେ ରାଜ୍ୟର ନିଜସ୍ୱ ସମ୍ବଳରୁ କାର୍ଯ୍ୟକାରୀ କରାଯିବ ।
ପୁରୀ ଜିଲ୍ଲା ଅସ୍ତରଙ୍ଗର ନୂଆଗଡ଼ରେ ମତ୍ସ୍ୟ ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ ପାଇଁ ଆର୍ଥିକ ବିଡ୍‌କୁ ଅନୁମୋଦନ କରାଯାଇଛି । ଏହାର ନିର୍ମାର ଖର୍ଚ୍ଚ ୧୩୩.୮୧ କୋଟି ରହିଛି । ଆଇଆଇଟି ମାଡ୍ରାସର ବୈଷୟିକ ସହାୟତାରେ ଚବିଶ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ସାରିବାକୁ ଯୋଜନା କରାଯାଇଛି । ଏହାଦ୍ୱାରା ୩୫ ହଜାର ମତ୍ସ୍ୟଜୀବୀ ଉପକୃତ ହୋଇପାରିବେ ।
ଓଡିଶା ଅଧସ୍ତନ ମତ୍ସ୍ୟ ସେବା କ୍ୟାଡ଼ରର ପୁନର୍ଗଠନ କରାଯାଇ ପଦବୀ ବୃଦ୍ଧି କରାଯାଇଛି । ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୪୪୫ରୁ ୭୭୪କୁ ବୃଦ୍ଧି କରାଯାଇଛି । ଅତଏବ ୩୨୯ଟି ନୂଆ ପଦବୀ ସୃଷ୍ଟିହୋଇଛି । ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପଦବୀ ୧୨୭ରୁ ୨୨୪କୁ ବୃଦ୍ଧି କରାଯାଇଥିବାବେଳେ ଦରମାସ୍ତର ଲେଭଲ-୪ରୁ ଲେଭଲ-୯କୁ ବୃଦ୍ଧି କରାଯାଇଛି । ସେହିପରି କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପଦବୀ ୩୧୮ରୁ ୫୫୦କୁ ବୃଦ୍ଧି କରାଯିବା ସହ ସେମାନଙ୍କ ଦରମା ସ୍ତର ଲେଭଲ-୩ରୁ ଲେଭଲ-୫କୁ ବୃଦ୍ଧି କରାଯାଇଛି ।

  • Related Posts

    ମୋହନଙ୍କ ବଡ଼ ନିଷ୍ପତ୍ତି : ନବମ ଓ ଦଶମ ପିଲାଙ୍କୁ ମିଳିବ ମାଗଣା ବହି

    ଭୁବନେଶ୍ୱର, ୧୩ ।୧୦ : ରାଜ୍ୟ କ୍ୟାବିନେଟ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରିବେ । ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ଏହା ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ୨୮.୯୦ ଲକ୍ଷ…

    Continue reading
    ମୋହନଙ୍କ ବଡ଼ ନିଷ୍ପତ୍ତି : ଦକ୍ଷତା ବିକାଶ ଯୋଜନାକୁ ମଞ୍ଜୁରୀ

    ମତ୍ସ୍ୟ ସେବା କ୍ୟାଡ଼ର ପଦବୀ ବୃଦ୍ଧି ନୂଆଗଡ଼ ମତ୍ସ୍ୟ ବନ୍ଦର ବିଡ୍‌କୁ ମଞ୍ଜୁରୀ ଭୁବନେଶ୍ୱର, ୧୩ ।୧୦ : ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ମୋହନ ସରକାର ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିବେ । ୪.୨୦ ଲକ୍ଷ ଯୁବକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ