ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ପୁନଃ ଲାଗୁ ସମ୍ପର୍କିତ ପ୍ରସ୍ତାବ ବିଧାନସଭାରେ ଗୃହୀତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଧାରା ୩୭୦କୁ ପୁନର୍ବାର ଲାଗୁ କରାଯିବା ସମ୍ପର୍କିତ ଏକ ପ୍ରସ୍ତାବ ବୁଧବାର ବିଧାନସଭାରେ ଗୃହୀତ ହୋଇଛି। ଗୃହୀତ ପ୍ରସ୍ତାବ ଅନୁଯାୟୀ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଧାରା ୩୭୦କୁ ପୁନର୍ବାର ଲାଗୁ କରାଯିବା ସମ୍ପର୍କରେ ବିଧାୟକମାନେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ। ଗୃହୀତ ପ୍ରସ୍ତାବରେ ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି କେନ୍ଦ୍ର ସରକାର ଏକପାଖିଆ ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ଏହି ପ୍ରସ୍ତାବକୁ ଆଗତ କରିଥିବାବେଳେ ଏନ୍‌ସି ନେତା ତଥା ମନ୍ତ୍ରୀ ସାକିନା ମାସୁଦ ଏହାକୁ ସମର୍ଥନ କରିଥିଲେ। ଧାରା ୩୭୦ ସମ୍ପର୍କିତ ପ୍ରସ୍ତାବ ଗୃହରେ ଆଗତ କରାଯିବା ସମୟରେ ବିଜେପି ବିଧାୟକମାନେ ହୋହଲ୍ଲା କରିଥିଲେ। ଫଳରେ ଗୃହକୁ ଏକଘଣ୍ଟା ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ପୁନର୍ବାର ଗୃହକାର‌୍ୟ୍ୟ ଆରମ୍ଭ ସମୟରେ ବିଜେପି ବିଧାୟକମାନେ ପ୍ରସ୍ତାବ କାଗଜକୁ ଚିରି ଫୋପାଡିଥିଲେ। ସେମାନେ ଗୃହର ମଧ୍ୟ ଭାଗରେ ବସି ଆନ୍ଦୋଳନ କରିଥିଲେ। ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ସୁନୀଲ ଶର୍ମା କହିଥିଲେ ଯେ ପ୍ରସ୍ତାବ ଆଗତ କରାଯିବା ଗୃହର କାର‌୍ୟ୍ୟ ତାଲିକାରେ ସ୍ଥାନ ପାଇ ନଥିଲା। ତେଣୁ ଏହି ପ୍ରସ୍ତାବକୁ ଆମେ ଅଗ୍ରାହ୍ୟ କରୁଛୁ। ଧାରା ୩୭୦ ସମ୍ପର୍କିତ ପ୍ରସ୍ତାବକୁ ପିଡିପି, କଂଗ୍ରେସ ଓ ସ୍ବାଧୀନ ବିଧାୟକମା​‌େ​‌ନ ସମର୍ଥନ କରିଥିଲେ। ୨୦୧୯ ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫(କ)କୁ ଉଚ୍ଛେଦ କରାଯାଇଥିଲା।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ