
ଦେବଗଡ଼:ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ବଲଣ୍ଡାଗ୍ରାମରେ ରାଜା ବାସୁଦେବ ଫୁଟବଲ କ୍ଲବ ପକ୍ଷରୁ ଚାଲିଥିବା ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚ ଦେବଗଡ ଦଳ ସହିତ ଢୋଲପଡା ଦଳ ଅନୁଷ୍ଠିତ ହୋଇଥିଲା। ମ୍ୟାଚରେ ଦେବଗଡ ଦଳ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା।ପ୍ରତିଯୋଗିତାକୁ ଯଶୋବନ୍ତ ପ୍ରଧାନ,ମନୋଜ ବିଶ୍ୱାଳ,ଆକାଶ ଭୋଇ ଓ ଟୁକୁନା ଗଡ଼ତିଆ ଖେଳକୁ ପରିଚାଳନା କରିଥିଲେ। ବିଜୟ ପ୍ରଧାନ ଓ ବେଣୁଧର ଗଡ଼ନାୟକ ଧାରା ବିବରଣି ଦେଇଥିଲେ। ଉଦଯାପନୀ ତଥା ପୁରସ୍କାର ବିତରଣି କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟଅତିଥି,ପ୍ରଦୀପ ପ୍ରଧାନ,ଶକୁନ୍ତଳା ପ୍ରଧାନ,ଦୟାନିଧି ପାତ୍ର ଓ ଯଯାତି ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ।କ୍ଲବ ସଭାପତି ଓମ୍ କୁଅଁର ଓ ସମ୍ପାଦକ ରାକେଶ ବାଘଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିଯୋଗିତାରେଅଲେଖ ଚନ୍ଦ୍ର ନାଏକ, ବିକାଶ ସାହୁ,ଯଯାତି କିଶୋର ବିଶ୍ୱାଳ,ବେଦବର ଦାସ,ଦେବରାଜ ପ୍ରଧାନ ଓ ହିମାଚଳ ବାଘଙ୍କ ସମେତ କ୍ଲବର ସଦସ୍ୟମାନେ ସହଯୋଗ କରିଥିଲେ।







