୭ରୁ ସିଆଇଏସଏଫର କୋଷ୍ଟାଲ ସାଇକ୍ଳୋଥନ୍‌: ୨୫ ଦିନରେ ୧୧ ରାଜ୍ୟ ଅତିକ୍ରମ କରିବ

ଭୁବନେଶ୍ୱର: ସିଆଇଏସଏଫର ୫୬ତମ ପ୍ରତିଷ୍ଠା ଦିବସ ଅବସରରେ ଜାତୀୟ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରେଟ୍‌ ଇଣ୍ଡିଆନ୍‌ କୋଷ୍ଟାଲ୍‌ ସାଇକ୍ଳୋଥନ୍‌ ଆୟୋଜିତ ହେବାକୁ ଯାଉଛି ।
ଏହି କାର୍ୟ୍ୟକ୍ରମର ବିଷୟବସ୍ତୁ “ସୁରକ୍ଷିତ କୂଳ, ସମୃଦ୍ଧ ଭାରତ’ ରହିଛି । ଜାତୀୟ ସୁରକ୍ଷା ଏବଂ ଚୋରା ଚାଲାଣ ଭଳି ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହାର ଲକ୍ଷ୍ୟ । ଏହି ସାଇକ୍ଳୋଥନ୍‌ରେ ୧୪ ମହିଳାଙ୍କ ସମେତ ମୋଟ ୧୨୫ ଜଣ ସାଇକେଲ ଚାଳକ ଅଂଶଗ୍ରହଣ କରିବେ । ଏହି ଯାତ୍ରା ୨୫ ଦିନରେ ୬୫୫୩ କିଲୋମିଟର ବ୍ୟାପୀ ୧୧ଟି ରାଜ୍ୟକୁ ଅତିକ୍ରମ କରିବ ।
ଆସନ୍ତା ୭ରେ ଗୁଜୁରାଟର ଲଖପତ ଏବଂ ପଶ୍ଚିମବଙ୍ଗର ବକ୍ଖାଲିରୁ ସାଇକ୍ଳୋଥନ୍‌ ଆରମ୍ଭ ହେବ । ପଶ୍ଚିମ ଦିଗରେ ଏହା ୩୭୭୫ କିଲୋମିଟର ଓ ପୂର୍ବ ଦିଗରେ ୨୭୭୮ କିଲୋମିଟର ଅତିକ୍ରମ କରିବାର କାର୍ୟ୍ୟକ୍ରମ ରହିଛି । ପ୍ରମୁଖ ଉପକୂଳ ସହରଗୁଡ଼ିକ ମଧ୍ୟରେ ମୁମ୍ବାଇ, ଗୋଆ, ମାଙ୍ଗାଲୋର, କୋଚି ଏବଂ ଚେନ୍ନାଇ ରହିଛି । ଓଡ଼ିଶାରେ ଏହା କୋଣାର୍କ, ପୁରୀ, ଗୋପାଳପୁର, ବ୍ରହ୍ମପୁର ଏବଂ ସାତପଡ଼ା ଦେଇ ଗତି କରିବ । ୧୩ ମାର୍ଚ୍ଚରେ କୋଣାର୍କ ଓ ୧୪ ମାର୍ଚ୍ଚରେ ଏହା ପୁରୀରେ ପହଁଚିବ । ସିଆଇଏସ୍‌ଏଫ୍‌ ୟୁନିଟ୍‌ ଭୁବନେଶ୍ୱର ପକ୍ଷରୁ ବିମାନବନ୍ଦର, କୋଣାର୍କ, ପୁରୀ ଏବଂ ଗୋପାଳପୁରରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି ।

  • Related Posts

    ସୋମବାରଠୁ ଭିତର ରତ୍ନଭଣ୍ଡାର ଗଣତି ମଣତି

    ପୁରୀ: ଆଜି ସରିବ ବାହାର ରତ୍ନ ଭଣ୍ଡାର ଗଣତି ମଣତି। ଗତକାଲି ତୃତୀୟ ଦିନରେ ବାହାର ରତ୍ନଭଣ୍ଡାର ଅଳଙ୍କାରର ପ୍ରାୟ ୯୦% ଅଳଙ୍କାରର ଗଣତି ମଣତି ସରିଛି। ସମସ୍ତ ଅଳଙ୍କାରର ଥ୍ରୀଡୀ ମ୍ୟାପିଂ ସହ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ହୋଇଛି। ଆସନ୍ତା…

    Continue reading
    କ୍ୟାବିନେଟ ନିଷ୍ପତ୍ତି : କେନ୍ଦୁଝର ଜିଲ୍ଲାରେ ୧୬୪୭କୋଟି ଟଙ୍କାର ଅତ୍ୟାଧୁନିକ ଗ୍ରୀଡ୍ ସବଷ୍ଟେସନ

    ଭୁବନେଶ୍ୱର: ରାଜ୍ୟରେ ଶକ୍ତି, ପରିବହନ ଓ ପାନୀୟ ଜଳ କ୍ଷେତ୍ର ସମେତ ୫ଟି ବିଭାଗର ମୋଟ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କେନ୍ଦୁଝରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ