ମାଡ଼ି ଆସୁଛି ସୁପର ଟାଇଫୁନ୍ ଚାମ୍ପି , ବିଶ୍ବର ସବୁଠାରୁ ଶକ୍ତିଶାଳୀ ବାତ୍ୟା

ନୂଆଦିଲ୍ଲୀ: ମାଡ଼ି ଆସୁଛି ସୁପର ଟାଇଫୁନ୍ ଚାମ୍ପି । ପବନର ବେଗ ୨୯୬ କିମି ରହିବ । ଏହା ୨୦୨୬ମସିହାରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବାତ୍ୟା । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ସୁଫର ଟାଇଫୁନ୍ ଚାମ୍ପି ଭୀଷଣ ରୂପ ନେଇଛି । ଏହା ବାତ୍ୟା ବର୍ତ୍ତମାନ କାଟାଗୋରୀ ୫ ଶ୍ରେଣୀରେ ରହିଛି । ଏହାର ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୨୯୬ କିଲୋମିଟର ରହିବ । ଚଳିତ ବର୍ଷରେ ବିଶ୍ୱର ଏହା ସବୁଠାରୁ ଶକ୍ତିଶାଳୀ ବାତ୍ୟା । ଫିଲିପାଇନ୍ସ ଓ ଗୁଆମ ମଧ୍ୟରେ ଫିଲିପାଇନ୍ସ ସାଗରରେ ଏହି ଝଡ଼ ଗତି କରୁଛି । ଏହା ମଝିରେ ଏକ ସ୍ପଷ୍ଟ ଆଖି ଦୃଶ୍ୟମାନ ହୋଇଛି । ଚାରିଆଡେ ବାଦଲର ଏକ ବଡ଼ ଆବୃତ୍ତି ରହିଛି । ଚାମ୍ପି ବର୍ଗ ୫ରେ ପହଞ୍ଚିଛି । ଯାହାକୁ ସର୍ବାଧିକ କାଟାଗୋରୀ ବୋଲି ବିବେଚନା କରାଯାଏ ।
ଚାମ୍ପିର ଆକାର ବହୁତ ବଡ ଏବଂ ଏହାର ମେଘ ସମୁଦ୍ରର ଏକ ବଡ଼ ଅଂଶରେ ବ୍ୟାପିଛି । ବର୍ତ୍ତମାନ ଏହା ଖୋଲା ସମୁଦ୍ରରେ ଅଛି । ଏଭଳି ପରିସ୍ଥିତିରେ ଏହାର ଦିଗ ଏବଂ ପବନର ବେଗ ଉପରେ ନଜର ରଖାଯାଉଛି । ଯଦି ଝଡ଼ର ଦିଗ ପରିବର୍ତ୍ତନ ହୁଏ ତେବେ ନିକଟସ୍ଥ ଦ୍ୱୀପପୁଞ୍ଜ ମଧ୍ୟ ପ୍ରଭାବିତ ହୋଇପାରେ । ସୁପର ଟାଇଫୁନ୍ ଚମ୍ପିର ପବନର ବେଗ ଘଣ୍ଟା ପ୍ରତି ୧୬୦ ମାଇଲ୍ ବା ଘଣ୍ଟା ପ୍ରତି ପ୍ରାୟ ୨୫୭ କିଲୋମିଟର । ଏହିପରି ପ୍ରବଳ ପବନ ସମୁଦ୍ରରେ ଉଚ୍ଚ ଜୁଆର ଉଠିପାରେ । ଏହି ଶକ୍ତିଶାଳୀ ଝଡ଼ ପଶ୍ଚିମ ପ୍ରଶାନ୍ତ ମହାସାଗର ଦେଇ ଗତି କରୁଛି ଏବଂ ଆଗାମୀ ଦିନରେ ତାଇୱାନ ଏବଂ ପୂର୍ବ ଚୀନରେ ପ୍ରବଳ ବର୍ଷା, କ୍ଷତିକାରକ ପବନ ଏବଂ ବନ୍ୟା ପରିସ୍ଥିତି ଆଣିବ ବୋଲି ପୂର୍ବାନୁମାନ କରାଯାଇଛି ।

ଝଡ଼ର ଶକ୍ତି ମାପିବା ପାଇଁ ସଫିର-ସିମ୍ପସନ୍ ମାପକାଠି ବ୍ୟବହୃତ ହୁଏ । ଏହାର ୫ମ ସର୍ବୋଚ୍ଚ ବର୍ଗ ରହିଛି । ଏହି ବର୍ଗରେ ଘଣ୍ଟାପ୍ରତି ୧୫୭ ମାଇଲ କିମ୍ବା ତା’ଠାରୁ ଅଧିକ ବେଗରେ ପବନ ସହିତ ଘୂର୍ଣ୍ଣିବାତ୍ୟା ସାମିଲ । ଚାମ୍ପିର ପବନର ବେଗ ଏହି ସୀମାଠାରୁ ଅଧିକ ବୋଲି କୁହାଯାଏ । ତଥାପି, ଝଡ଼ର ବର୍ଗ କେବଳ ପବନର ଶକ୍ତି ଦର୍ଶାଏ । ଏହା ବର୍ଷା,ବନ୍ୟା ଏବଂ ସମୁଦ୍ରରେ ଉଠୁଥିବା ଉଚ୍ଚ ତରଙ୍ଗ ଦ୍ୱାରା ହୋଇଥିବା କ୍ଷୟକ୍ଷତି ବାବଦରେ ସମ୍ପୂର୍ଣ୍ଣ ଧାରଣା ମିଳିନାହିଁ । କିନ୍ତୁ ଏହାର ପ୍ରଭାବ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହି ଗଛ ଭାଙ୍ଗିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନରୁ ସ୍ତାନାନ୍ତର କରାଯାଇଛି । ଏହି ବାତ୍ୟା ପୂର୍ବ ଚୀନ ଏବଂ ତାଇୱାନ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି । ପ୍ରଶାନ୍ତ ମହାସାଗରୀୟ ଜଳ ଅଧିକ ଉଷ୍ମ ରହିଥିବାରୁ ଏହା ଅଧିକ ଘନୀଭୂତ ହୋଇ ଏପରି ଭୟଙ୍କର ରୂପ ନେଇଥିବା କୁହାଯାଉଛି ।

  • Related Posts

    ଟାଇଗର ନୁହଁ , ସଲମାନ ଖାନ୍ ଥିଲେ ଟାର୍ଗେଟ୍

    ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟାଇଗର ଶ୍ରଫ୍‌ ନୁହଁନ୍ତି, ବରଂ ଅଭିନେତା ସଲମାନ ଖାନ୍ ଥିଲେ ଆକ୍ରମଣକାରୀଙ୍କ ମୂଳ ଟାର୍ଗେଟ୍‌ ବୋଲି ଜଣାପଡ଼ିଛି। ସଲମାନଙ୍କ ଘର ଆଖପାଖରେ କଡ଼ା…

    Continue reading
    ଶେଷ ପର୍ଯ୍ୟାୟରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

    ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଗତ ବର୍ଷେରୁ ଅଧିକ ସମୟରୁ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସମେତ ଅନେକ ବରିଷ୍ଠ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି