‘ମୋ ବସ୍‌’ ଏମ୍‌ଡିଙ୍କୁ ଭର୍ତ୍ସନା କଲେ ହାଇକୋର୍ଟ

ଭୁବନେଶ୍ୱର: କ୍ରୁଟ୍ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ। ଏ ନେଇ ‘ମୋ ବସ୍‌’ ଏମ୍‌ଡିଙ୍କୁ କଡା ଭର୍ତ୍ସନା କଲେ କୋର୍ଟ।ଲୋକଙ୍କ ସୁରକ୍ଷା ଓ ଦୁର୍ଘଟଣା ରୋକିବା ପାଇଁ କ’ଣ ପଦକ୍ଷେପ ନେଇଛ ବୋଲି ପ୍ରଶ୍ନ କଲେ ହାଇକୋର୍ଟ। ‘ମୋ ବସ୍‌’ ଡ୍ରାଇଭର ଗାଡି ଚାଳନା କରିବା ପୂର୍ବରୁ ମଦ୍ୟପାନ ଯାଞ୍ଚ ହେଉଛି ନା ନାହିଁ ପ୍ରଶ୍ନ କଲେ। ‘ମୋ ବସ୍‌’ ଯୋଗୁ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଓ କ୍ଷତିପୂରଣ ଦିଆଯାଇଛି କି ନାହିଁ? ସେ ନେଇ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।‘ମୋ ବସ୍‌’ ଏମ୍‌ଡି ଥିରୁମାଲା ନାୟକ ଓ ଓଏସ୍‌ଆରଟିସିର ଏମ୍‌ଡି ଦୀପତେଶ ପଟ୍ଟନାୟକ ଉଭୟ ଭର୍ଚୁଆଲ୍‌ରେ ହାଜର ହୋଇଥିଲେ। ‘ଲକ୍ଷ୍ମୀ ବସ୍‌’ରେ ଲଗାଯାଇଥିବା ଅତ୍ୟାଧୁନିକ ସରଞ୍ଜାମ ଯୋଗୁ ଡ୍ରାଇଭରଙ୍କ କାର୍ୟ୍ୟକଳାପ, ବସର ସ୍ଥିତି ଓ ବେଗ ସମ୍ପର୍କରେ ସବିଶେଷ ତଥ୍ୟ ଓଏସ୍‌ଆରଟିସିର ମୁଖ୍ୟାଳୟରେ ଜଣାପଡିଯାଉଛି ବୋଲି ଏମ୍‌ଡି ଦୀପତେଶ ପଟ୍ଟନାୟକ ପ୍ରକାଶ କରିଥିଲେ। ଏହି ବ୍ୟବସ୍ଥା ‘ମୋ ବସ୍‌’ରେ ବ୍ୟବହାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଡ୍ରାଇଭର ନିଶାସକ୍ତ କି ନାହିଁ ଜାଣିବା ପାଇଁ ବାରମ୍ବାର ଏବଂ ଅଚାନକ ବ୍ରେଥ୍‌ ଆନାଳାଇଜର ବ୍ୟବହାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ