ଚମ୍ପିଆନ୍‌ସ ଟ୍ରଫି: ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ମୁକାବିଲା

ଲାହୋର : ଚଳିତ ଚମ୍ପିଆନ୍‌ସ ଟ୍ରଫିରେ ଆଜି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟ​‌ରେ ମୁକାବିଲା ହେବ। ଗ୍ରୁପ୍ ‘ବି’ରେ ଉଭୟ ଦଳଙ୍କର ଏହା ପ୍ରଥମ ମ୍ୟାଚ୍‌। ଅଷ୍ଟ୍ରେଲିଆ ୨ ଥର ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିଥିବା ବେଳେ ଇଂଲଣ୍ଡ ପ୍ରଥମଥର ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି। ତେବେ ଏସିଆ ମାଟିରେ ନିକଟରେ ଉଭୟ ଦଳଙ୍କ ପ୍ରଦର୍ଶନ ଭଲ ନାହିଁ। ଘରୋଇ ଭାରତଠାରୁ ଇଂଲଣ୍ଡ ୦-୩ରେ ଦିନିକିଆ ଶୃଙ୍ଖଳା ହାରିଥିଲା। ଅନ୍ୟପକ୍ଷରେ ଘରୋଇ ଶ୍ରୀଲଙ୍କାଠାରୁ ଅଷ୍ଟ୍ରେଲିଆ ୦-୨ରେ ଦିନିକିଆ ଶୃଙ୍ଖଳାରେ ପରାସ୍ତ ହୋଇଥିଲା। ତେଣୁ ଉଭୟ ଦଳଙ୍କ ଫର୍ମରେ ସେପରି ଫରକ ନାହିଁ। ତେବେ ଫରକ ରହିଛି ଉଭୟ ଦଳଙ୍କ ଖେଳାଳିଙ୍କୁ ନେଇ। ଅଷ୍ଟ୍ରେଲିଆ ଦଳରେ ୬ ପ୍ରମୁଖ ଖେଳାଳି ନାହାନ୍ତି। ଦଳର ପୂରା ବୋଲିଂ ଲାଇନ୍‌ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। ପ୍ୟାଟ୍‌ କମିନ୍‌ସ, ଜୋସ୍ ହାଜେଲଉଡ୍‌ ଓ ମିଚେଲ ଷ୍ଟାର୍କ ଆହତ ହୋଇ ଦଳରେ ନାହାନ୍ତି। ଦୁଇ ମ୍ୟାଚ୍‌ ବିଜେତା ଅଲ୍‌ରାଉଣ୍ଡର ମଧ୍ୟ ନାହାନ୍ତି। ମିଚେଲ ମାର୍ଶ ଆହତ ଥିବା ବେଳେ ମାର୍କସ ଷ୍ଟଇନିସ୍‌ ଅବସର ନେଇଛନ୍ତି। ଅନ୍ୟପକ୍ଷ​‌ରେ କେବଳ ଅଲ୍‌ରାଉଣ୍ଡର ଜାକବ୍ ବିଥେଲଙ୍କୁ ଇଂଲଣ୍ଡ ହରାଇଛି। ମ୍ୟାଚ୍‌ର ଦୁଇ ଦିନ ପୂର୍ବରୁ ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି। ସେମାନେ ହେଲେ ଫିଲ୍‌ ସଲ୍‌ଟ, ବେନ୍ ଡକେଟ୍‌, ୱିକେଟ୍‌ ରକ୍ଷକ ଜେମି ସ୍ମିଥ୍, ଜୋ ରୁଟ୍‌, ହ୍ୟାରି ବ୍ରୁକ୍‌, ଜୋସ୍‌ ବଟ୍‌ଲର, ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍, ବ୍ରାଇଡନ କାର୍ସ, ଜୋଫ୍ରା ଆର୍ଚର, ଆଦିଲ ରସିଦ୍ ଓ ମାର୍କ ଉଡ୍‌। ମୋଟଉପରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ଦିନିକିଆ ରେକର୍ଡ ବହୁତ ଭଲ। ହେଲେ ନିକଟ ଅତୀତରେ ଅଷ୍ଟ୍ରେଲିଆ ବିପକ୍ଷରେ ଜୋସ୍ ବଟ୍‌ଲର ନେତୃତ୍ବାଧୀନ ଇଂଲଣ୍ଡର ପ୍ରଦର୍ଶନ ଭଲ ରହିଛି। ଦୁର୍ବଳ ହୋଇ ଯାଇଥିବା କଙ୍ଗାରୁ ଦଳକୁ ହରାଇ ଟ୍ରଫି ଆଡ଼କୁ ଅଗ୍ରସର ହେବାର ଲକ୍ଷ୍ୟ ରଖିଛି ଇଂଲଣ୍ଡ। ବେନ୍ ଡକେଟ୍‌ ଓ ଫିଲ୍‌ ସଲ୍‌ଟ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିବେ। ରୁଟ୍‌ ଓ ହ୍ୟାରି ବ୍ରୁକ୍‌ ମଧ୍ୟକ୍ରମ ସମ୍ଭାଳିବେ। ବଟ୍‌ଲର ଓ ଲିଭିଙ୍ଗ୍‌ଷ୍ଟୋନ୍‌ ବିସ୍ଫୋରକ ବ୍ୟାଟିଂକରି ଭଲ ଫିନିସ୍ କରିବାର ଯୋଜନା ଇଂଲଣ୍ଡ କରିଛନ୍ତି। ଲେଗ୍‌ସ୍ପିନର ଆଦିଲ ରସିଦ୍ ଚମତ୍କାର ଫର୍ମରେ ଅଛନ୍ତି। ଆର୍ଚ୍ଚର ଓ ମାର୍କ ଉଡ୍‌ ତାଙ୍କ ଗତି ଦ୍ବାରା ଇଂଲଣ୍ଡକୁ ଚାପରେ ପକାଇ ପାରନ୍ତି। ଷ୍ଟିଭେନ୍ ସ୍ମିଥ୍ ନେତୃତ୍ବାଧୀନ ଅଷ୍ଟ୍ରେଲିଆର ବ୍ୟାଟିଂ ମଜ୍‌ଭୁତ ଅଛି। ଦଳର ମ୍ୟାଚ୍‌ ବିଜେତା ହେଲେ ଓପ୍‌ନର ଟ୍ରାଭିସ୍‌ ହେଡ୍‌। ଆଇସିସି ଟୁର୍ଣ୍ଣାମେଣ୍ଟରେ ହେଡ୍‌ ଭଲ ପ୍ରଦର୍ଶନ କରିଥାଆନ୍ତି। ତାଙ୍କ ସହ ମାଥ୍ୟୁ ସର୍ଟ ଇନିଂସ ଓପନ୍‌ କରିବେ। ଅଧିନାୟକ ସ୍ମିଥ୍, ମାର୍ନସ ଲାବୁସେନ୍, ଜୋସ୍ ଇଙ୍ଗ୍‌ଲିସ ଓ ଗ୍ଲେନ୍ ମ୍ୟାକ୍ସୱେଲ ମଧ୍ୟକ୍ରମ ସମ୍ଭାଳିବେ। ଆରୋନ୍ ହାର୍ଡି ଅଲ୍‌ରାଉଣ୍ଡର ଭାବେ ଖେଳିବେ। ଆଡାମ୍ ଜାମ୍ପା ଏକମାତ୍ର ସ୍ପିନର ଭାବେ ଖେଳିବେ। ୩ ପେସ୍‌ ବୋଲର ହେଲେ ସନ୍ ଆବଟ୍‌, ନାଥାନ୍ ଏଲିସ୍ ଓ ସ୍ପେନ୍‌ସର ଜନ୍‌ସନ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ