୧୫ ବର୍ଷରେ ପାଦ ଦେଲା ସୋଆ କମ୍ୟୁନିଟି ରେଡିଓ

ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ୧୫ ବର୍ଷରେ ପାଦ ଥାପିଛି । ଗୁରୁବାର ରେଡ଼ିଓ ଷ୍ଟେସନ୍ ପରିସରରେ ଏହାର ବାର୍ଷିକ ଉତ୍ସବ ପାଳନ କରାଯାଇଛି । ୧୪ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ସମାଜ ପ୍ରତି ସଚେତନତା, ଶୈକ୍ଷିକ ଓ ସୂଚନା ପ୍ରଦାନକାରୀ ମାଧ୍ୟମ ଭାବେ କାର୍ଯ୍ୟଧାରାକୁ ଜାରି ରଖିବା ନେଇ ସୋଆ ରେଡ଼ିଓ ପକ୍ଷରୁ କୁହାଯାଇଛି ।
କାର୍ଯ୍ୟକ୍ରମରେ ସୋଆର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ ଯୋଗ ଦେଇ ରେଡ଼ିଓର କାର୍ଯ୍ୟଧାରାକୁ ନେଇ ଏହାର ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଓଡ଼ିଶା କମ୍ୟୁନିଟି ରେଡ଼ିଓ ଆସୋସିଏସନ୍‌ର ସଭାପତି ଡକ୍ଟର ଶିଶିର ଦାସ ଯୋଗ ଦେଇ ଯୁବ ସମାଜକୁ ସଚେତନ କରାଇବା ଦିଗରେ ସୋଆ ରେଡ଼ିଓ ପ୍ରମୁଖ ଭୂମିକା ନେଉଛି ବୋଲି କହିଥିଲେ ।
ସୋଆ ରେଡ଼ିଓକୁ ଆହୁରି ଦାୟିତ୍ୱ ସମ୍ପନ୍ନ ଓ ସଚେତନାମୂଳକ କରାଇବା ଦିଗରେ କାର୍ଯ୍ୟଧାରା ଜାରି ରହିବ ବୋଲି କାର୍ଯ୍ୟକ୍ରମ ଅବସରରେ ସୋଆ କମ୍ୟୁନିଟି ରେଡ଼ିଓର ଇନ୍‌ଚାର୍ଜ ଶ୍ରୀମତି ହନି ପଟ୍ଟନାୟକ କହିଥିଲେ ।
କାର୍ଯ୍ୟକ୍ରମରେ ସୋଆର ପ୍ରଫେସର ମଧୁବ୍ରତା ମହାନ୍ତି, କମ୍ୟୁନିଟି ରେଡ଼ିଓର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

  • Related Posts

    ଭିଜିଲାନ୍ସ ଜାଲରେ ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ

    ଭୁବନେଶ୍ଵର : ଭିଜିଲାନ୍ସ ଜାଲରେ କଟକ ଜଗତପୁର ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସ । ଲାଞ୍ଚ କାରବାର ଅଭିଯୋଗରେ ପ୍ରସନ୍ନଜିତଙ୍କୁ ଭୁବନେଶ୍ବର ଏଜି ଛକ ନିକଟରୁ କାବୁ କରିବା ସହ ଅଟକ ରଖିଛି ଭିଜିଲାନ୍ସ । କଣ୍ଟ୍ରାକ୍ଟରମାନଙ୍କଠାରୁ…

    Continue reading
    ପିଏମ୍ ସେତୁ ଅଧୀନରେ ବିକଶିତ ହେବ ରାଜ୍ୟର ୫ ଆଇଟିଆଇ

    ଭୁବନେଶ୍ୱର,: ପିଏମ୍ ସେତୁ ଅଧୀନରେ ବିକଶିତ ହେବ ରାଜ୍ୟର ୫ ଆଇଟିଆଇ । ଏଥିପାଇଁ ୨୪୦ କୋଟି ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ ସରକାର । କଟକ ସରକାରୀ ଆଇଟିଆଇ, ଚୌଦ୍ୱାରସ୍ଥିତ ମଧୁସୂଦନ ସରକାରୀ ଆଇଟିଆଇ ଏବଂ ପାରାଦୀପ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି