ରାସନ କାର୍ଡ ହିତାଧିକାରୀଙ୍କୁ ଏବେ ମିଳିବନି ଗହମ

ଭୁବନେଶ୍ୱର:  ରାସନ କାର୍ଡ ହିତାଧିକାରୀଙ୍କୁ ଏବେ  ମିଳିବନି ଗହମ । ନୂଆବର୍ଷ ପୂର୍ବରୁ  ରାଜ୍ୟରେ ରାସନ କାର୍ଡଧାରୀଙ୍କୁ ଗହମ  ମିଳିବାର ସମ୍ଭାବନା ନାହିଁ । ଆସନ୍ତା  ଡିସେମ୍ବର ପର୍ୟ୍ୟନ୍ତ ହିତାଧିକାରୀଙ୍କୁ  କେବଳ ଚାଉଳ ଦେବାକୁ ସରକାର ଘୋଷଣା କରିଛନ୍ତି । ଅର୍ଥାତ୍‌ ଗହମ ପାଇଁ ଆହୁରି କିଛି ମାସ ଅପେକ୍ଷା  କରିବାକୁ ପଡ଼ିବ । ହିସାବ ଛିଣ୍ଡି  ନଥିବାରୁ ଗଚ୍ଛିତ ଗହମକୁ ଏବେ ନ  ବାଣ୍ଟିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ  ନିର୍ଦ୍ଦେଶ ଦିଆଯାଇଛି ।
୨୦୨୦-୨୧ରୁ ରାଜ୍ୟରେ ସାଧାରଣ  ବଣ୍ଟନ ବ୍ୟବସ୍ଥାରେ ଗହମ ଯୋଗାଣ ବନ୍ଦ  ରହିଛି । ହିତାଧିକାରୀଙ୍କୁ କେବଳ ଚାଉଳ  ମିଳୁଛି । ରାଜ୍ୟରେ ସରକାର ବଦଳିବା  ପରେ ନୂଆ ସରକାର ପୁଣି ଥରେ  ଗହମ ବଣ୍ଟନ ଆରମ୍ଭ କରିବାକୁ ନିଷ୍ପତ୍ତି  ନେଇଥିଲେ । ଖୋଦ୍‌ ଖାଦ୍ୟ ଯୋଗାଣ ଓ  ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର  ବିଧାନସଭାରେ ଏ ନେଇ ପ୍ରଥମେ  ସ୍ପଷ୍ଟ କରିଥିଲେ । ପରେ ଗଣମାଧ୍ୟମ  ସମ୍ମୁଖରେ ବି ପୁଣ ଗହମ ମିଳିବ ବୋଲି ଘୋଷଣା କରିଥିଲେ । ଏ ନେଇ  କେନ୍ଦ୍ରକୁ ଚିଠି କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ  ଯୋଗାଣ ମନ୍ତ୍ରୀ ଆଲୋଚନା କରିଥିବା କହିଥିଲେ ।
କେନ୍ଦ୍ର  ବି ସକରାତ୍ମକ ଆଭିମୁଖ୍ୟ ଦେଖାଇ ରାସନ କାର୍ଡଧାରୀଙ୍କୁ  ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ପରିମାଣରେ ସଂଶୋଧନ  ଆଣିଲେ । ନୂଆ ବ୍ୟବସ୍ଥାରେ ଓଡ଼ିଶାକୁ ୩ ଲକ୍ଷ ୩୩  ହଜାର ୪୯୧ ମେଟ୍ରିକ ଟନ ଚାଉଳ ଓ ୩୯ ହଜାର ୮୧୨  ମେଟ୍ରିକ ଟନ ଗହମ ମିଳିବ ବୋଲି କୁହାଗଲା । ମନ୍ତ୍ରୀ  ଘୋଷଣା କଲେ, ଅକ୍ଟୋବରରୁ ଚାଉଳ ସହ ଗହମ ବି  ପାଇବେ ରାସନ କାର୍ଡ ହିତାଧିକାରୀ । ମଧୁମେହ ରୋଗୀ  ଓ ରୁଟି ପ୍ରିୟ ଖାଉଟିଙ୍କ ମନ ଖୁସି ଥିଲା ଏ ଘୋଷଣାରେ ।  ହେଲେ ଏବେ ମିଳିବନି ଗହମ ।
ଏ ଦିଗରେ ଆଗେଇ ପାରିନି ଯୋଗାଣ ବିଭାଗ ।  ବର୍ତ୍ତମାନ ୫ କିଲୋ ହିସାବରେ ଅକ୍ଟୋବର, ନଭେମ୍ବର  ଓ ଡିସେମ୍ବର ମାସ ପାଇଁ ହିତାଧିକାରୀଙ୍କୁ ଏକକାଳୀନ  ୧୫ କିଲୋ ଲେଖାଏଁ ଚାଉଳ ଦେବାକୁ ନିର୍ଦ୍ଦେଶ  ଦିଆଯାଇଛି । ଏହା ପରେ ବର୍ତ୍ତମାନ ଗହମ ମିଳିବା  ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଭିତିରି ସୂତ୍ର ଅନୁସାରେ  ବର୍ତ୍ତମାନ ଗହମ ବଣ୍ଟନକୁ ନେଇ ସରକାର କିଛି  ନିଷ୍ପତ୍ତି ନେଇନାହାନ୍ତି । ଅନେକ ପ୍ରକ୍ରିୟା ବାକି ରହିଛି ।

ଏ ନେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ଗହମ ଆସି  ଗଚ୍ଛିତ ରହିଛି । ମାତ୍ର କେଉଁ ଜିଲ୍ଲା ପାଇଁ କେତେ ଗହମ  ଆବଶ୍ୟକ, ତା’ର ହିସାବ ହୋଇପାରିନି । ଏଥିପାଇଁ  ଆଉ କିଛି ସମୟ ଲାଗିବ । ଜିଲ୍ଲାସ୍ତରରୁ ଚାହିଦା ରିପୋର୍ଟ  ଆସିବା ପରେ ଗହମ ବଣ୍ଟନ ପ୍ରକ୍ରିୟା ଆଗେଇ ପାରିବ ।  କେଉଁ ହିତାଧିକାରୀ କେତେ ଗହମ ଚାହୁଁଛନ୍ତି, ତାହାର  ତଥ୍ୟ ସଂଗ୍ରହ କରି ମୋଟ ଚାହିଦା ମୁତାବକ ରିପୋର୍ଟ  ପ୍ରସ୍ତୁତ ହେବ । ତେଣୁ ୩ ମାସ ପାଇଁ ହିତାଧିକାରୀଙ୍କୁ  ପୂର୍ବଭଳି ଚାଉଳ ଦେବା ପାଇଁ ନିଷ୍ପତ୍ତି ହୋଇଛି । ଏହି  ସମୟ ଭିତରେ ଚାହିଦା ତଥ୍ୟ ସଂଗ୍ରହ କରାଯିବ ।  ଖାଲି ସେତିକି ନୁହେଁ, ଗହମ ପରିବହନ ପାଇଁ ନୂଆ  ଟେଣ୍ଡର ବି ହେବ । ଏସବୁ ପ୍ରକ୍ରିୟା ପରେ ନୂଆବର୍ଷରୁ  ଗହମ ମିଳିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି ।

କଟକ ରିଟେଲ ଡିଲର୍ସ ଆସାସିଏସନ୍‌ର  କାର୍ୟ୍ୟକାରୀ ସଭାପତି ସୈୟଦ୍‌ ଏକ୍ରାମ ହୁସେନ  କହିଛନ୍ତି, ଆଗରୁ ଗହମ ମିଳିବ ବୋଲି କୁହାଯାଇଥିଲା । ହେଲେ ପଡିକାର୍ଡରେ କେବଳ  ଚାଉଳ ଯୋଗାଣ ଘୋଷଣା ହିତାଧିକାରୀଙ୍କ ମଧ୍ୟରେ  ହତାଶା ଭାବ ସୃଷ୍ଟି କରିଛି । ରାଜ୍ୟ ସରକାର ତୁରନ୍ତ  ଏ ଦିଗରେ ପଦକ୍ଷେପ ନିଅନ୍ତୁ । ପଡିକାର୍ଡ ଧାରୀଙ୍କୁ  ଖୁଚୁରା ବିକ୍ରୟ କେନ୍ଦ୍ରରୁ ସାମଗ୍ରୀ ଉଠାଣ ସମୟରେ  ବାରମ୍ବାର ଲିଙ୍କ୍‌ ଫେଲ୍‌ ସମସ୍ୟାର ସମ୍ମୁଖୀନ ହେବାକୁ  ପଡ଼ୁଛି । ବାରମ୍ବାର କେନ୍ଦ୍ରକୁ ଯିବାକୁ ପଡ଼ିବା ସହ ଭିଡ଼  ବି ଜମୁଛି । ସର୍ଭର ଉନ୍ନତିକରଣ ନେଇ ମନ୍ତ୍ରୀ ଘୋଷଣା  କରିଥିବାବେଳେ ଏ ଦିଗରେ ତୁରନ୍ତ ପଦକ୍ଷେପ  ନିଆଯିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ