
ଭୁବନେଶ୍ୱର: ନୟାଗଡ଼ ଆଖୁପଦର ପାଖ ଜଙ୍ଗଲରୁ ଫାର୍ମ ହାଉସ ଉଚ୍ଛେଦ ପାଇଁ ଏନଜିଟି ଅର୍ଡର ଦେଇଛନ୍ତି । ରଣପୁର ତହସିଲ ଆଖୁପଦର ନିକଟ ସ୍ୱସ୍ତିକ ଫାର୍ମ ହାଉସକୁ ଉଚ୍ଛେଦ କରିବା ପାଇଁ ଏନଜିଟି ଅର୍ଡର କରିଛନ୍ତି । ସଂରକ୍ଷିତ ଜଙ୍ଗଲରେ ବେଆଇନଭାବେ ନିର୍ମାଣ ହୋଇଥିବାରୁ ଏହାକୁ ଉଚ୍ଛେଦ କରିବାକୁ ଅର୍ଡର ଦିଆଯାଇଛି । ଏଥିସହ ପରିବେଶ ବାବଦ କ୍ଷତି ଅର୍ଥ ଆଦାୟ କରିବାକୁ ମଧ୍ୟ ଏନଜିଟି ଅର୍ଡର କରିଛନ୍ତି । ଏନେଇ ଜିଲ୍ଲାପାଳ ଓ ସ୍ଥାନୀୟ ଡିଏଫଓଙ୍କୁ ଏନଜିଟି ଅର୍ଡର କରିଛନ୍ତି ।
ଏହି ଫାର୍ମ ହାଉସ ନିର୍ମାଣରେ ବିଭିନ୍ନ ସ୍କିମରେ ବେଆଇନଭାବେ ସରକାରୀ ଅର୍ଥ ଖର୍ଚ୍ଚ ହୋଇଥିଲା । ଉକ୍ତ ଫାର୍ମ ହାଉସଟି ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗିନ ମହାନ୍ତିଙ୍କ ନାମରେ ରହିଛି । ରଙ୍ଗିନ ମହାନ୍ତି ହେଉଛନ୍ତି ବିଜେଡି ନେତା ସ୍ୱରାଜ ମହାନ୍ତିଙ୍କ ପତ୍ନୀ ।







