
ନୂଆଦିଲ୍ଲୀ: ଦିନିକିଆରୁ ସନ୍ନ୍ୟାସ ନେଲେ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିମ ସ୍ମିଥ । ଗତକାଲି ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚରେ ଭାରତ ଠାରୁ ପରାସ୍ତ ହେବା ପରେ ସ୍ମିଥ ସନ୍ନ୍ୟାସ ଘୋଷଣା କରିଛନ୍ତି । ତେବେ ସ୍ମିଥ ଦିନିକିଆରୁ ଅବସର ଘୋଷଣା କରିଥିଲେ ବି ଟି-୨୦ ଓ ଟେଷ୍ଟ ମ୍ୟାଚ ଖେଳିବେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସ୍ମିଥ ୧୭୦ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ।




