
ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ଗୃହକାର୍ୟ୍ୟ ଆରମ୍ଭରୁ ହୋହାଲ୍ଲା ନାରାବାଜି। ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ପ୍ରଶ୍ନକାଳ। ଆଜି ତୃତୀୟ ଦିନ ଆରମ୍ଭରେ ୧ ମିନିଟ ବି ଗୃହ ଚାଲିପାରିଲାନି । ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଗୃହ ଆରମ୍ଭ ହେଉ ହେଉ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ । ଚାଷୀ ସମସ୍ୟାକୁ ନେଇ ଉଭୟ ବିରୋଧୀ ସଦସ୍ୟ ହୋହାଲ୍ଲା କରିବାରୁ ବାଚସ୍ପତି ଗୃହକୁ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ମଣ୍ଡି ସମସ୍ୟା, କଟନି ଛଟନୀ ଏବଂ ଚାଷୀ ମାରଣା ନୀତିକୁ ନେଇ ବିଜେଡିର ହଟ୍ଟଗୋଳ। ସେପଟେ ବିପର୍ୟ୍ୟସ୍ତ ଆଇନ୍ ଶୃଙ୍ଖଳାକୁ ନେଇ କଂଗ୍ରେସ ବିକ୍ଷୋଭ କରିଛି। ବାଚସ୍ପତିଙ୍କ ପୋଡିୟମ ନିକଟରେ ବିରୋଧୀ ଜୋରଦାର୍ ହଙ୍ଗାମା କରିଛନ୍ତି। ଯାହାଫଳରେ ବାଚସ୍ପତି ମଧ୍ୟାହ୍ନ ୧୨ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି।
ଆଜି ମହିଳା, ଶିଶୁ ବିକାଶ , ନିର୍ମାଣ , ପର୍ୟ୍ୟଟନ, ମିଶନ ଶକ୍ତି , ଅବକାରୀ, ଆଇନ ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ଧାନର କଟନୀଛଟନୀ , ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ। ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ।



