ନବୀନ ଆଦୌ ତପସ୍ୟା କରିନାହାନ୍ତି:ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଆକ୍ରମଣାତ୍ମକ ମୋଡ୍‌କୁ ଆସିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆଉ କହିଲେ, ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲେ।ନବୀନଙ୍କ ଅଭିଯୋଗ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଏହା ବିଷାକ୍ତ ଖାଦ୍ୟ ଜନିତ ମୃତ୍ୟୁ ବୋଲି ଡାକ୍ତର କହିସାରିଛନ୍ତି। ତେଣୁ ଏନେଇ ଅଯଥା ରାଜନୀତି କରାନଯାଉ।

ସେ କହିଛନ୍ତି, ୨୪ ବର୍ଷର କଥା ଛାଡ଼, ବାର ବର୍ଷ ଧରି ଯଦି ଠିକ୍‌ ଭାବେ ତପସ୍ୟା କରିଥାଆନ୍ତେ, ତାହାହେଲେ ଭଲ ଭାବରେ ଓଡ଼ିଆ କହିପାରିଥାଆନ୍ତେ। ସିଏ ଆଦୌ ତପସ୍ୟା କରିନାହାନ୍ତି। ୨୪ ବର୍ଷ କାଳ ସେମାନଙ୍କ ବିଧାୟକ ଓ ମନ୍ତ୍ରୀମାନେ ରାଜ୍ୟକୁ ଲୁଟିଛନ୍ତି। କେତେ ଲୁଟିଛନ୍ତି, ତାହାର ହିସାବ ନାହିଁ। ତେଣୁ ତପସ୍ୟା ଶବ୍ଦଟା ତାଙ୍କ ମୁହଁରେ ଶୋଭା ପାଉନି। ମୁଁ କେବେ କାହିଁ ଜାଣିନି ସେ କ’ଣ ତପସ୍ୟା କରିଛନ୍ତି? ତାଙ୍କ ସମୟରେ ରାୟଗଡ଼ା ଜିଲ୍ଲା କାଶୀପୁରରେ ଟାକୁଆ ଖାଇ ୧୬ ଜଣଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ କ’ଣ ଚାଉଳର ଅଭାବ ଥିଲା କି ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ପାତ୍ର।

ସୂଚନାରୁ ପ୍ରକାଶ, କନ୍ଧମାଳ ଜିଲ୍ଲାରେ ଆମ୍ୱ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଅସୁସ୍ଥ ହୋଇଥିଲେ। ଏବେ ମଧ୍ୟ କିଛି ମହିଳା ମେଡ଼ିକାଲ୍‌ରେ ଚିକିତ୍ସା ହେଉଛନ୍ତି। ଖାଇବାକୁ ନପାଇ ଗରିବ ଆଦିବାସୀମାନେ ଆମ୍ୱ ଟାକୁଆ ଖାଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

  • Related Posts

     ଆସନ୍ତା କାଲି ଦେଶର ୭୫୦ ଜିଲ୍ଲା ମୁଖ୍ୟାଳୟରେ ‘‘ବିକଶିତ ଭାରତ ସଂକଳ୍ପ ସଭା’’ଅନୁଷ୍ଠିତ ହେବ

    ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ଅତ୍ୟନ୍ତ ଗୌରବମୟ ଦିନ: ଶ୍ରୀ ମନମୋହନ ସାମଲ ଭୂବନେଶ୍ୱର, ତା.୦୬/୧୦: ସରକାରଙ୍କ ମୁଖ୍ୟ ଭାବରେ ନିରବଚ୍ଛିନ୍ନ ୨୫ ବର୍ଷର ଗୌରବମୟ ନେତୃତ୍ୱ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ…

    Continue reading
    ଅସ୍ତିତ୍ୱ ହରାଇ ବିଜେଡି ଏବେ ‘ନିର୍ମୂଳୀ ଲତା’ସଦୃଶ

     ଇଣ୍ଡି ମେଂଟ ଓ କଂଗ୍ରେସର ନୈତିକତାର ବଡ଼ ବଡ଼ କଥା କେବଳ ରାଜନୈତିକ ଡ୍ରାମାବାଜି  ବିଜେଡି ଓ ‘ଇଣ୍ଡି’ ମେଂଟର ମଧୁଚନ୍ଦ୍ରିକା ବହୁ ପୁରୁଣା  ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଏବେ ବିଭିନ୍ନ ସାହାରା ଖୋଜୁଛି ବିଜୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ