
ଭୁବନେଶ୍ୱର: ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ଙ୍କୁ ଦଳର ପଦଯାତ୍ରା ଓ ସଭାପତିଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଦେଖିବାକୁ ମିଳି ନ ଥିଲା। ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଶନିବାର ମୋକିମ୍ ନିଜର ସମର୍ଥକଙ୍କ ସହ ଓଡ଼ିଶାର ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ରହୁଥିବା ହୋଟେଲରେ ତାଙ୍କୁ ଭେଟିଛନ୍ତି। ଅପରପକ୍ଷରେ ସଭାପତି ଭକ୍ତଚରଣ ଦାସଙ୍କୁ ଏ ଯାଏଁ ଭେଟି ନାହାନ୍ତି। ଏହାକୁ ନେଇ ଶ୍ରୀ ଦାସ କହିଥିଲେ, ମୋକିମ୍ ମୋ ସହ ଫୋନ୍ରେ କଥା ହୋଇଛନ୍ତି। ତାଙ୍କ ନାଁ ପିସିସି ସଭାପତି ପାଇଁ ଉଠୁଥିଲା, ସେ ଯଦି ସଭାପତି ହୋଇଥା’ନ୍ତେ ମୁଁ ତାଙ୍କୁ ବିରୋଧ କରି ନଥାନ୍ତି। ତାଙ୍କ ଭଳି ସଂଗଠକଙ୍କୁ ଦଳକୁ ଫେରାଇ ଆଣିବା ଲାଗି ଏଆଇସିସିକୁ ପତ୍ର ଲେଖିଥିଲି। ତାଙ୍କ ସହ ମୋର ଭଲ ସଂପର୍କ।



