
ଭୁବନେଶ୍ବର: ସରିଲା ପ୍ରଥମ ପର୍ୟ୍ୟାୟ ବଜେଟ ଅଧିବେଶନ । ଫେବୃଆରୀ ୧୩ ତାରିଖକୁ ଆରମ୍ଭ ହୋଇ ୮ ଦିନ ଧରି ଚାଲିବା ପରେ ଶୁକ୍ରବାର ଶେଷ ହୋଇଛି । ଆସନ୍ତା ମାର୍ଚ୍ଚ ୭ରୁ ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ ଆରମ୍ଭ ହେବ । ଶେଷ ଦିନରେ ବଜେଟ ଆଲୋଚନାରେ ଭାଗ ନେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାର ଆଣିଥିବା ବଜେଟର ବିଭିନ୍ନ ଦିଗକୁ ନେଇ ନବୀନ ନିଜର ମତ ରଖିଥିଲେ । ବସ୍ତାନି ଭାରି କିନ୍ତୁ ପାଠ ଘର ଶୂନ ଭଳି ସଦୃଶ ହୋଇଛି ବୋଲି ସରକାରଙ୍କୁ କଟାକ୍ଷ କରିଥିଲେ ନବୀନ । ଏହାପରେ ନବୀନଙ୍କୁ ଉତ୍ତର ଦେଇ ପାଠ ଘର ଶୂନ ହେତୁ ଲୋକମାନେ ବିରୋଧୀ ଦଳରେ ବସାଇ ଉଚିତ ଜବାବ ଓଡ଼ିସାବାସୀ ଦେଇଛନ୍ତି ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୁକ୍ରବାର ବଜେଟ ଆଲୋଚନା ଶେଷ ହେବା ପରେ ଆସନ୍ତା ୬ ତାରିଖ ପର୍ୟ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।







