
ବଲାଙ୍ଗୀର: ବଲାଙ୍ଗୀର ସହରରେ ଅଭାବନୀୟ ଘଟଣା। ବୋହୂର ଝୁଲନ୍ତା ମୃତଦେହ ଦେଖି ଚାଲିଗଲା ଶାଶୁଙ୍କ ଜୀବନ । ଝିଅର ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଅସୁସ୍ଥ ଶାଶୂ ଶ୍ବଶୁରଙ୍କ ସହ ଘରେ ଥିଲେ ବୋହୂ ଆନନ୍ଦିନୀ ସାହୁ । ସ୍ବାମୀ କାମରେ ଯାଇଥିଲେ ବାହାରକୁ ।
ତେବେ ଘର ଭିତରେ ବୋହୂର ଝୁଲନ୍ତା ମୃତଦେହ ଦେଖିବା ପରେ ପୁଅକୁ ଫୋନ କରି ଜଣାଇଥିଲେ ଯମ୍ବୁବତୀ ସାହୁ। ତେବେ ପୁଅ ଘରକୁ ଫେରିବା ପରେ ମାଆଙ୍କ ହୃଦଘାତ ହୋଇଥିଲା । ଏନେଇ ଝିଅଘର ଲୋକଙ୍କୁ ଖବର ଦେବା ସହ ଉଭୟଙ୍କୁ ଭୀମଭୋଇ ମେଡିକାଲକୁ ନିଆଯାଇଥିଲା । ତେବେ ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।