ଆରମ୍ଭ ହେଲା ମାର୍ଚ୍ଚ: କଲବଲ କରିବ ତାତି

ଭୁବନେଶ୍ୱର: ଜଳାଇବ ମାର୍ଚ୍ଚରୁ ମେ’ ଖରା । କଲବଲ କରିବ ଜନଜୀବନକୁ । ଉଭୟ ଦିନ ଓ ରାତି ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବ । ବଡ଼ କଥା ହେଲା, ମାର୍ଚ୍ଚରୁ ଆରମ୍ଭ ହୋଇଯିବ ଗ୍ରୀଷ୍ମ ଲହରୀ । ପାଣିପାଗ ବିଭାଗ ଏମିତି ପୂର୍ବାନୁମାନ ଦେଖାଇଛି ।

ମାର୍ଚ୍ଚରୁ ମେ’ ପର୍ୟ୍ୟନ୍ତ ସମ୍ଭାବ୍ୟ ପାଣିପାଗକୁ ନେଇ ଆଇଏମ୍‌ଡି ପୂର୍ବାନୁମାନ ଜାରି କରିଛି । ଏହି ଆକଳନ ଅନୁସାରେ ଦେଶର ଅଧିକାଂଶ ସ୍ଥାନରେ ମାର୍ଚ୍ଚ ମାସ ଓ ମାର୍ଚ୍ଚରୁ ମେ’ ମାସ ପର୍ୟ୍ୟନ୍ତ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ବି ସ୍ୱାଭାବିକଠାରୁ ଅଧିକ ଲମ୍ବିବ । ଓଡ଼ିଶାରେ ବି ଏଭଳି ପ୍ରଚଣ୍ଡ ଗରମରୁ ତ୍ରାହି ମିଳିବ ନାହିଁ ।
ଆଇଏମ୍‌ଡି ଜାରି କରିଥିବା ସମ୍ଭାବ୍ୟ ପୂର୍ବାନୁମାନ ଚିତ୍ର ଅନୁସାରେ ମାର୍ଚ୍ଚରୁ ହିଁ ଗରମ ପ୍ରକୋପ ଦେଖାଇବ ଓଡ଼ିଶାରେ । ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସହ ରାତିରେ ବି ଗରମ ବଢ଼ିବ । ବିଶେଷ କରି ଉତ୍ତର-ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଅନଭୂତ ହେବା ଆଶଙ୍କା ରହିଛି । ମାର୍ଚ୍ଚରୁ ମେ’ ପର୍ୟ୍ୟନ୍ତ ପାଣିପାଗ ଏ ବର୍ଷ ପୁଣି ଉତ୍ତପ୍ତ ରହିବ । ରାଜ୍ୟ ସାରା ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିବ । ପଶ୍ଚିମ ଓଡ଼ିଶାରେ ଏ ପ୍ରକୋପ ବେଶି ହେବ । ରାତିବେଳା ବି ଗରମରୁ ନିସ୍ତାର ମିଳିବନି । ଗ୍ରୀଷ୍ମ ପ୍ରବାହ ଏ ବର୍ଷ ବି କଲବଲ କରିବ । ବିଶେଷ କରି ଉପକୂଳ ଓଡ଼ିଶାରେ ଲମ୍ବା ଓ ସାଂଘାତିକ ଗ୍ରୀଷ୍ମ ଲହରୀ ଛଟପଟ କରିପାରେ । କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଗ୍ରୀଷ୍ମ ଲହରୀ ପ୍ରବାହିତ ହୋଇପାରେ । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଏ ବର୍ଷ ମାର୍ଚ୍ଚରେ ରାଜ୍ୟରେ କିଛି ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଏବଂ ଉତ୍ତରରେ କିଛି ବର୍ଷା ଥିବାବେଳେ ଉପକୂଳରେ ବି ହାଲୁକା ବର୍ଷା ହୋଇପାରେ । ରାଜ୍ୟରେ ବର୍ତ୍ତମାନ ଖରା ପ୍ରକୋପ ବଢ଼ିବା ସହ ଗରମ ବଢ଼ିଛି ।

  • Related Posts

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

    Continue reading
    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ଆଜିକାଲି ଦମ୍ପତିମାନେ ପ୍ରାୟତଃ ସାମାନ୍ୟ କଥାକୁ ନେଇ ଝଗଡ଼ା କରନ୍ତି। କେତେକ ସମୟରେ, ଏହି ଛୋଟ ଛୋଟ ସମସ୍ୟା ଛାଡପତ୍ର ପର୍ଯ୍ୟନ୍ତ ବଢ଼ିଯାଏ। ଆଜିର ସମୟରେ ଦମ୍ପତିଙ୍କ ମଧ୍ୟ ସ୍ଲିପ୍ ଡିଭୋର୍ସ ମଧ୍ୟ ବଢୁଛି। ତେବେ ଏହି ସ୍ଲିପ୍ ଡିଭୋର୍ସ କ’ଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ