
ଭଞ୍ଜନଗର : ପୂର୍ବ ଶତ୍ରୁତାରୁ ହତ୍ୟା। ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା। ରାସ୍ତା କଡରୁ ଯୁବକର ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ହେଲେ ବୁଗୁଡା ଗାଁର ସନ୍ତୋଷ ରାଉତ । ବୁଗୁଡା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି।
ପୂର୍ବ ଶତ୍ରୁତାକୁ ନେଇ ବୁଗୁଡା ଗାଁର ସନ୍ତୋଷଙ୍କୁ ଦୁର୍ବୃତ୍ତମାନେ ଘରୁ ଡାକି ନେଇ ହତ୍ୟା କରିଥିଲେ। ଏହା ପରେ ରାସ୍ତା କଡରେ ମୃତଦେହ ପକାଇ ଦେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଖବର ପାଇ ବୁଗୁଡା ପୋଲିସ ପହଞ୍ଚି ରାସ୍ତା କଡରୁ ମୃତଦେହ ଜବତ କରି ବ୍ୟବଛେଦ ପଠାଇଛି। ବୁଗୁଡା ପୋଲିସ ଘଟଣା ତଦନ୍ତ କରୁଛି ।







