ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତିର ଘରୋଇ ଉପଚାର

ବୟସ ବଢ଼ିବା କାରଣରୁ ହେଉଥିବା ଯନ୍ତ୍ରଣା ମଧ୍ୟରୁ ଗୋଟିଏ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ହେଉଛି ଆଣ୍ଠୁ ଯନ୍ତ୍ରଣା । ଏହି ଯନ୍ତ୍ରଣା ବହୁ କାରଣରୁ ହୋଇଥାଏ । ଏହା ସାଧାରଣତଃ ପୋଷକତତ୍ତ୍ୱର ଅଭାବ, ମୋଟାପଣ ବଢ଼ିବା, ଆଣ୍ଠୁ-ଗଣ୍ଠିରୁ ଜେଲି କମିଯିବା, ଶରୀରରେ ଭିଟାମିନ୍‌-ସି, ଭିଟାମିନ୍‌-ଡି’ ଓ କ୍ୟାଲସିୟମ୍‌ ଅଭାବ ହେଲେ ଆଣ୍ଠୁ ଯନ୍ତ୍ରଣା ବା ଆର୍ଥ୍ରାଇଟିସ ଆଦି ରୋଗ ହୋଇଥାଏ । ଆଣ୍ଠୁଯନ୍ତ୍ରଣା ହେବା ମାତ୍ରେ ଆଜିକାଲି ଲୋକମାନେ ଡାକ୍ତରଙ୍କ ପାଖକୁ ଯାଇ ନାନା ଔଷଧ ଖାଉଛନ୍ତି । କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା କିଛି ଘରୋଇ ଉପାୟ,ଯାହା ବିଶେଷ ଫଳଦାୟୀ ଓ ପୀଡାନାଶକ ।
ହଳଦୀ କ୍ଷୀର: ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣ ୧ ଗ୍ଲାସ୍‌ କ୍ଷୀରରେ ଅଧା ଚାମଚ ହଳଦୀ ପାଉଡର ପକାଇ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ। ଏହି ଉପାୟ ବିଶେଷ ଫଳପ୍ରଦ ।
ଏଲୋଭେରା: ଆପଣ ଏଲୋଭେରା ରସକୁ ବାହାର କରି ଏଥିରେ ୧ ଚାମଚ ହଳଦୀ ପାଉଡର ମିକ୍ସ କରି ଏହାକୁ ଗରମ କରି ଦିଅନ୍ତୁ । ନଖ ଉଷୁମ୍‌ ଥିବା ଏହି ପେଷ୍ଟକୁ ଯନ୍ତ୍ରଣା ସ୍ଥାନରେ ମାଲିସ କରନ୍ତୁ । ଆରାମ ମିଳିବ ।
ମହୁ, ଘିଅ ଓ ତ୍ରିଫଳା: ମହୁ ସହିତ ତ୍ରିଫଳା ପାଉଡର ସେବନ କରନ୍ତୁ ଏହା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିବ । ଅଧା ଚାମଚ ତ୍ରିଫଳା ପାଉଡରରେ ୧ ଚାମଚ ମହୁ ଅଧାଚାମଚ ଦେଶୀ ଘିଅ ମିଶାଇ ପ୍ରତିଦିନ ସକାଳୁ ଏହାକୁ ସେବନ କରିବାଦ୍ୱାରା ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
ମେଥି:ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ମେଥି ବିଶେଷ ଉପଯୋଗୀ। ଅଧା ଚାମଚ ମେଥ୍‌ ପାଉଡର ସକାଳ ଓ ସନ୍ଧ୍ୟା ଜଳଖିଆ ପରେ ଖାଆନ୍ତୁ । ସକାଳୁ ଖାଲିପେଟରେ ମେଥି ଅଳ୍ପ ଚୋବାଇ ଖାଇ ପାଣି ପିଇଲେ ଏହା ଖୁବ୍‌ ଉପକାରୀ।
ତୁଳସୀ ରସ:୧ ଚାମଚ ତୁଳସୀ ରସକୁ ଗରମ ପାଣିରେ ମିଶାଇ ପିଅନ୍ତୁ । ପ୍ରତିଦିନ ଏହି ପାଣି ସେବନ କରିବା ଦ୍ୱାରା ଆପଣଙ୍କୁ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
ଅଦା:ଯନ୍ତ୍ରଣା ଦୂର କରିବା ପାଇଁ ଅଦା ବିଶେଷ ଫଳଦାୟୀ । ଥଣ୍ଡାରୁ ମୁକ୍ତି ପାଇବା ପାଇଁ ଅଦା ଚା’ ପିଅନ୍ତୁ । ନଚେତ ଅଦା ରସକୁ ମହୁ ସହିତ ମିଶାଇ ସେବନ କରନ୍ତୁ । କେବଳ ଆଣ୍ଠୁ ଯନ୍ତ୍ରଣା ନୁହେଁ, ଥଣ୍ଡା, କାଶ ଓ ଶ୍ୱାସ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ ।

  • Related Posts

    ଆଶ୍ରମ ପରିଦର୍ଶନ ପାଇଁ ୫ କୋଟି ଟଙ୍କା ନେବା ଦାବୀ ଖଣ୍ଡନ କଲେ ବିରାଟ କୋହଲି

    ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ବୃନ୍ଦାବନରେ ଥିବା ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଆଣିବା ପାଇଁ ୫ କୋଟି ଟଙ୍କା ଦିଆଯାଇଥିଲା ବୋଲି ଫଲାହାରୀ ମହାରାଜ ଦିନେଶ ଶର୍ମା ଅଭିଯୋଗ କରିବା ପରେ ବିରାଟ କୋହଲିଙ୍କ ମୁଖପାତ୍ର ଏହି ଅଭିଯୋଗଗୁଡ଼ିକୁ “ସମ୍ପୂର୍ଣ୍ଣ…

    Continue reading
    ମେଟାକୁ କୋର୍ଟଙ୍କ ନିର୍ଦେଶ; ମୋଦୀ-ମହିଳାଙ୍କ ଫଟୋ ହଟାଅ

    ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ