୨,୧୫,୧୯୨ ହେକ୍ଟର ଜମିକୁ ମିଳିବ ଜଳସେଚନ ସୁବିଧା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ୫ଟି ବୃହତ ଜଳସେଚନ ପ୍ରକଳ୍ପ । ପ୍ରକଳ୍ପ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ଜଳ ସମ୍ପଦ ବିଭାଗର ବିଭିନ୍ନ ଡ୍ୟାମ ଓ ବୃହତ ଜଳସେଚନ ପ୍ରକଳ୍ପ କାର୍ୟ୍ୟ ଉପରେ ସମୀକ୍ଷା କରିଛନ୍ତି । ୫ଟି ପ୍ରକଳ୍ପ ସାମୂହିକ ଭାବରେ ୨,୧୫,୧୯୨ ହେକ୍ଟର ଚାଷ ଜମିକୁ ଜଳସେଚନ କରିବ । ଦୀର୍ଘ ଦିନ ଧରି ପଡ଼ି ରହିଥିବା ଏହି ପ୍ରକଳ୍ପଗୁଡ଼ିକ ଶୀଘ୍ର କାର୍ୟ୍ୟକ୍ଷମ ହେବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଜଳସମ୍ପଦ ବିଭାଗର ଅଧିକାରୀଙ୍କ ସହିତ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ଼ ଜିଲ୍ଲାରେ ଇବ୍‌ ଜଳସେଚନ ପ୍ରକଳ୍ପ, ବରଗଡ଼ ଜିଲ୍ଲାରେ ଅଙ୍ଗ୍‌ ଜଳସେଚନ ପ୍ରକଳ୍ପ, କେନ୍ଦୁଝର ଜିଲ୍ଲାରେ ଭୀମକୁଣ୍ଡ ବ୍ୟାରେଜ ପ୍ରକଳ୍ପ, ଝାରପଡା ଜଳସେଚନ ପ୍ରକଳ୍ପ ଓ କାନୁପୁର ଜଳସେଚନ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ଏବଂ ଆଗାମୀ ଦିନରେ ଏହି ପ୍ରକଳ୍ପ ଗୁଡିକ କିପରି ତ୍ୱରାନ୍ୱିତ ହେବ ସେ ବିଷୟରେ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପ ଦୀର୍ଘ ଦିନ ଧରି ପ୍ରସ୍ତାବିତ ହେବା ସତ୍ତ୍ୱେ ଆଜି ପର୍ୟ୍ୟନ୍ତ କାର୍ୟ୍ୟକାରୀ ହୋଇପାରିନାହିଁ । ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମସ୍ତ ଅଞ୍ଚଳରେ ଚାଷୀମାନଙ୍କ ଜଳସେଚନ ସମସ୍ୟା ଦୂର କରିବା ପାଇଁ ବ୍ୟାରେଜ ଏବଂ ଜଳସେଚନ ପ୍ରକଳ୍ପ କାର୍ୟ୍ୟ ତୁରନ୍ତ କାର୍ୟ୍ୟକାରୀ ହେବା ଆବଶ୍ୟକ । ଉଭୟ ଖରିଫ ଏବଂ ରବି ଋତୁରେ ଏହି ପ୍ରକଳ୍ପ ମାଧ୍ୟମରେ ଚାଷୀ ଭାଇଭଉଣୀମାନେ ଉପକୃତ ହେବା ଦରକାର । ଏଥି ସହିତ ଉକ୍ତ ଅଞ୍ଚଳରେ ଏହି ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଣକୁ ମଧ୍ୟ ବ୍ୟବସ୍ଥିତ କରାଯାଇ ପାରିବ ।”ଇବ୍‌ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୧ ଲକ୍ଷ ୦୬ ହଜାର ୨ ଶହ ୭୯ ହେକ୍ଟର ଜମି ଜଳସେଚିତ ହୋଇପାରିବ । ସେହିପରି ଅଙ୍ଗ୍‌ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୩୦ ହଜାର ହେକ୍ଟର, ଭୀମକୁଣ୍ଡ ବ୍ୟାରେଜ ପ୍ରକଳ୍ପ ଦ୍ୱାରା ୩୧ ହଜାର ୮ ଶହ ୩୫ ହେକ୍ଟର, କେନ୍ଦୁଝରର ଝାରପଡା ଜଳସେଚନ ପ୍ରକଳ୍ପ ଦ୍ୱାରା ୧୭ ହଜାର ୫ ଶହ ହେକ୍ଟର ଓ କାନୁପୁର ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୨୯ ହଜାର ୫ ଶହ ୭୮ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆ ଯାଇପାରିବ । ଏହି ୫ଟି ପ୍ରକଳ୍ପ ଦ୍ୱାରା ସମୁଦାୟ ୨ ଲକ୍ଷ ୧୫ ହଜାର ୧ ଶହ ୯୨ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିପାରିବ । ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

  • Related Posts

    ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

    ଭୁବନେଶ୍ୱର: ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତର ରାଜସ୍ୱ ନିରୀକ୍ଷକ (RI) ସୁରଜବାଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା…

    Continue reading
    ସୁପ୍ରିମକୋର୍ଟ​‌ରେ ଡିଜିପି ନିଯୁକ୍ତି ମାମଲା : ପକ୍ଷ ରଖିଲେ ଓଡିଶା ସରକାର

    ଭୁବନେଶ୍ବର: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ମଙ୍ଗଳବାର ଶୁଣାଣି ହୋଇଥିଲା। ଏଥିରେ ଓଡିଶା ସରକାର ନିଜ ପକ୍ଷ ରଖିଛନ୍ତି। ତେବେ ସେପ୍ଟେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।ଓଡିଶାରେ ଡିଜିପି ଚୟନକୁ ନେଇ ଆପତ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ