ଆଜିଠୁ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି । ଦେଶର ୭୮୪୨ ଏବଂ ବିଦେଶରେ ୨୬ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୪୨ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଥମ ଦିନ ଦଶମର ଇଂରାଜୀ ପରୀକ୍ଷା ଥିବା ବେଳେ ୨୦ରେ ବିଜ୍ଞାନ, ୨୨ରେ ସଂସ୍କୃତ, ୨୫ରେ ସାମାଜିକ ବିଜ୍ଞାନ, ୨୮ରେ ହିନ୍ଦୀ, ମାର୍ଚ୍ଚ ୧୦ରେ ଗଣିତ, ୧୭ରେ ଓଡ଼ିଆ ଓ ୧୮ରେ କମ୍ପ୍ୟୁଟର ପରୀକ୍ଷା ହେବ।

ସେହିପରି ଦ୍ୱାଦଶ ଶ୍ରେଣୀର ପ୍ରଥମ ଦିନରେ ଏଣ୍ଟରପ୍ରିନୋରସିପ୍‌ ପରୀକ୍ଷା ଥିବା ବେଳେ ୧୭ରେ ଫିଜିକାଲ ଏଜୁକେସନ୍‌, ୨୧ରେ ପଦାର୍ଥ ବିଜ୍ଞାନ, ୨୨ରେ ବିଜିନେସ୍‌ ଷ୍ଟଡିଜ୍‌, ୨୪ରେ ଜିଓଗ୍ରାଫି, ୨୭ରେ ରସାୟନ ବିଜ୍ଞାନ, ମାର୍ଚ୍ଚ ୮ରେ ଗଣିତ, ୧୧ରେ ଇଂରାଜୀ, ୧୯ରେ ଅର୍ଥନୀତି, ୨୨ରେ ରାଜନୀତି ବିଜ୍ଞାନ, ୨୫ରେ ବାୟୋଲୋଜି, ୨୬ରେ ଆକାଉଣ୍ଟାନ୍ସି, ଏପ୍ରିଲ୍‌ ୧ରେ ଇତିହାସ, ୪ରେ ମନସ୍ତତ୍ତ୍ୱ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ଦଶମ ପରୀକ୍ଷା ମାର୍ଚ୍ଚ ୧୮ରେ ଏବଂ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୪ ତାରିଖରେ ସରିବ।

  • Related Posts

    ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

    ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର…

    Continue reading
    ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ